ସରକାରଙ୍କ ନୂଆ ସ୍କ୍ରାପ୍ ନୀତି ବାବଦରେ ଜାଣିଛନ୍ତି କି ? ଲକ୍ଷେ ଟଙ୍କା ଶସ୍ତା ହୋଇପାରେ ନୂଆ ଗାଡି

Above Post Content

କେନ୍ଦ୍ର ସରକାର ଶୁକ୍ରବାର ଦିନ ନୂଆ ସ୍କ୍ରାପ୍ ନୀତିର ଘୋଷଣା କରିଛନ୍ତି । ନୂଆ ନୀତି ଆସିବା ପରେ ନୂଆ ଗାଡି କ୍ରୟ ଓ ପୁରୁଣା ଗାଡିକୁ ନେଇ ଅନେକ ପରିବର୍ତ୍ତନ ଆସିବ । ଏହି ନୀତି କାରଣରୁ ବଜାରରେ ଥିବା ଅନେକ ପୁରୁଣା ଗାଡି କବାଡିଖାନାକୁ ଯିବ । ଏହା ସହିତ ନୂଆ ଗାଡି କିଣିଲେ ଲୋକଙ୍କୁ ଅନେକ ଫାଇଦା ମଧ୍ୟ ମିଳିବ । ଯଦି ଆପଣଙ୍କ ପାଖରେ ପୁରୁଣା ଗାଡି ଅଛି ଓ ଆପଣ ନୂଆ ଗାଡି କିଣିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ପୁରୁଣା ଗାଡି ସ୍କ୍ରାପିଂ କଲେ ଆପଣଙ୍କୁ ନୂଆ ଗାଡି କିଣିବା ବେଳେ ଭଲ ରିହାତି ମିଳିବ ।

ଏମିତିରେ ଆସନ୍ତୁ ପ୍ରଥମେ ଜାଣିବା ନୂଆ ସ୍କ୍ରାପ୍ ପଲିସି କ’ଣ ? ଏହି ନୂଆ ନୀତି ଦ୍ୱାରା ନୂଆ କରି ଗାଡି କିଣୁଥିବା ଲୋକ କେମିତି ଲାଭ ପାଇ ପାରିବେ ?

After 2nd paragraph post ads

ପଲିସି କ’ଣ ?

ଏହି ପଲିସିର ଉଦ୍ଦେଷ୍ୟ ହେଉଛି ସଡକରୁ ପୁରୁଣା, ଦଦରା ଓ ଅନଫିଟ୍ ଗାଡିକୁ ହଟାଇବା । ଯାହାଦ୍ୱାରା ଦୁର୍ଘଟଣା ହ୍ରାସ ପାଇବା ସହିତ ପ୍ରଦୁଷଣ ମଧ୍ୟ କମିବ । ଏହାବାଦ ଯେଉଁ ବ୍ୟକ୍ତି ନିଜ ପୁରୁଣା ଗାଡିକୁ ସ୍କ୍ରାପିଂ ପାଇଁ ଦେବେ ତାଙ୍କୁ ସରକାରଙ୍କ ତରଫରୁ ନୂଆ ଗାଡି ଉପରେ ରିହାତି ଦିଆଯିବ । ଲୋକଙ୍କୁ ପୁରୁଣା ଗାଡିର ମୋହ ଛାଡିବା ପାଇଁ ପ୍ରେରିତ କରିବା ଲାଗି ସରକାର ଏହି ରିହାତି ଦେବେ ।

ନୂଆ ଗାଡି କିଣିଲେ କ’ଣ ମିଳିବ ଲାଭ ?

Middle post content

ନୂଆ ନୀତି ଅନୁସାରେ ଜଣେ ଯଦି ନିଜ ପୁରୁଣା ଗାଡିକୁ ସ୍କ୍ରାପିଂ ପାଇଁ ଦେଉଛନ୍ତି ତେବେ ତାଙ୍କୁ ଗାଡିର (ପୁରୁଣା) ଏକ୍ସ-ସୋରୁମ୍ ପ୍ରାଇସ ଉପରେ ୪ରୁ ୬ ପ୍ରତିଶତ ରିହାତି ମିଳିବ । ପୁଣିମଧ୍ୟ ଗାଡିକୁ ସ୍କ୍ରାପକୁ ଦେବାବେଳେ ଏକ ସାର୍ଟିଫିକେଟ୍ ମିଳିବ । ଆପଣ ଯଦି ନୂଆ ଗାଡି କିଣିବା ବେଳେ ଏହି ସାର୍ଟିଫିକେଟ୍ ଦେଖାଉଛନ୍ତି ତେବେ ସେତେବେଳେ ମଧ୍ୟ ରିହାତି ମିଳିବ । ଏହିଭଳି ଭାବେ ନୂଆ ଗାଡି ଉପରେ ଆପଣ ୧୦ରୁ ୧୫ ପ୍ରତିଶତ ରିହାତି ପାଇ ପାରିବେ ।ସୂଚନାଯୋଗ୍ୟ ଯେ, ଦେଶରେ ଘରୋଇ ବାହାନର ପଂଜିକରଣ ୧୫ ବର୍ଷ ପାଇଁ ହେଉଥିବା ବେଳେ କମର୍ସିଆଲ ଗାଡି ୧୦ ବର୍ଷ ପାଇଁ ପଂଜିକୃତ ହୋଇଥାଏ । ଏହାପରେ ବାହାନକୁ ସ୍କ୍ରାପ ଭାବେ ବିକ୍ରି କରାଯାଇଥାଏ ।

କେମିତି ମିଳିବ ୧୫ ପ୍ରତିଶତ ଲାଭ ?

ସ୍କ୍ରାପ ସାର୍ଟିଫିକେଟ୍ ଓ ନୂଆ ବାହାନର ପଂଜିକରଣ ରିହାତି ମିଶିକରି ୧୦ ପ୍ରତିଶତ ଫାଇଦା ମିଳିବ । ଏହା ସହିତ ନୂଆ ବାହାନ ଉପରେ ଅଲଗା ୫ ପ୍ରତିଶତ ରିହାତି ମିଳିବ । ଏହିଭଳି ଭାବେ ଜଣେ ନିଜ ପୁରୁଣା ଗାଡିକୁ ସ୍କ୍ରାପକୁ ଦେଇ ନୂଆ ଗାଡି ଉପରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଲାଭ ପାଇ ପାରିବେ । ଏକ ସରଳ ଉଦାହରଣ ଦ୍ୱାରା ଏହାକୁ ବୁଝିବା ଆସନ୍ତୁ । ଯଦି ଆପଣ ୧୦ ଲକ୍ଷ ଟଙ୍କାର ନୂଆ ଗାଡି କିଣୁଛନ୍ତି ତେବେ ପୁରୁଣା ଗାଡିର ସ୍କ୍ରାପ୍ ସାର୍ଟିଫିକେଟ୍ ଓ ଅଲଗା ରିହାତିକୁ ମିଶାଇ ଆପଣ ଏକ ଲକ୍ଷ ଟଙ୍କା ବଂଚାଇ ପାରିବେ ।

ଯଦି କେହି ସ୍କ୍ରାପ୍ କରିବାକୁ ଚାହିଁବେ ନାହିଁ ?

ଯଦି ଆପଣଙ୍କ ପୁରୁଣା ଗାଡିର ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ । କିନ୍ତୁ ଗାଡିର କଣ୍ଡିସନ୍ ଭଲ ଥିବାରୁ ଆପଣ ତାକୁ ସ୍କ୍ରାପ କରିବାକୁ ଚାହୁଁନାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ଫିଟନେସ୍ ସାର୍ଟିଫିକେଟ୍ ନେବାକୁ ପଡିବ । ଏହାପରେ ପ୍ରତି ୫ ବର୍ଷରେ ଥରେ ଆପଣଙ୍କୁ ଏହି ଫିଟନେସ୍ ସାର୍ଟିଫିକେଟକୁ ରିନ୍ୟୁ କରିବାକୁ ପଡିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami