ମାରାଥନ ବୈଠକରେ ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା

Above Post Content

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ । ଏହିସବୁ ବୈଠକରେ ବିଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ ଏବଂ ମତାମତ ଗ୍ରହଣ କରିବେ । ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ୧୦୦ ଦିନିଆ କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ପ୍ରସ୍ତୁତିର ସମୀକ୍ଷା କରିବେ । ବାତ୍ୟା ରେମାଲ ଦ୍ୱାରା ସୃଷ୍ଟି ହୋଇଥିବା ବିନାଶ ଏବଂ ପ୍ରବଳ ତାପମାତ୍ରା ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମଧ୍ୟ ସମୀକ୍ଷା କରିବେ । ବାତ୍ୟା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ଧନଜୀବନ ନଷ୍ଟ କରିଛି । ଉତ୍ତାପ ଯୋଗୁ ମଧ୍ୟ ୧୦ ହଜାର ଲୋକ ପ୍ରାଣ ହରାଇଛନ୍ତି । ବିଶେଷକରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏହି ଘୂର୍ଣ୍ଣିବଳୟ ବ୍ୟାପକ ଧ୍ୱଂସ ଘଟାଇଛି । ଆସାମ, ତ୍ରିପୁରା, ନାଗାଲାଣ୍ଡ, ମଣିପୁର ଭଳି ରାଜ୍ୟରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀ ଏହି ଘୂର୍ଣ୍ଣିବଳୟ ସୃଷ୍ଟି କରିଥିବା ପରିସ୍ଥିତିର ସମୀକ୍ଷା କରିବେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami