କୁମାରୀ ବାହାଘରରେ କମ୍ପିଲା ଗାଁ

Above Post Content

ଭୁବନେଶ୍ୱର: କୁମାର ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି କୁମାରୀ ବିବାହ । ବର୍ଷ ବର୍ଷ ଧରି ପରମ୍ପରା ପାଲଟିଥିବା ଏହି ବିବାହରେ ବିଧି ସବୁ ସତ ହୋଇଥିଲେ ହେଁ ବାହାଘରଟି ଛୋଟପିଲାଙ୍କ ଖେଳ ହୋଇଥାଏ । ବାଡ଼ୁଅ ପାଣିରେ ଗାଧୋଇବାଠାରୁ ଆରମ୍ଭ କରି ବରଯାତ୍ରୀ ଶୋଭାଯାତ୍ରା, ହାତଗଣ୍ଠି, ବେଦିରେ ହୋମଯଜ୍ଞ, ବନ୍ଦାପନା ଓ ଭୋଜିଭାତ ସବୁ ବିଧି ମୁତାବକ ହୋଇଥାଏ । କିନ୍ତୁ ଦୁଇ ଜଣ କୁନି ଝିଅ ବର-କନ୍ୟା ସାଜିଥାନ୍ତି । ଏନେଇ ବିଭିନ୍ନ ଗାଁ ଉତ୍ସବମୁଖର ହୋଇପଡ଼ିଥିଲା ।

ରୋଶଣି କରି ଆସିଲା ବରଯାତ୍ରୀ

After 2nd paragraph post ads
Middle post content

ବାଲିଅନ୍ତା ବ୍ଲକ୍ ସରକଣା ପଞ୍ଚାୟତ ରଣପୁର ଗାଁରେ ଅନୁଷ୍ଠିତ ହୋଇଛି କୁମାରୀ ବିବାହ । ଏହି ବିବାହ ନେଇ ଗାଁ ଦାଣ୍ଡରେ ଟେଣ୍ଟ୍ ବନ୍ଧା ଯାଇଥିଲା । ରଙ୍ଗ ବେରଙ୍ଗର ଆଲୋକମାଳାରେ ବେଦି ସଜ୍ଜିତ ହୋଇଥିଲା । କୁନି ଝିଅ ଲିକିନା ବରବେଶ ଓ ଡୁଡୁଲି କନ୍ୟା ବେଶରେ ସଜେଇ ହୋଇଥିଲେ । ମଧ୍ୟାହ୍ନରେ ମା’ କ୍ଷେତ୍ରପାଳୀ ଠାକୁରାଣୀଙ୍କ ମନ୍ଦିରରେ ଦିଅଁ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ରାତିରେ ବାଜା, ବାଣ, ରୋଶଣି କରି ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ବର ଲିକିନା ମା’ କ୍ଷେତ୍ରପାଳୀ ଠାକୁରାଣୀଙ୍କଠାରୁ ଶୋଭାଯାତ୍ରାରେ ବାହାରିଥିଲେ ।

ମହିଳା କରିଥିଲେ ବନ୍ଦାପନା

କନ୍ୟାପକ୍ଷରୁ ଡୁଡୁଲିଙ୍କ ବାପାମା’ ସାଜିଥିବା କୁମାରୀମାନେ ବରଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ବାଟ ବରଣି ବିଧି ସରିବା ପରେ ବେଦିରେ ପୁରୋହିତ ମନ୍ତ୍ର ଉଚ୍ଚାରଣ କରିଥିଲେ । ଅଭି ପୁରୋହିତ ଭୂମିକାରେ ଥିବା ବେଳେ ସତ୍ୟଭାମା ବାରିକିଆଣି ଓ ପପୁ ଶଙ୍ଖୁଆ ଭୂମିକା ନିଭାଇଥିଲେ । ବେଦିରେ ଗାଁର ମହିଳା ଓ ନିମନ୍ତ୍ରିତ ବନ୍ଧୁ ବାନ୍ଧବ ବନ୍ଦାପନା କରିଥିଲେ । ବର-କନ୍ୟାଙ୍କୁ ଟଙ୍କା ଏବଂ ବିଭିନ୍ନ ଆକର୍ଷଣୀୟ ଉପହାର ଦେଇ ବନ୍ଦାପନା କରିଥିଲେ । ବିଧି ଅନୁସାରେ ଶାଳି ହାତଗଣ୍ଠି ଫିଟାଇବା ପରେ ବିବାହ କାର୍ଯ୍ୟ ଶେଷ ହୋଇଥିଲା । ଚୁମି, ସୁମି, କୁନି, ଲୋରି, ଚୁଇନା, ରାନୁ, ଗୁଗୁଙ୍କ ସମେତ ଅନ୍ୟ ଝିଅ ଓ ମହିଳାମାନେ ସାମିଲ ହୋଇଥିଲେ । ଶେଷରେ ଭୋଜିଭାତର ଆସର ଜମିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami