ମାୟାବତୀ, ମମତା ଓ କେଜ୍ରିୱାଲଙ୍କ ପାଇଁ ୪ ରାଜ୍ୟରେ ଉଡ଼ିଲା ଗେରୁଆ ବାନା

Above Post Content

ଶେଷରେ ପାଞ୍ଚ ଫୈସଲା ଆସିଛି । ଜନତା ଜନାର୍ଦ୍ଦନ ରାୟ ଶୁଣାଇଛନ୍ତି । ଆଉ ୯ ବର୍ଷରେ ୧୨ ଥର ପାଇଁ ରାହୁଲ ପରାଜୟକୁ ସ୍ୱୀକାର କରି ଟ୍ୱିଟ୍ କରିଛନ୍ତି । କହିଛନ୍ତି ପରାଜୟକୁ ଆମେ ସ୍ୱୀକାର କରୁଛୁ । କେବଳ ପଞ୍ଜାବକୁ ଛାଡିଦେଲେ ବାକି ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ବିଜେପି ପାଇଁ ସବୁଠାରୁ ବଡ଼ ଆଶ୍ୱାସନା ହେଉଛି କିଛି ସିଟ୍ ହରାଇ ମଧ୍ୟ ଏହା ଉତ୍ତରପ୍ରଦେଶରେ କ୍ଷମତା ଦଖଲ କରିବାରେ ସଫଳ ହୋଇଛି । କିନ୍ତୁ ପରିଣାମ ଆସିବା ପରେ ଯେଉଁ ସବୁ ତର୍ଜମା ହେଉଛି ସେଥିରୁ ଗୋଟିଏ କଥା ବାହାରୁଛି । ଆଉ ତାହା ହେଉଛି ୪ ରାଜ୍ୟରେ ଗେରୁଆ ବାନା ଉଡିବା ପଛରେ ବିଜେପିର ଘୋର ବିରୋଧୀଙ୍କ ଅଧିକ ଯୋଗଦାନ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପାଇଁ ବିଜେପି ୪ଟି ରାଜ୍ୟରେ ଜିତିପାରିଛି ।

ମମତା-କେଜ୍ରିଙ୍କ ପାଇଁ ବିଜେପିର ଗୋଆ ବିଜୟ

After 2nd paragraph post ads

ବିଜେପି ଗୋଆରେ ହ୍ୟାଟ୍ରିକ୍ ମାରିଛି । ଆଉ ଏହି ହ୍ୟାଟ୍ରିକ୍ ପାଇଁ ଦଳ ଘୋର ବିରୋଧୀ ମମତା ଓ କେଜ୍ରିୱାଲଙ୍କୁ ନିଶ୍ଚିତ ଭାବେ ଧନ୍ୟବାଦ ଦେବାକୁ ଚାହିଁବ । ୪୦ ଆସନ ବିଶିଷ୍ଟ ଗୋଆରେ ବିଜେପି ତୃଣମୂଳ କଂଗ୍ରେସ ସହିତ ମେଣ୍ଟ କରିଥିବା ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟି ସହିତ ମେଣ୍ଟ କରି ସରକାର ଗଠନ କରିବା ପ୍ରାୟତଃ ନିଶ୍ଚିତ । ଗୋଆରେ ବିଜେପି ବିଜୟର କାରଣ ହେଉଛି ବିଜେପି ବିରୋଧୀ ଭୋଟରେ ବିଭାଜନ । ଗୋଟିଏ ସିଟରେ ବିଜେପି ପ୍ରାର୍ଥୀ ୭୭ ଭୋଟରେ ବିଜୟ ଲାଭ କରିଛନ୍ତି । ଏକରୁ ଅଧିକ ସିଟରେ ବିଜେପିର ବିଜୟ. ବ୍ୟବଧାନ ୫ଶହରୁ କମ ଭୋଟ୍ ରହିଛି । ଯାହାର ଅର୍ଥ ହେଉଛି ଯଦି ମମତାଙ୍କ ଦଳ ଓ କେଜ୍ରିୱାଲଙ୍କ ଦଳ ନିର୍ବାଚନ ଲଢିନଥାନ୍ତେ ତେବେ ଚିତ୍ର ଅଲଗା ହୋଇଥାନ୍ତା । ଏହି ଦୁଇ ଦଳ ଭୋଟ୍ କାଟିବାରୁ ବିଜେପି ସ୍ୱଳ୍ପ ବ୍ୟବଧାନରେ ଜିତିଛି । କେଜ୍ରୱାଲ ଗୋଆର ୪୦ ଆସନରୁ ୩୯ରେ ପ୍ରାର୍ଥୀ ଦେଇଥିଲେ । କଳ୍ପନା କରନ୍ତୁ ଯଦି କେଜ୍ରୱାଲଙ୍କ ୩୯ ପ୍ରାର୍ଥୀ ମୈଦାନରେ ନଥାନ୍ତେ ତେବେ ଚିତ୍ର କ’ଣ ହୋଇଥାନ୍ତା ।

ବିଜେପି ବିଜୟର ବିନ୍ଧାଣୀ ମାୟାବତୀ ?

Middle post content

ଉତ୍ତରପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିଛି । ଯୋଗୀ ଆଦିତ୍ୟନାଥ ଗତ ୩୧ ବର୍ଷ ମଧ୍ୟରେ ଏଭଳି ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବେ । ୨୦୧୭ର ୩୧୨ ଆସନ ସଂଖ୍ୟାକୁ ଯଦିଓ ବିଜେପି ଛୁଇଁ ପାରିନାହିଁ ତଥାପି ଏହା ଏକ ବଡ ଉପଲବ୍ଧି । କାରଣ ଚାଷୀ ଆନ୍ଦୋଳନ ଓ ସମାଜବାଦୀ ପାର୍ଟିର ଅଲ୍ ଆଉଟ୍ ଯୁଦ୍ଧ ଭିତରେ ବିଜେପି ପୁଣିଥରେ କ୍ଷମତାକୁ ଫେରିବାର ସମ୍ଭାବନାକୁ ବିଶ୍ଲେଷକ ଅସ୍ୱୀକାର କରୁଥିଲେ । କିନ୍ତୁ ଗୁରୁବାର ଦିନ ଯୋଗୀ ପୁଣି ସମସ୍ତଙ୍କୁ ଚମକାଇ କ୍ଷମତାକୁ ଫେରିଛନ୍ତି । ତେବେ ଯୋଗୀଙ୍କ ବିଜୟରେ ମାୟାବତୀଙ୍କ ଭୂମିକା ରହିଛି ବୋଲି ଆଲୋଚନା ହେଉଛି । ଯାହାର କାରଣ ମଧ୍ୟ ରହିଛି । ଅଖିଳେଶଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ବିଜେପି ବିରୋଧରେ ଖୁଲମଖୁଲା ଯୁଦ୍ଧ ଘୋଷଣା କରିଥିବା ବେଳେ ମାୟାବତୀ ଦୃଷ୍ୟପଟରେ ନଥିଲେ । ଫଳାଫଳ ଆସିବା ପରେ ଜଣାପଡୁଛି ଯେ, ବିଏସପିର ଭୋଟ୍ ସମୁହ ଭାବେ ବିଜେପିକୁ ଯାଇଛି । ସମାଜବାଦୀ ପାର୍ଟିର କ୍ଷମତାକୁ ଆସିବା ଡର ଓ ଯାଦବ ବର୍ଚ୍ଚସ୍ୱ ଭୟ ଦଳିତ ଭୋଟରଙ୍କୁ ଟାକ୍ଟିକାଲ ଭୋଟିଂ କରିବାକୁ ପ୍ରେରିତ କରିଛି । ଯାହାର ଫଳ ହେଉଛି ଏସପି ହାତରେ ବିଜେପି ଯେତିକି ଆସନ ହରାଇଛି ସେତିକି ବିଏସପି ପାଇଁ ପାଇଛି । ତେଣୁ ବିଜେପି ବିଜୟ. ପାଇଁ ବିଏସପି ସୁପ୍ରିମୋ ମଧ୍ୟ କିଛି ମାତ୍ରାରେ ଦାୟୀ । ଅବଶ୍ୟ ମାୟା କ’ଣ ପାଇଁ ଏଥର ନିର୍ବାଚନରେ ସକ୍ରୀୟ ନଥିଲେ ତା’ର ଅନେକ କାରଣ ରହିଛି । ହୁଏତ ସେ ବୟସାଧ୍ୟକ କାରଣରୁ ସକ୍ରିୟ ନଥିବେ କିମ୍ବା ସେ ଜାଣିଥିବେ ଯେ,ତାଙ୍କର ସକ୍ରିୟତା ଦ୍ୱାରା ଏସପି ଲାଭବାନ ହୋଇପାରେ । ଏସପି ଯେମିତି ଲାଭବାନ ହୋଇନପାରେ ସେଥିପାଇଁ ହୁଏତ ସେ ରଣନୈତିକ ଭାବେ ବିଜେପିକୁ ନିରବ ସମର୍ଥନ ଦେଇଥିବେ । ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ବେଳକୁ ଯେମିତି ଅମିତ ଶାହ ମାୟାବାତୀଙ୍କୁ ପ୍ରଶଂସା କରିଥିଲେ ଓ ମାୟାବତୀ ପ୍ରତିବଦଳରେ ଯେମିତି ଶାହଙ୍କୁ ଧନ୍ୟବାଦ ଦେଇଥିଲେ,ସେଥିରୁ ଲାଗୁଛି ନିଶ୍ଚୟ କିଛି ବ୍ୟାକ୍ ରୁମ୍ ଡିଲ୍ ହୋଇଥିବ ।

ବିଏସପିର ଅଘୋଷିତ ସାହାଯ୍ୟ ବିଜେପିକୁ ସାହାଯ୍ କରିଛି । ୧୨୨ ଆସନରେ ମାୟା ଏମିତି ପ୍ରାଥିୀ ଦେଇଥିଲେ ଯେଉଁମାନେ ସମାଜବାଦୀ ପାର୍ଟୀ ପ୍ରାଥୀଙ୍କ ଜାତିର ଥିଲେ । ଏହା ମଧ୍ୟରେ ୯୧ ଜଣ ମୁସଲିମ ବହୁଳ ଓ ୧୫ ଯାଦବ ବହୁଳ ଆସନ ଥିଲା । ଏହି ଆସନ ଗୁଡିକରେ ସମାଜବାଦୀ ପାର୍ଟି ବିଜୟର ପ୍ରବଳ ଦାବିଦାର ଥିଲା । କିନ୍ତୁ ବିଏସପି ଏହି ରଣନୀତି ସମାଜବାଦୀ ପାର୍ଟି ପାଇଁ ଘାତକ ଓ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।

ଏବଂ ଶେଷରେ ଓୱେସୀ..

ଓୱେସୀ ମଧ୍ୟ ବିଜେପି ବିଜୟର ଗୋଟିଏ କାରଣ ହୋଇ ପାରନ୍ତି । ଓୱେସୀଙ୍କ ପ୍ରାର୍ଥୀ ମୁସଲିମ୍ ଭୋଟ କାଟିବାରେ ପ୍ରମ୍ମୁଖ ଭୂମିକା ନିର୍ବାହ କରିଛନ୍ତି । ଦଳିତ ଓ ମୁସଲିମ୍ ଭୋଟ ବିଭାଜନ ବିଜେପି ବିଜୟପଥକୁ ସହଜ ଓ ସୁଗମ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami