ଶିବସେନା ବିଦ୍ରୋହ ପାରିବାରିକ ଦଳଙ୍କ ପାଇଁ ଆଲର୍ଟ, ଶିବସେନା ପରେ କାହା ପାଳି ?

Above Post Content

ଶିବସେନାର ହୋଇଥିବା ବିଦ୍ରୋହ ସ୍ୱତଃ ଥିଲା ନା ଏହା ପଛରେ କୌଣସି ବାହ୍ୟ ଶକ୍ତିର ହାତ ରହିଛି ତାକୁ ନେଇ ଏବେ ମଧ୍ୟ ଆଲୋଚନା ଜାରି ରହିଛି । ଆଗାମୀ ଅନେକ ଦିନ ପର୍ଯ୍ୟନ୍ତ ଏହି ଆଲୋଚନା ଚାଲିବ ଏଥିରେ ସନ୍ଦେହ ନାହିଁ । ଆଲୋଚନର ବିଶୟ ଏହା ମଧ୍ୟ ଯେ ଏହି ବିଦ୍ରୋହର ‘ପ୍ରଯୋଜକ’ କିଏ ? କିଏ ପରଦା ପଛରେ ରହି ଗୋଟି ଚଳାଉଛି ? ଏହା ଟିମ୍ ୱାର୍କ ନା ଜଣେ ବ୍ୟକ୍ତିଙ୍କ ଚମତ୍କାର ରଣନୀତି ?

ପ୍ରଶ୍ନ ଘେରରେ ଅଛି ବିଜେପି । ବିଦ୍ରୋହ ପଛରେ ବିଜେପିର ପ୍ରତିଶୋଧ ରାଜନୀତି ରହିଛି ବୋଲି କୁହାଯାଉଛି । କିନ୍ତୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି । ଚାଟୁକାରଙ୍କ ଦ୍ୱାରା ଘେରି ରହିବାର ତାଙ୍କ ଅଭ୍ୟାଶ ପାଇଁ ଦଳ ବିଭାଜିତ ହେବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି । ଏହା ସହ ଯେଉଁ ତୃତୀୟ ବ୍ୟକ୍ତିଙ୍କୁ ଶିବସେନା ସଂକଟ ପାଇଁ ୯୦ ପ୍ରତିଶତ ଦାୟୀ କରାଯାଉଛି ତାଙ୍କ ନାମ ହେଉଛି ସଂଜୟ ରାଉତ । ସଂଜୟ ମହାଶୟ ଏକ ଖବର କାଗଜର ସମ୍ପାଦକ ଓ ପଂଚମ ଥର ପାଇଁ ରାଜ୍ୟସଭା ସଦସ୍ୟ କିନ୍ତୁ ତାଙ୍କ ଭାଷା ସଡ଼କଛାପ ଗୁଣ୍ଡାଠାରୁ କମ ନୁହେଁ । ତାଙ୍କରି ଭାଷା ପାଇଁ ଶିବସେନା ବିଧାୟକ ଦଳରୁ ସମ୍ପର୍କ କାଟିଛନ୍ତି ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ, ଶିବସେନାରେ ରହି ସଂଜୟ ଶରଦ ପାୱାରଙ୍କ ହିତା ସାଧନା କରୁଥିଲେ । ଶିବସେନା ଉପରେ ଥାକରେ ଫ୍ୟାମିଲିର ନିୟନ୍ତ୍ରଣ କମିବା ଦ୍ୱାରା ପାୱାର ମରାଠା ରାଜନୀତିରେ ସବୁଠାରୁ ଅଧିକ ଲାଭବାନ ହେବେ ।

After 2nd paragraph post ads

ଶିବସେନା ସଂକଟକୁ ବିଦ୍ରୋହର ନାମ ଦିଆଯାଉ ପଛେ କିନ୍ତୁ ସତ ହେଉଛି ଏହା ମହାରାଷ୍ଟ୍ର ରାଜନୀତିରେ ଗତ ଅଢେଇ ବର୍ଷ ଧରି ଲାଗି ରହିଥିବା କ୍ଷମତା ସଂଘର୍ଷର ଫଳ । ବିଜେପିକୁ ଚକମା ଦେଇ ଶିବସେନା କଂଗ୍ରେସ ଓ ଏନସିପି ସହିତ ମେଣ୍ଟ ସରକାର ଗଠନ କରିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ହୋଇଗଲେ । ଯାହା ବିଜେପିକୁ ଧକ୍କା ଥିଲା । ଆଉ ଏବେ ବିଜେପି ମୌକା ଦେଖି ମମତା ଦିଦିଙ୍କ ଭାଷାରେ ‘ଖେଳ’ କରିଦେଇଛି । ଅର୍ଥାତ ଶିବସେନା ଭଳି ପରିବାର ନିୟନ୍ତ୍ରିତ ଦଳ ଏବେ ବିଜେପି ଖେଳରେ ଫସିଯାଇଛି ।

ନିକଟରେ ତେଲେଙ୍ଗାନା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାରବାଦ ରାଜନୀତି ଉପରେ ଆକ୍ରମଣ କରିଥିଲେ । ନିଶାନାରେ କେବଳ ଟିଆରଏସ ମୁଖ୍ୟ ଓ ତାଙ୍କ ପରିବାର ନଥିଲେ । ବାକି ପରିବାର ନିୟନ୍ତ୍ରିତ ଦଳ ମଧ୍ୟ ଥିଲେ । ମୋଦି ପରିବାରବାଦର ଅବଗୁଣ ସବୁ ଗୋଟି ଗୋଟି କରି ଗଣିଥିଲେ ।

ପରଦା ପଛରୁ ଗୋଟି ଚଳାଉଛି ବିଜେପି

Middle post content

ପ୍ରସଙ୍ଗ ଶିବସେନା ସଂକଟ ନୁହେଁ । ଅସଲ କଥା ହେଉଛି ଶିବସେନା ସଂକଟ ପଛରେ ବିଜେପିର ବଡ଼ ଭୂମିକା ରହିଛି । ଏବେ ଯଦି ଶିବସେନାରେ ହୋଇଥିବା ବିଦ୍ରୋହ ପାରିବାରିକ ଦଳଙ୍କ ପାଇଁ ଆଲର୍ଟ ତେବେ ଏହା ଜାଣିବା ଜରୁରି ଯେ, ଆଗାମୀ ନମ୍ବର କେଉଁ ଦଳର ?

ପରିବାରବାଦ ଉପରେ ଡେମୋକ୍ଲିସ୍ ଖଣ୍ଡା !

ବିଜେପି ଓ ଏହାର ପୋଷ୍ଟର ବୟ ନରେନ୍ଦ୍ର ମୋଦି ୨୦୧୪ରୁ କଂଗ୍ରେସ ମୁକ୍ତ ଭାରତ କଥା କହି ଆସୁଛନ୍ତି । ଅସଲରେ ତାଙ୍କ ଟାର୍ଗେଟ୍ ହେଉଛନ୍ତି ଗାନ୍ଧି ପରିବାର । ଗାନ୍ଧି ପରିବାର ନେତୃତ୍ୱରେ ଯେଉଁଭଳି ଭାବେ କଂଗ୍ରେସ ଜାତୀୟ ରାଜନୀତିରେ ଗୌଣ ହେବାର ଲାଗିଛି ଓ ଅନେକ ରାଜ୍ୟରୁ କ୍ଷମତା ହରାଇବାରେ ଲାଗିଛି ସେଥିରୁ ଗୋଟିଏ କଥା ସତ ଯେ, ଦଳ ଉପରେ ଗାନ୍ଧି ପରିବାର କଣ୍ଟ୍ରୋଲ ଦୁର୍ବଳ ହେବାରେ ଲାଗିଛିଜି-୨୩ ଗ୍ରୁପ୍ ଗାନ୍ଧି ପରିବାର ବିରୋଧରେ ବିଦ୍ରୋହ ବିଗୁଲ ଫୁଙ୍କିଥିଲେ । ବର୍ତ୍ତମାନ ପାଇଁ ଶାମ,ଦାନ,ଦଣ୍ଡ ,ଭେଦ ନୀତି ଆପଣାଇ ସୋନିଆ ପରିବାରର ଶତ୍ରୁଙ୍କୁ ନିଜ ପଟକୁ ଆଣିଛନ୍ତି କିମ୍ବା ସେମାନେ ଦଳ ଛାଡି ଚାଲିଯାଇଛନ୍ତି । କିନ୍ତୁ ସଂକଟ ପୁରା ଟଳି ନାହିଁ ।

ଏହା ପରେ ପାଳି କାହାର ?

ବିଦେଶରେ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି ପାରିବାରିକ ରାଜନୀତିକୁ ଭାରତର ବାସ୍ତବିକତା ବୋଲି କହିଥିଲେ । ଏହା ସହିତ ସେ ଅନ୍ୟକ୍ଷେତ୍ରର ଉଦାହରଣ ଦେଇ ଏହାର ଓକିଲାତି ମଧ୍ୟ କରିଥିଲେ । ସତ ହେଉଛି କେବଳ କଂଗ୍ରେସ ନୁହେଁ ପାରିବାରିକ ରାଜନୀତି ସବୁଦଳରେ ଅଛି । ଶିବସେନା ଭଳି ମହାରାଷ୍ଟ୍ରର ଆଉ ଏକ ଦଳ ହେଉଛି ଏନସିପି । ଏହାର ନେତା ହେଉଛନ୍ତି ଶରଦ ପାୱାର । ଶରଦ ପାୱାରଙ୍କ ପରେ ଯଦି କାହାର ପାଳି ଆସିବ ତେବେ ସିଏ ହେଉଛନ୍ତି ସୁପ୍ରିୟା ସିନ୍ଦେ । ସୁପ୍ରିୟାଙ୍କୁ ଯେଉଁଭଳି ମହତ୍ୱ ଦିଆଯାଉଛି ସେଥିରେ ପୁତୁରା ଅଜିତ ପାୱାର ଅସନ୍ତୁଷ୍ଟ ଅଛନ୍ତି । ୨୦୧୯ରେ ଅଜିତ କେବଳ ଏଇଥିପାଇ ବିଜେପି ସହିତ ମେଣ୍ଟ କରି ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅବଶ୍ୟ ରାତି ଅଧିଆ ଶପଥ ନେଇ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପିର ଦେବେନ୍ଦ୍ର ଫଡନାବିସ ଓ ବିଦ୍ରୋହୀ ଏନସିପି ନେତା ଅଜିତଙ୍କ ସରକାର କେଇ ଘଣ୍ଟା ମଧ୍ୟରେ ଭାଙ୍ଗି ଯାଇଥିଲା । ଅଜିତଙ୍କୁ ଇମୋସନାଲ ବ୍ଲାକମେଲ କରି ପାୱାର ନିଜ ପଟକୁ ଆଣିବାରେ ସଫଳ ହୋଇଥିଲେ । ଆଗକୁ ସୁପ୍ରିୟାଙ୍କ ବିରୋଧରେ ଅଜିତ ଯଦି ପୁଣି ବିଦ୍ରୋହ କରନ୍ତି ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ବାସ୍ତବିକତା ହେଉଛି ଉତ୍ତରରୁ ଦକ୍ଷୀଣ ସବୁ ଆଡେ ପରିବାର ରାଜନୀତିରେ ଆସ୍ଥାନ ମାଡି ବସିଛନ୍ତିଲାଲୁଙ୍କ ପରେ ତାଙ୍କ ପୁଅ,ମମତାଙ୍କ ପରେ ତାଙ୍କ ପୁତୁରା,କରୁଣାନିଧିଙ୍କ ପରେ ତାଙ୍କ ପୁଅ ଷ୍ଟାଲିନ । ତାଲିକା ଲମ୍ବା । ତେଣୁ ଆଗାମୀ ଦିନରେ କେଉଁ ପରିବାର ନିଜ ଦଳ ଉପରୁ ନିୟନ୍ତ୍ରଣ ହରାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami