ବିଜେଡି ପ୍ରାର୍ଥୀଙ୍କୁ ବଡ଼ ମାର୍ଜିନରେ ଜିତାଇବାକୁ ପାଣ୍ଡିଆନଙ୍କ ଅପିଲ

Above Post Content

ଭୋଗରାଇ: ଭୋଗରାଇରେ ଜୋରଦାର ପ୍ରଚାର କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ଭୋଗରାଇ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି । ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟରେ ବିଜେଡି ବହୁମତ ପାଇ ସାରିଛି ବୋଲି କହିଛନ୍ତି ପାଣ୍ଡିଆନ୍ । ବିଜେପି ନିଜ ଇସ୍ତାହାରରେ ଯୁବକଙ୍କ ପାଇଁ କିଛି ସ୍ଥାନ ଦେଇନାହିଁ । ବିଜେପି କେବଳ ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣାରେ ବିଶ୍ୱାସ କରେ । ସେମାନଙ୍କଠୁ ସତର୍କ ରହିବାକୁ ଭୋଗରାଇବାସୀଙ୍କୁ ସଚେତନ କରିଛନ୍ତି ୫ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିକାଶର ହିସାବ ଦେବା ସହ ବିଜେଡି ପ୍ରାର୍ଥୀଙ୍କୁ ବଡ଼ ସଂଖ୍ୟାରେ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍ ।

Middle post content

ରୂପାନ୍ତରିତ ହେବ ଭୁସୁଣ୍ଡେଶ୍ୱର ମନ୍ଦିର

After 2nd paragraph post ads

ମନ୍ଦିର, ମସଜିଦଠୁ ଆରମ୍ଭ କରି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି । ଯାହା ସବୁ କାର୍ଯ୍ୟ ବାକି ରହିଛି ତାହା ଖୁବଶୀଘ୍ର ପୂରଣ କରାଯିବ । କିଛି ମାସ ତଳେ ଭୋଗରାଇ ଗସ୍ତ ସମୟରେ ମିଳିଥିବା ଆବେଦନ ଆଧାରରେ ଭୋଗରାଇରେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ଭୋଗରାଇ ସଂସ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୋଷ୍ଟାଲ କେନାଲ ପାଇଁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପାନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ଭୁସୁଣ୍ଡେଶ୍ୱର ମନ୍ଦିର ପୂରା ରୂପାନ୍ତରିତ ହେବ ବୋଲି ସେ ପ୍ରତିଶୃତି ଦେଇଛନ୍ତି । ସେହିଭଳି ବିଜେଡି ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଧାୟକ ପ୍ରାର୍ଥୀ ଗୌତମବୁଦ୍ଧ ଦାସ ବିଜେପିର ଅପପ୍ରଚାର ଉପରେ ବର୍ଷିଛନ୍ତି । ବିଜେପିର ଡବଲ ଇଂଜିନ ନାରାକୁ କଟାକ୍ଷ କରି ଲେଖାଶ୍ରୀ କହିଛନ୍ତି ଯେ, ଯାହାର ମୂଳ ଇଂଜିନ ଖରାପ ହୋଇଯାଏ ସେ ଡବଲ ଇଂଜିନ କଥା କୁହନ୍ତି । ଓଡିଶାରେ ମୂଳ ଇଂଜିନ ଗତ ୨୫ ବର୍ଷ ହେଲା ଚାଲିଛି ଓ ଆହୁରି ୨୫ ବର୍ଷ ଚାଲିବ । ଏହା ନବୀନ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami