ପ୍ରଣବଙ୍କୁ ଭୋଟ୍ ଦେବାକୁ ସମ୍ବଲପୁରୀ ଭାଷାରେ ଅନୁରୋଧ କଲେ ନବୀନ

Above Post Content

ଭୁବନେଶ୍ୱର : ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହାପୁଣି ସମ୍ବଲପୁର ଭାଷାରେ । ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲୋକଙ୍କ ପାଇଁ ସମ୍ବଲପୁରୀ ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେଥିରେ ପ୍ରଣବଙ୍କୁ ବହୁ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ‘ମାଆ ସମଲାଇ ମନ୍ଦିର ରୂପାନ୍ତରଣରେ ବବି ବାବୁଙ୍କର ଅବଦାନ ଅଧିକ । ଏବେ ତାଙ୍କୁ ମା ସମଲେଇ ସେହି ଅଞ୍ଚଳର ସେବା କରିବା ଲାଗି ସୁଯୋଗ ଦେଇଛନ୍ତି । ସେ ଆପଣଙ୍କ ସହ ସବୁବେଳେ ରହିବେ । ସମ୍ବଲପୁରର ଉନ୍ନତି କରିବେ । ଏଣୁ ଆପଣମାନେ ପ୍ରଣବ ପ୍ରକାଶ ଦାସଙ୍କୁ ଆଶିର୍ବାଦ କରିବାକୁ ଅନୁରୋଧ କରିଛନ୍ତି ନବୀନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami