କେଉଁ ଡର ପାଇଁ ବିଜେପି ଗୁଜରାଟରେ ମୁଖ୍ୟମନ୍ତ୍ରୀ ରୂପାଣୀଙ୍କୁ ହଟାଇଲା ?

Above Post Content

ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କୁ ତାଙ୍କ ପଦରୁ ହଟାଇଛି । ଆସନ୍ତା ବର୍ଷ ଡିସେମ୍ବର ମାସରେ ଗୁଜରାଟରେ ନିର୍ବାଚନ ହେବା ପୂର୍ବରୁ ଏମିତି ରୂପାଣୀଙ୍କ ବିଦାୟକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ନିର୍ବାଚନ ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇବା ପାଇଁ ବିଜେପି ଏମିତି ଖାଲିରେ ନିଷ୍ପତ୍ତି ନେଇ ନାହିଁ । ସତ ହେଉଛି ନରେନ୍ଦ୍ର ମୋଦି ଗୁଜରାଟ ଛାଡିବା ପରଠାରୁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ ହୋଇଛି । ବିଜେପିର ଦୁଇ ଶୀର୍ଷ ନେତା ମୋଦି ଓ ଶାହ ଗୁଜରାଟରୁ ଆସନ୍ତି । ଏମିତିରେ ରାଜ୍ୟରେ ବିଜେପି ଦୁର୍ବଳ ହେବା ବାକି ରାଜ୍ୟଙ୍କ ପାଇଁ ଶୁଭ ସଂକେତ ନୁହେଁ । ରୂପାଣିଙ୍କୁ ହଟାଇବା ପଛରେ ଅନେକ କାରଣ ରହିଛି ।

ବିଜେପିକୁ କେଉଁ ଚିନ୍ତା ଘାରିଛି ?

After 2nd paragraph post ads

ବିଜୟ ରୂପାଣୀଙ୍କ ନେତୃତ୍ୱଧିନ ସରକାର ନିର୍ବାଚନର ସମ୍ମୁଖୀନ ହେଲେ ବିଜେପିକୁ ଆଣ୍ଟି ଇନକମ୍ବେନ୍ସିର ଶିକାର ହେବାକୁ ପଡିବ ବୋଲି ଦଳ ଭାବୁଛି । 2012 ତୁଳନାରେ ୨୦୧୭ ନିର୍ବାଚନରେ ପାର୍ଟିର ପଦର୍ଶନ ଖରାପ ହୋଇଥିଲା । ଯାହାକୁ ନେଇ ଦଳ ଚିନ୍ତାରେ ଅଛି । ପାର୍ଟି ପାଇଁ ଏବେ କେବଳ କଂଗ୍ରେସ ଚ୍ୟାଲେଂଜ୍ ନୁହେଁ , ଆପ୍ ମଧ୍ୟ ଗୁଜରାଟରେ ନିଜକୁ ଶକ୍ତିଶାଳୀ କରିଲାଣି । ଚଳିତ ବର୍ଷ ହୋଇଥିବା ସ୍ଥାନୀୟ ନିର୍ବାଚନରେ ଆପ୍ ନିଜ ଖାତା ଖୋଲିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଗୁଜରାଟରେ ଆକ୍ରାମକ ପ୍ରଚାର ପାଇଁ ଚିନ୍ତା କରୁଛି ।

2002 ପରେ ବିଜେପି ଓ କଂଗ୍ରେସ ମଧ୍ୟରେ ହ୍ରାସ ପାଉଛି ବିଜୟ ପାର୍ଥକ୍ୟ

ନିର୍ବାଚନ ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ୍ ସେୟାରରେ ଥିବା ଅନ୍ତର

2002 ବିଧାନସଭା ନିର୍ବାଚନ 10.04%

2007 ବିଧାନସଭା ନିର୍ବାଚନ 9.49%

2012 ବିଧାନସଭା ନିର୍ବାଚନ 9%

Middle post content

2017 ବିଧାନସଭା ନିର୍ବାଚନ 7.7%

2017 ବିଧାନସଭା ନିର୍ବାଚନରେ ବିଜେପି ୧୮୨ ଆସନରୁ ୯୯ ଜିତିଥିଲା । ତେବେ ବିଜେପି ପାଇଁ ଚିନ୍ତାର ବିଷୟ ଥିଲା ଯେ, ୧୯୯୫ ମସିହା ପରେ କଂଗ୍ରେସ ପ୍ରଥମ ଥର ପାଇଁ ୭୭ ଆସନରେ ବିଜୟ ପାଇଥିଲା ।୨୦୧୯ ଲୋକସଭା ନିର୍ବାଚନ ପରେ ପରେ ହୋଇଥିବା ଉପନିର୍ବାଚନରେ ୬ ଆସନରୁ କଂଗ୍ରେସ ୩ଟି ଜିତି ବିଜେପିର ଚିନ୍ତା ବଢାଇ ଦେଇଥିଲା ।

ବିଧାନସଭା ନିର୍ବାଚନ: 2017ର ଚିତ୍ର


ଦଳ ଆସନ ଭୋଟ ସେୟାର
BJP 99 49.05%
CONG 77 41.44%
NCP 1 0.62%
ସ୍ୱାଧିନ 3 4.30%
BSP 0 0.69%

ବିଜେପି ପାଇଁ ଅସୁବିଧା ସୃଷ୍ଟି କରି ପାରନ୍ତି ନୂଆ ଦଳ

୨୦୨୨ ବିଧାନସଭା ନିର୍ବାଚନରେ ବିଜେପିକୁ କେବେଳ ଆପ୍ ଚ୍ୟାଲେଂଜ୍ ଦେବ ନାହିଁ । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏବେ ଗୁଜରାଟ ଉପରେ ଆଖି ପକାଇଛି । ଅସଦଉଦ୍ଦିନ ଓବେସୀଙ୍କ ଅଲ ଇଣ୍ଡିଆ ମଜଲିସ୍ ଇତ୍ତେହାଦୁଲ ମୁସ୍ଲିମିନ୍ ମଧ୍ୟ ଗୁଜରାଟ୍ ନିର୍ବାଚନ ଲଢିବ ବୋଲି ଘୋଷଣା କରି ସାରିଛି । ଟିଏମସି ନିର୍ବାଚନ ପୂର୍ବରୁ କୌଣସି ଦଳ ସହିତ ଯଦି ମେଣ୍ଟ କରେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ପାଟିଦାରଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଉଦ୍ୟମ

ଜନ ଆର୍ଶିବାଦ ଯାତ୍ରା ଜରିଆରେ ବିଜେପି ଅନେକ ରାଜ୍ୟରେ ଜନସମ୍ପର୍କ ଆରମ୍ଭ କରିଛି । ଗୁଜରାଟ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡାଭିଆ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତମ ରୂପାଲଙ୍କୁ ନିଯୁକ୍ତ କରାଯାଇଛି । ଉଭୟ ପାଟିଦାରଙ୍କୁ ଦଳ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ୨୦୧୭ରେ ପାଟିଦାଲ ଆନ୍ଦୋଳନ କାରଣରୁ ବିଜେପିର କ୍ଷତି ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami