![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ରାତି ପାହିଲେ ରଙ୍ଗର ପର୍ବ ହୋଲି । ସମସ୍ତ ରାଜନୈତିକ ଦଳ ହୋଲି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ହେଲେ ଏଥର ହୋଲି ପାଳିବନି ଆମ୍ ଆଦ୍ମି ପାର୍ଟି (ଆପ୍) । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଲାଗି ହୋଲି ଫିକା ଏବଂ ବେରଂଗ ରହିବ । ସେପଟେ କେଜରିୱାଲଙ୍କୁ ଇଡି ଗିରଫ କରିଥିବାରୁ ଚଳିତ ଥର ଆମ ଆଦମୀ ପାର୍ଟି ପକ୍ଷରୁ ହୋଲି ପାଳନ ନ କରିବାକୁ ଘୋଷଣା କରାଯାଇଛି ।
ମିଳୁନି କେଜରିୱାଲଙ୍କ ପୁରୁଣା ମୋବାଇଲ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅନ୍ୟପଟେ କେଜରିୱାଲ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତନାଘନା ଜାରି ରହିଛି । କେଜରିୱାଲଙ୍କୁ ପଚରାଉଚରା କରୁଛି ଇଡି । ମିଳୁନି ଦିଲ୍ଲୀ ମଦ ଦୁର୍ନୀତି ସମୟର କେଜରିୱାଲଙ୍କ ପୁରୁଣା ମୋବାଇଲ ଫୋନ । ତଦନ୍ତକାରୀ ସଂସ୍ଥା ତରଫରୁ କେଜରିୱାଲଙ୍କୁ ପଚରାଉଚରା ଜାରି ରହିଛି । ମଦ ଦୁର୍ନୀତି ସମୟର କେଜରିୱାଲଙ୍କ ମୋବାଇଲ ଫୋନ କେଉଁଆଡେ ଗାୟବ ହୋଇଯାଇଥିବା ସନ୍ଦେହ କରାଯାଉଛି । ଏହି ଫୋନ ବିଷୟରେ କେଜରିୱାଲ ଜାଣି ନ ଥିବା କହିଛନ୍ତି । ମଦ ଦୁର୍ନୀତି ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତିହାର ଜେଲକୁ ଯାଇ ଅନ୍ୟତମ ଅଭିଯୁକ୍ତ ସମୀର ମେହେନ୍ଦୁଙ୍କ ବୟାନ ରେକର୍ଡ କରିଛି । ଆସନ୍ତାକାଲି ହୋଲି ଥିବାବେଳେ ଏହି ଦିନ ମଧ୍ୟ କେଜରିୱାଲଙ୍କୁ ପଚରାଉଚରା କରିବ ଇଡି । ତେବେ ହୋଲି ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନୀଙ୍କ ସହ ଓକିଲଙ୍କୁ ସାକ୍ଷାତ କରିପାରିବେ ।
ଜଳ ସଂକଟ ସମାଧାନ ଲାଗି ନିର୍ଦ୍ଦେଶ ନେଇ ଉଠିଲା ପ୍ରଶ୍ନ
ଜଳ ସଂକଟ ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଜାରି କରାଯାଇଛି । ହେଲେ କେଜରିୱାଲ ଜେଲରେ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ଏହି ନିର୍ଦ୍ଦେଶକୁ ନେଇ ଉଠିଛି ପ୍ରଶ୍ନ । କିଏ ଏହି ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶରେ କେତେ ସତ ରହିଛି ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଜଳ ସଂକଟ ସମାଧାନ ଲାଗି ହୋଇଥିବା ନିର୍ଦ୍ଦେଶ କିଏ ଜାରି କରିଛି ଏହାର ତନାଘନା କରିବ ଇଡି । ଅରବିନ୍ଦ କେଜରିୱାଲଙ୍କୁ କୌଣସି କମ୍ପ୍୍ୟୁଟର ଦିଆଯାଇ ନ ଥିଲା । ଯାହାଦ୍ୱାରା କି କୌଣସି ନିର୍ଦ୍ଦେଶ ଟାଇପ କରାଯାଇଛି । ନା କୌଣସି କାଗଜ ନଥିପତ୍ରରେ କେଜରିୱାଲ ଦସ୍ତଖତ କରିଛନ୍ତି । ପତ୍ନୀ ସୁନୀତା କେଜରିୱାଲ ଇଡି ମୁଖ୍ୟାଳୟରେ ଅରବିନ୍ଦ କେଜରିୱାଲଙ୍କ ସହ ସାକ୍ଷାତ କରିଥିଲେ । ତେବେ କିଏ ଏହି ନିର୍ଦ୍ଦେଶ ଜାରି କରିଛି ଏହାର ତନାଘନା କରୁଛି ଇଡି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)