୨୦୦ ବର୍ଷ ତଳେ ଭାରତରେ ଏମିତି ପହଂଚିଥିଲା ଟିକା, ତା’ଆଗରୁ ବି ଭାରତରେ ଥିଲା ଟିକା କନସେପ୍ଟ

Above Post Content

ଭାରତରେ ଟିକା ଏବଂ ଟୀକାକରଣର ଏକ ସଂକ୍ଷିପ୍ତ ଇତିହାସ

କରୋନା ଟିକାକୁ ନେଇ ଏବେ ଦେଶରେ ଢେର ଆଲୋଚନା ଚାଲିଛି । ଟିକା କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ସହଜରେ ପହଂଚି ପାରିବ ତାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଏହି ସବୁ ଉଦ୍ୟମ ସତ୍ୱେ ବି ଦେଶର ସବୁ ନାଗରିକଙ୍କୁ ଟିକା ଦେବା ଚଳିତ ବର୍ଷ ଶେଷ ହେବା ସମ୍ଭବ ଲାଗୁନାହିଁ । ଡିସେମ୍ବର ସୁଧା ଶତ ପ୍ରତିଶତ ଟିକାକରଣ ଦିଗରେ ସବୁଠାରୁ ବଡ ପ୍ରତିବନ୍ଧକ ହେଉଛି ଟିକା ଉତ୍ପାଦନର ସୀମିତତା । ତେବେ ଜାଣିଛନ୍ତି କି ଭାରତରେ ପ୍ରଥମେ କେବେ ଟିକା ଦିଆଯାଇଥିଲାଏହା କେମିତି ଭାରତରେ ପହଂଚିଲା ?

After 2nd paragraph post ads

ମାନବ ସଭ୍ୟତା ଆରମ୍ଭରୁ ବିଭିନ୍ନ ମହାମାରୀର ସମ୍ମୁଖୀନ ହୋଇଛି । କେତେବେଳେ ବ୍ଲାକ୍ ଡେଥ୍ ତ’ କେତେବେଳେ ପ୍ଲେଗ୍ । ମଧ୍ୟଯୁଗରେ ପ୍ଲେଗ୍ ଏସିଆ ଓ ୟୁରୋପର କୋଟି କୋଟି ଲୋକଙ୍କ ଜୀବନ ନେଇଥିଲା । ପ୍ଲେଗ୍ ଭଳି ବସନ୍ତ, ମଧ୍ୟ ଗୋଟିଏ ସମୟରେ ମୃତ୍ୟୁର ଅନ୍ୟନାମ ଥିଲା । ଭାରତରେ ହାଡଫୁଟି ଗୋଟିଏ ସମୟରେ ହଜାର ହଜାର ଲୋକଙ୍କ ଜୀବନ ନେଉଥିଲା । ସେତେବେଳ ଭାରତରେ ଲୋକ ଶୀତଳା ଦେବୀଙ୍କ ଶରଣାପନ୍ନ ହେଉଥିଲେ ଏହି ମାରତ୍ମକ ରୋଗରୁ ବଂଚିବା ପାଇଁ । ଏବେ ମଧ୍ୟ ଆମେ ଗାଁ ଗହଳିରେ ଶୀତଳା ଦେବୀଙ୍କ ମନ୍ଦିର ଦେଖିବାକୁ ପାଇବା ।

୧) ବିଜ୍ଞାନ ଖୋଜିଲା ଟିକା

ତେବେ ଧିରେ ଧିରେ ବୈଜ୍ଞାନିକ ଟିକା କଥା ଚିନ୍ତା କଲେ । ସେମାନେ ଏଭଳି କିଛି ଔଷଧ ଆବିଷ୍କାର କରିବାକୁ ଚାହୁଁଥିଲେ ଯାହାଦ୍ୱାରା ଜଣେ ଆଉ ସଂକ୍ରମିତ ହେବ ନାହିଁ । ବସନ୍ତ ରୋଗ ଗୋଟିଏ ସମୟରେ ୟୁରୋପ ଓ ଏସିଆରେ ମୃତ୍ୟୁର କାରଣ ଥିଲା । ହାଡଫୁଟି ୟୁରୋପୀୟଙ୍କ ପାଇଁ ଆମେରିକାରେ ପ୍ରବେଶ କରିଥିଲା । ଆମେରିକାର ମୁଳ ଅଧିବାସୀଙ୍କ ଭିତରେ ଏହି ଜୀବାଣୁ ସହ ଲଢିବାକୁ ରୋଗ ପ୍ରତିରୋଧକ ଶକ୍ତି ନଥିଲା । ଫଳରେ ଆମେରିକାର ମୁଳ ଅଧିବାସୀଙ୍କ ମଧ୍ୟରୁ 90 ପ୍ରତିଶତ ମାତ୍ର ବର୍ଷ କେଇଟାରେ ବସନ୍ତ ଭଳି ରୋଗର ଶିକାର ହୋଇ ଲୋପ ପାଇଗଲେ

1776ରେ ଇଂରେଜ ଚିକିତ୍ସକ ଏଡବର୍ଡ ଜେନର ହାଡଫୁଟିର ଟିକା ଆବିଷ୍କାର କରିବାରେ ସଫଳ ହୋଇଥିଲେ । ସେହିସମୟରେ ଏହି ରୋଗରେ ପଡିଲେ ମରିବା ସୁନିଶ୍ଚିତ ଥିଲା । ସାଧାରଣତଃ ପିଲାଙ୍କୁ ହେଉଥିବା ଏହି ରୋଗରେ ସଂକ୍ରମିତଙ୍କ ମୃତ୍ୟୁହାର ଶତକଡା 80 ପ୍ରତିଶତ ଥିଲା । ଏହା ସହିତ ସଂକ୍ରମିତଙ୍କ ମଧ୍ୟରୁ କିଛି ବଂଚିଗଲେ ବି ଦୃଷ୍ଟିଶକ୍ତି ହରାଇବାକୁ ପଡୁଥିଲା

୨) 3 ହଜାର ବର୍ଷର ପୁରୁଣା ଇତିହାସ

ବସନ୍ତ ରୋଗର ଇତିହାସ 3 ହଜାର ବର୍ଷରୁ ଅଧିକନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେସନର ୱେବସାଇଟ୍ ଅନୁସାରେ ପ୍ରାୟ 3 ହଜାର ବର୍ଷ ତଳେ ଏହି ରୋଗ ଜନ୍ମ ନେଇଥିଲା । ପ୍ରାଚୀନ ଗ୍ରୀସ୍ ଓ ଭାରତରେ ଏହି ରୋଗ ତା’ର ରୌଦ୍ର ରୂପ ଦେଖାଉଥିଲା । 1545 ମସିହାରେ ଗୋଆରେ ବସନ୍ତ ରୋଗ 8 ହଜାର ଶିଶୁଙ୍କ ଜୀବନ ନେଇଥିଲା । ଐତିହାସିକ ଏହି ରୋଗକୁ ଭାରତୀୟ ପ୍ଲେଗ୍ ବୋଲି କୁହନ୍ତି ।

୩) ଯୁଦ୍ଧବନ୍ଦୀଙ୍କ ଉପରେ ହୋଇଥିଲା ପରୀକ୍ଷଣ

Middle post content

1776ରେ ବସନ୍ତ ଟିକା ଇଂଲଣ୍ଡରେ ଆବିଷ୍କୃତ ହେଲା । କିନ୍ତୁ ଏହି ଟିକାର ପରୀକ୍ଷଣ ପାଇଁ କେହି ଆଗକୁ ଆସିଲେ ନାହିଁ । ବସନ୍ତଠାରୁ ଅଧିକ ଡର ଲୋକଙ୍କର ଟିକାକୁ ନେଇଥିଲା । ମାନବୀୟ ପରୀକ୍ଷଣରେ କେହି ସାମିଲ ନହେବାରୁ ବାଧ୍ୟ ହୋଇ ଏହାର ପରୀକ୍ଷଣ ଯୁଦ୍ଧବନ୍ଦୀଙ୍କ ଉପରେ ହୋଇଥିଲା । ତେବେ ଶେଷରେ ଜେନରଙ୍କ ବସନ୍ତ ଟିକା ସଫଳ ହୋଇଥିଲା । 1799ରେ ଇଂଲଣ୍ଡ ସରକାର ନିଜ ଦେଶ ଓ ଉପନିବେଶରେ ଏହି ଟିକା ଲଗାଇବାକୁ ଅନୁମତି ଦେଇଥିଲେ ।

୪) ଭାରତରେ ଟିକା ପହଂଚିବାରେ ଆସିଥିଲା ସମସ୍ୟା

ବସନ୍ତ ଟିକା ତିଆରି ହେବା ପରେ ପରେ ତୁରନ୍ତ ଏହାକୁ ଭାରତ ଆଣିବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ଟିକା ଆସିବା ରାସ୍ତାରେ ଅନେକ ପ୍ରତିବନ୍ଧକ ଥିଲା । ଟିକା ସମୁଦ୍ର ରାସ୍ତାରେ ଆସିବାର ଥିଲା । କିନ୍ତୁ ଭାରତରେ ଜାହଜ ପହଂଚିବାକୁ ଯେତିକି ସମୟ ଲାଗୁଥିଲା ତା’ଭିତରେ ଟିକା ଏକ୍ସପାଏର ହୋଇ ଯାଉଥିଲା । ତେଣୁ ସେହି ଟିକା ଭାରତରେ ପହଂଚିବା ପରେ ମଧ୍ୟ କୌଣସି କାମରେ ଆସୁନଥିଲା ।

୫) ଇଂଲଣ୍ଡରେ ଟିକା ଦିଆଯିବାର 4 ବର୍ଷ ପରେ ଭାରତ ଆସିଥିଲା

ଇଂଲଣ୍ଡରେ ବସନ୍ତ ଟିକା ଦିଆଯିବାର 4 ବର୍ଷ ପରେ ଭାରତରେ ପହଂଚିଥିଲା ଜେନରଙ୍କ ଟିକା । ଏଥିପାଇଁ ବିଶେଷ ପ୍ୟାକେଜିଂ ବ୍ୟବସ୍ଥା ହୋଇଥିଲା । ସ୍ୱତନ୍ତ୍ର ରୁଟ୍ ଦେଇ ଏହା ଶୀଘ୍ର ଭାରତରେ ପହଂଚିଥିଲା । ତେବେ ପ୍ରଶ୍ନ ଏହାଥିଲା ଯେ, ଟିକା କାହାକୁ ଦିଆଯିବ ?

୬) ଭାରତୀୟ ଟିକାକୁ କରୁଥିଲେ ସନ୍ଦେହ

ଭାରତୀୟ ଖ୍ରୀଷ୍ଟିଆନ୍ ଇଂରେଜଙ୍କ ଟିକାକୁ ଅବିଶ୍ୱାସ କରୁଥିଲେ । ସେମାନଙ୍କୁ ଜୋରଜବରଦସ୍ତ ଟିକା ଦେବା ଦ୍ୱାରା ବିଦ୍ରୋହର ଆଶଙ୍କା ଥିଲା । ତେଣୁ ବ୍ରିଟିଶ ଶାସକ ପ୍ରଥମେ ଏହି ଟିକା ଜଣେ ଇଂରେଜ କର୍ମଚାରୀଙ୍କ ତିନି ବର୍ଷର ଝିଅକୁ ଦେଇଥିଲେ । ଛୋଟ ଝିଅ ଟିକା ନେବା ପରେ ଭାରତୀୟଙ୍କ ମଧ୍ୟରେ ଏହି ଟିକାକୁ ନେଇ ବିଶ୍ୱାସ ଜନ୍ମ ହୋଇଥିଲା । ପରେ ଭାରତର ଅନେକ ଅଂଚଳରେ ଟିକାକରଣ ହୋଇଥିଲା

୭) ହଜାର ବର୍ଷ ପୂର୍ବେ ଭାରତରେ ଥିଲା ଟିକା କନସେପ୍ଟ

ବସନ୍ତ ଟିକା ଶିଳ୍ପବିପ୍ଲବ କାଳରେ ଆସିଥିଲା । କିନ୍ତୁ ଏହା ବିଶ୍ୱାସ କରାଯାଏ ଯେ, ପ୍ରାଚୀନ ଭାରତ ଓ ଚୀନ୍ ତଥା ତୁର୍କୀରେ ଟିକାକରଣ କନସେପ୍ଟ ଥିଲାପ୍ରାୟ 1 ହଜାର ଖ୍ରୀଷ୍ଟାବ୍ଦ ବେଳକୁ ଭାରତୀୟ ଚିକିତ୍ସକ ଏହା ଜାଣି ସାରିଥିଲେ ଯେ, କୌଣସି ରୋଗର ଭାଇରସର ଏକ ଛୋଟ ଅଂଶ ଶରିର ଭିତରକୁ ପ୍ରବେଶ କରାଇବା ଦ୍ୱାରା ହାଲୁକା ରୋଗ ହୋଇଥାଏ କିନ୍ତୁ ଏହା ଦ୍ୱାରା ସେହି ରୋଗ ଗମ୍ଭୀର ହେବାର ଆଶଙ୍କା ଆଉ ରହିନଥାଏ ।

ଭାରତରେ ଚିକିତ୍ସାର ଏହି ପଦ୍ଧତି ସାଧାରଣ ଥିଲା । ସେହି ସମୟରେ ବମ୍ବେ ଓ ବଙ୍ଗରେ କିଛି ଚିକିତ୍ସକ ଗୋଟିଏ ରୋଗକୁ ସେହି ରୋଗର ବାହକ ଦ୍ୱାରା ଚିକିତ୍ସା କରୁଥିବାର ପ୍ରମାଣ ରହିଛି । ଇଂରେଜ୍ ଡାକ୍ତର ଜେଜେଡ୍ ହାଲୱେଲ୍ ଏସମ୍ବନ୍ଧରେ ସେତେବେଳେ ନିଜ ପୁସ୍ତକରେ ଲେଖିଥିଲେ । କିନ୍ତୁ ବ୍ରିଟିଶ୍ ଭାରତରେ ଏହି ଚିକିତ୍ସା ପଦ୍ଧତିକୁ ବନ୍ଦ କରିଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami