ତୁରନ୍ତ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

Above Post Content

ନୂଆଦିଲ୍ଲୀ: ପୁଣି ବଢିଲା ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଡ଼ୁଆ । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଙ୍ଗଳା ଖାଲି କରିବାକୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ମହୁଆ ଏହାକୁ ଅଣଦେଖା କରିଥିଲେ । ଗତକାଲି ପୁଣି ଥରେ ତାଙ୍କୁ ନୋଟିସ ଜାରି କରାଯିବା ସହ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି ।

Middle post content

ନୋଟିସକୁ ଅଣଦେଖା କରିଛନ୍ତି ମହୁଆ

After 2nd paragraph post ads

ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା । ଏହାପରେ ତାଙ୍କୁ ଦିଆଯାଇଥିବା ବଙ୍ଗଳା ଜାନୁଆରୀ ୭ ତାରିଖ ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ମହୁଆ ବଙ୍ଗଳା ଖାଲି କରି ନ ଥିଲେ । ପୁଣି ଗତ ମଙ୍ଗଳବାର ତାଙ୍କୁ ପୁଣି ଏକ ନୋଟିସ୍ ଜାରି କରାଯାଇଛି । ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ଏଥିସହ ମହୁଆ ବଙ୍ଗଳା ଖାଲି କଲେ କି ନାହିଁ ତାହା ଦେଖିବାକୁ ପାର୍ଲାମେଣ୍ଟର ଏକ କମିଟିକୁ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି । ଗତ ଅକ୍ଟୋବର ୧୪ ତାରିଖରେ ପୂର୍ବତନ ଲିଭ୍‌-ଇନ୍ ପାର୍ଟନର ତଥା ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହଦ୍ରୋଇ ମହୁଆଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ଆଣିଥିଲେ । ଏହି ପ୍ରସଙ୍ଗରେ ସେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ଏକ ଚିଠି ଲେଖିଥିଲେ । ଏହାପରେ ଅକ୍ଟୋବର ୧୫ ତାରିଖରେ ସାଂସଦ ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ସମାନ ଅଭିଯୋଗ କରିଥିଲେ । ଏଥିସହ ତାଙ୍କୁ ନିଲମ୍ବିତ କରିବାକୁ ସେ ଦାବି କରିଥିଲେ । ଅଭିଯୋଗ ପାଇବା ପରେ ବାଚସ୍ପତି ବିର୍ଲାଙ୍କ ଘଟଣାକୁ ଏଥିକ୍ସ କମିଟିକୁ ହସ୍ତାନ୍ତର କରିଥିଲେ । ପରେ ଏହି ମାମଲାରେ ମହୁଆଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା । ମହୁଆ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା । ମାତ୍ର ସାଂସଦ ପଦ ଚାଲିଯିବା ପରେ ତାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami