ଆପଣଙ୍କ ମାନନୀୟ ସାଂସଦ କେତେ ଧନୀ ? ଜାଣନ୍ତୁ ଦେଶର ସବୁଠାରୁ ଧନୀ ସାଂସଦଙ୍କ ନାମ

Above Post Content

ନେତାଙ୍କ ଥାଟବାଟ ସମସ୍ତଙ୍କ ପାଇଁ ଆକର୍ଷଣର କାରଣ ହୋଇଥାଏ । ସବୁ ଭୋଟରଙ୍କ ମନରେ ନିଜ ନେତାଙ୍କ ଧନ ସଂପତି ବାବଦରେ ଜାଣିବାର ଇଛା ଥାଏ । ଆରମ୍ଭରୁ ହିଁ ନେତାଙ୍କ ଧନସଂପତିକୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ରହି ଆସିଛି । ଏମିତିରେ ବି କୁହାଯାଏ ଯେ, କ୍ଷମତାର ରାସ୍ତା ଟଙ୍କା ଦେଇ ହିଁ ଯାଇଥାଏ । ଆଜିର ସମୟରେ ଆର୍ଥିକ ଭାବରେ ଶକ୍ତ ବ୍ୟକ୍ତି ହିଁ ରାଜନୀତି କରିପାରିବେଭୋଟ ରାଜନୀତିରେ ଯେଉଁ ଖର୍ଚ୍ଚ ହେଉଛି ତାହା କରିବା ଜଣେ ସାଧାରଣ ବ୍ୟକ୍ତିର ସାମର୍ଥ୍ୟରୁ ବାହାରେ । ଜଣେ ବିଧାୟକ କିମ୍ବା ସାଂସଦ ହେବା ପରେ ସେମାନଙ୍କ ସମ୍ପତି ମଧ୍ୟ ବଢିଥାଏ । ଆସନ୍ତୁ ଜାଣିବା ବର୍ତ୍ତମାନ ସମୟରେ କେଉଁ ଦଳର ସର୍ବାଧିକ ସାଂସଦ କୋଟିପତି ଓ କିଏ ଭାରତର ସବୁଠାରୁ ଧନୀ ସଂସାଦ

ଏକ ବିଶ୍ଲେଷଣ ଅନୁସାରେ ଜଣେ ଲୋକସଭା ସାସଂଦଙ୍କ ହାରାହାରି ସଂପତି ୨୦ କୋଟି ୪୭ ଲକ୍ଷ ହୋଇଥିବା ବେଳେ ରାଜ୍ୟସଭା ସାଂସଦଙ୍କ ସମ୍ପତି ହେଉଛି ୭୯ କୋଟି ୫୪ ଲକ୍ଷ । ଅର୍ଥାତ ରାଜ୍ୟସଭା ସାଂସଦଙ୍କ ସଂପତି ଲୋକସଭା ସାଂସଦଙ୍କ ସଂପତିଠାରୁ ୪ ଗୁଣ ଅଧିକ । ଯାହାର ଅର୍ଥ ହେଉଛି ରାଜ୍ୟସଭା ସାଂସଦ ସଂପତି ମାମଲାରେ ଲୋକସଭା ସାଂସଦଙ୍କଠାର ଆଗରେ ଅଛନ୍ତି ସବୁଠାରୁ ଧନୀ ସାଂସଦଙ୍କ ତାଲିକାରେ ଅଭିନେତା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ନାମ ରହିଛି । ଅନ୍ୟପକ୍ଷରେ ୧୦କୋଟିରୁ ଅଧିକ ସଂପତି ଥିବା ସାଂସଦଙ୍କ ତାଲିକାରେ ବିଜେପିର ଅଧିକ ସାଂସଦ ରହିଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ କଂଗ୍ରେସ ରହିଛି । ରାଜ୍ୟ ହିସାବରେ ଯଦି ଦେଖାଯାଏ ତେବେ ଉତ୍ତର ପ୍ରଦେଶରୁ ଅଧିକ କୋଟିପତି ସାଂସଦ ଆସନ୍ତି

After 2nd paragraph post ads

ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ ରିପୋର୍ଟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ୩୪ ପ୍ରତିଶତ ଲୋକସଭା ସାଂସଦ ଓ ୩୮ ପ୍ରତିଶତ ରାଜ୍ୟସଭା ସାଂସଦଙ୍କ ପାଖରେ ୧୦କୋଟିରୁ ଅଧିକ ସମ୍ପତି ରହିଥିବା ଜଣା ପଡ଼ିଛି ।

ସବୁଠାରୁ ଧନୀ ସାଂସଦଙ୍କ ତାଲିକାରେ ଜୟା

ରାଜ୍ୟସଭା ଓ ଲୋକସଭାର ସାଂସଦଙ୍କ ମଧ୍ୟରେ ସବୁଠାରୁ ଧନୀ ସାଂସଦ ହେଉଛି ଡ. ବନ୍ଦି ପାର୍ଥ ସାରଥୀ । ତାଙ୍କର ମୋଟ ସମ୍ପତିର ମୂଲ୍ୟ ହେଉଛି ୫ ହଜାର ୩ଶହ କୋଟି । ସେ ତେଲେଙ୍ଗାନା ରାଷ୍ଟ୍ର ସମିତିର ସାସଂଦପାର୍ଥ ସାରଥୀ ଔଶଧ କମ୍ପାନୀ ହେଟରୋ ଡ୍ରଗ୍ସର ଚେୟାରମ୍ୟାନ୍ । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ୱାଇଆରଏସ କଂଗ୍ରେସ ଅଲ୍ଲା ଅଯୋଧ୍ୟା ରାମି ରେଡ୍ଡି । ତାଙ୍କ ପାଖରେ ଅଛି ୨ ହଜାର ୫୭୭ କୋଟି ଟଙ୍କା । ତୃତୀୟ ସ୍ଥାନରେ ଅଛନ୍ତି ଜୟା ବଚ୍ଚନଜୟା ବଚ୍ଚନ ୧ ହଜାର ୧ କୋଟି ଟଙ୍କାର ସମ୍ପତି ରଖନ୍ତି । ଏହି ତିନି ସାଂସଦ ରାଜ୍ୟସଭା ସଦସ୍ୟ ।

ଏବେ ଆସନ୍ତୁ ଜାଣିବା ଲୋକସଭାର ସବୁଠାରୁ ଧନୀ ସାଂସଦ କିଏ ? ଲୋକସଭାର ସବୁଠାରୁ ଧନୀ ସାଂସଦ ହେଉଛନ୍ତି ନକୁଲ ନାଥ । କଂଗ୍ରେସରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ନକୁଲ ନାଥଙ୍କ ମୋଟ ସମ୍ପତି ମୂଲ୍ୟ ହେଉଛି ୬୬୦ କୋଟି । ନକୁଲଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଡିକେ ସୁରେଶ । ସେ ମଧ୍ୟ କଂଗ୍ରେସ ସାସଂଦ । ତାଙ୍କ ପାଖରେ ୩୩୮ କୋଟି ଟଙ୍କାର ସମ୍ପତି ରହିଛି । ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ୱାଇଏସଆର କଂଗ୍ରେସ ସାଂସଦ କନୁମୁରୁ ରଘୁ ରାମା କ୍ରିଷ୍ଣା । ତାଙ୍କ ସମ୍ପତି ମୂଲ୍ୟ ହେଉଛି ୩୨୫ କୋଟି ଟଙ୍କା

ଟପ୍ ୫ ଧନୀ ସାସଂଦ

Middle post content

ସାସଂଦ ଦଳ ସମ୍ପତ୍ତି (କୋଟିରେ)

ଡ. ବନ୍ଦା ପାର୍ଥ ସାରଥୀ ଟିଆରଏସ ୫,୩୦୦

ଅଲ୍ଲା ଅଯୋଧ୍ୟା ରେଡ୍ଡି ୱାଇଆରଏସ କଂଗ୍ରେସ ୨୫୭୭

ଜୟା ବଚ୍ଚନ ସପା ୧୦୦୧

ନକୁଲ ନାଥ କଂଗ୍ରେସ ୬୬୦

ଡିକେ ସୁରେଶ କଂଗ୍ରେସ ୩୩୮

କେଉଁ ଦଳରେ ସର୍ବାଧିକ କୋଟିପତି ସାଂସଦ ?

ଏବେ ଆସନ୍ତୁ ଜାଣିବା କେଉଁ ଦଳରେ ୧୦ କୋଟିରୁ ଅଧିକ ସମ୍ପତି ଥିବା ସାଂସଦଙ୍କ ସଂଖ୍ୟା ଅଧିକ । ଏହି ବର୍ଗରେ ବିଜେପି ଆଗରେ ଅଛି ।ବିଜେପିର ୧୨୮ ଜଣ ସାସଂଦଙ୍କ ସମ୍ପତି ୧୦ କୋଟିରୁ ଅଧିକ ଲୋକସଭାର ୩୬ ଜଣ ଓ ରାଜ୍ୟସଭାର ୯୨ ଜଣ ସାସଂଦଙ୍କ ସମ୍ପତିର ମୂଲ୍ୟ ୧୦ କୋଟିରୁ ଅଧିକ । ଏହି ବର୍ଗରେ କଂଗ୍ରେସର ୪୧ ଜଣ ସାସଂଦଙ୍କ ନାମ ରହିଛି । ସେହିଭଳି ଟିଆରଏସର ୧୬,ଶିବସେନାର ୨୨ ଓ ସପାର ୮ ଜଣ ସାସଂଦଙ୍କ ସଂପତିର ମୂଲ୍ୟ ୧୦କୋଟିରୁ ଅଧିକୟୁପିରୁ ଆସିଥାନ୍ତି ସବୁଠାରୁ ଅଧିକ କୋଟିପତି ସାସଂଦ । ୟୁପିର ୪୦ ଜଣ ସାସଂଦଙ୍କ ସମ୍ପତିର ମୂଲ୍ୟ ୧୦ କୋଟିରୁ ଅଧିକ । ଏହାପରେ ଆସୁଛି ମହାରାଷ୍ଟ୍ରର ନାମମହାରାଷ୍ଟ୍ରର ୩୬ ଜଣ ସାଂସଦଙ୍କ ସମ୍ପତି ୧୦ କୋଟିରୁ ଅଧିକ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami