ପ୍ରଥମ ରାଉଣ୍ଡରେ ପଛୁଆ ସ୍ମୃତି ଇରାନୀ

Above Post Content

ନୂଆଦିଲ୍ଲୀ: ପ୍ରଥମ ରାଉଣ୍ଡରେ ପଛୁଆ ରହିଛନ୍ତି ବିଜେପିର ଲୋକସଭା ପାର୍ଥୀ ସ୍ମୃତି ଇରାନୀ । କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ଆଗରେ ଥିବା ଜଣାଯାଇଛି । ଲୋକସଭା ନିର୍ବାଚନରେ ୟୁପିର ଅମେଠିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଏହି ଆସନରେ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । ଏବେ ପ୍ରଥମ ରାଉଣ୍ଡରେ କିଶୋରୀ ଲାଲ ସ୍ମୃତି ଇରାନୀଙ୍କଠାରୁ ଆଗରେ ରହିଥିବା ଜଣାପଡ଼ିଛି ।

Middle post content

ଆଗରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା

After 2nd paragraph post ads

ଖବରଲେଖାଯିବା ବେଳକୁ କିଶୋରୀ ଲାଲ ଶର୍ମା ସ୍ମୃତି ଇରାନୀଙ୍କଠାରୁ ୧୩ ହଜାର ୯୫୪ଭୋଟରେ ଆଗୁଆ ଅଛନ୍ତି । କିଶୋରୀ ଲାଲ ଶର୍ମା ଏପର୍ଯ୍ୟନ୍ତ ୪୩ହଜାର ୭୬ଭୋଟ୍ ପାଇଥିବା ବେଳେ ସ୍ମୃତି ଇରାନୀ ୨୯ହଜାର ୧୨୨ଭୋଟ ପାଇଛନ୍ତି । ସ୍ମୃତିଙ୍କଠାରୁ ବିଜେପି ବିଜୟ ଆଶା ରଖିଥିବା ବେଳେ ଏଥର ସେ ଦଳକୁ ନିରାଶ କରିପାରନ୍ତି ବୋଲି ପ୍ରଥମ ରାଉଣ୍ଡ ଦେଖି ଆଶଙ୍କା କରାଯାଉଛି । ଆଗକୁ ଅନେକ ରାଉଣ୍ଡ ଗଣତି ବାକି ଥିବା ବେଳେ କିଛି ଘଣ୍ଟା ପରେ ବାଜି ଓଲଟିପାରେ ବୋଲି ସ୍ମୃତି ଆଶା ରଖିଛନ୍ତି । ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା । ଏଥର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅନ୍ୟପକ୍ଷରେ ବିଜେପି ଏନଡିଏରେ ଛୋଟ ଛୋଟ ଦଳକୁ ଅନ୍ତର୍ଭୁକ୍ତ କରିଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ଅପନା ଦଳ (ଏସ), ସୁଭାସପା, ନିଶାଦ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ଏନଡିଏରେ ସାମିଲ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami