ଖୋରାସାନ ଅଞ୍ଚଳ କେଉଁଠି ଅଛି ଯାହାକୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ନିଜ ନାଁ ସହିତ ଯୋଡିଛି ?

Above Post Content

ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ସହିତ ଦୋମୁହାଁ ଚ୍ୟାଲେଂଜର ସମ୍ସୁଖୀନ ହୋଇଛି । ଗୋଟିଏ ପଟେ ଅଛି ପଞ୍ଜଶୀର ଓ ଅନ୍ୟ ପଟେ ଅଛି ଇସଲାମିକ୍ ଷ୍ଟେଟ୍ଇସଲାମିକ ଷ୍ଟେଟ୍ ଖୋରାସାନ କାବୁଲରେ ୪ ଦିନ ଭିତରେ ଦୁଇ ଦୁଇଥର ଆକ୍ରମଣ କରି ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଶାସନ କରିବା ଏତେ ସହଜ ନୁହେଁ । ପ୍ରଥମ ଆକ୍ରମଣର ତିନି ଦିନ ପରେ ରବିବାର ଦିନ ଇସଲାମିକ ଷ୍ଟେଟ୍ କାବୁଲ ବିମାନ ବନ୍ଦର ଉପରେ ପୁଣି ରକେଟ୍ ଆକ୍ରମଣ କରିଛି । ତାଲିବାନ ବ୍ରାଣ୍ଡ୍ ଇସଲାମିକ ଶାସନକୁ ବିଶୁଦ୍ଧ ମାନୁନଥିବା ଆଇଏସ୍ ଖୋରାସାନ ନିଜ ବ୍ରାଣ୍ଡର ଇସଲାମିକ ଷ୍ଟେଟ୍ ପ୍ରତିଷ୍ଠା କରିବାକୁ ଚାହୁଁଛି । ତାଲିବାନ ଓ ଆଫଗାନିସ୍ତାନ ଖବରରେ ଥିବା ବେଳେ ଏବେ ଲୋକଙ୍କ ମନରେ ଏହି ଇସଲାମିକ ଷ୍ଟେଟ୍ ଖୋରାସାନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ପ୍ରଥମ ପ୍ରଶ୍ନ ହେଉଛି ଏହି ଇସଲାମିକ ଷ୍ଟେଟ୍ ନାମକ ସଂଗଠନ ତା’ ନାମ ସହିତ କ’ଣ ପାଇଁ ଖୋରାସାନକୁ ଯୋଡିଛି ? ଆଉ ଯଦି ଯୋଡିଛି ତେବେ ଏହି ଖୋରାସାନ କେଉଁଠି ଅଛି ? ଆସନ୍ତୁ ସେହି ସବୁ ପ୍ରଶ୍ନର ଉତ୍ତର ଜାଣିବା ..

ଖୋରାସାନ କ’ଣ ?

After 2nd paragraph post ads

ଇସଲାମିକ ଷ୍ଟେଟ୍ ଖୋରାସାନ ହେଉଛି ସିରିଆ ଓ ଇରାକରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ଏକ ସହଯୋଗୀ ଦଳ । ଏହା ଆଇଏସର ତଥାକଥିତ ଖିଲାପତକୁ ସ୍ୱୀକାର କରେ । ଆଫଗାନିସ୍ତାନରେ ସକ୍ରୀୟ ଥିବା ଆଇଏସ ନିଜ ନାମ ସହିତ ଯେଉଁ ଖୁରାସାନକୁ ଯୋଡିଛି ତାହା ମଧ୍ୟଯୁଗର ଏକ ଐତିହାସିକ କ୍ଷେତ୍ର ।

ଖୋରାସାନକୁ ପାର୍ସୀ ଭାଷାରେ ଖୁରାସାନ-ଏ-କହନ ବୋଲି ମଧ୍ୟ କୁହାଯାଏ । ପ୍ରାଚୀନ ଖୋରାସାନ ମଧ୍ୟ ଏସିଆର ଏକ ଐତିହାସିକ କ୍ଷେତ୍ର ଥିଲା । ଯାହା ମଧ୍ୟରେ ସାମିଲ ଥିଲା ଆଧୁନିକ ଆଫଗାନିସ୍ତାନ, ତୁର୍କମେନିସ୍ତାନ, ଉଜବେକିସ୍ତାନ, ତାଜିକସ୍ତାନ ଓ ପୂର୍ବ ଇରାନ । ଏହା ସହିତ ମଝିରେ ମଝିରେ ସୋଗଦା ଓ ଆମୁ ଦରିଆ କ୍ଷେତ୍ର ମଧ୍ୟ ଖୋରାସାନରେ ସାମିଲ ହେଉଥିଲା । ଇରାନରେ ଏବେ ଖୋରାସାନ ନାମକ ଏକ ପ୍ରଦେଶ ରହିଛି । ଯାହାକି ଐତିହାସିକ ଖୋରାସାନର କେବଳ ମାତ୍ର ଗୋଟିଏ ଭାଗ ।

Middle post content

ଖୋରାସାନ ରାଜ୍ୟର ସ୍ଥାପନା ଆଇଏସର ଲକ୍ଷ୍ୟ

ଆତଙ୍କବାଦୀ ସଂଗଠନ ଆଇଏସ ଖୋରାସାନର ସ୍ୱପ୍ନ ହେଉଛି ମଧ୍ୟଯୁଗର ମ୍ୟାପକୁ ପୁଣିଥରେ ନୂଆକରି ଆଙ୍କିବା । ଅର୍ଥାତ ପ୍ରାଚୀନ ଖୋରାସାନରେ ଯେଉଁ ସବୁ ଅଂଚଳ ଥିଲା ସେହି ସବୁ ଅଂଚଳକୁ ପୁଣିଥରେ ଏକାଠି କରି ଖୋରାସାନ ରାଜ୍ୟର ସ୍ଥାପନା । ତେବେ ଏବେ ଆଇଏସ୍ ଖୋରାସାନ କେବଳ ଆଫଗାନିସ୍ତାନରେ ହିଁ ଅଧିକ ସକ୍ରୀୟ ରହିଛି । ଆଫଗାନିସ୍ତାନର ଦୁଇଟି ପ୍ରଦେଶରେ ଏହାର ଅଧିକ ପ୍ରଭାବ ରହିଛି ।

ଖୋରାସାନର ଅର୍ଥ କ’ଣ ?

ପାର୍ସୀ ଭାଷାରେ ଖୁର’ର ଅର୍ଥ ହେଉଛି ସୂର୍ଯ୍ୟ ଓ ‘ଅସାନ’ର ଅର୍ଥ ହେଉଛି ‘ଆସିବା’ । ଖୋରାସାନର ଅର୍ଥ ହେଉଛି ସେହି ସ୍ଥାନ ଯେଉଁଠାକୁ ସୂର୍ଯ୍ୟ ଆସନ୍ତି ଅର୍ଥାତ ପୂର୍ବ ଭୂମି । ଇରାନର ପୂର୍ବ ଦୀଗରେ ଏହା ଅବସ୍ଥିତ ଥିବାରୁ ଏହାର ନାମକରଣ ଏମିତି ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami