କଙ୍ଗନା ରାଣାୱତଙ୍କୁ ଶକ୍ତ ଚାପୁଡା ମାରିଲେ ସିଏସ୍‌ଏଫ ଗାର୍ଡ

Above Post Content

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଲେ ଯବାନ । ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଏସ୍‌ଏଫ ଗାର୍ଡ ତାଙ୍କୁ ଚାପୁଡ଼ା ମାରିଛନ୍ତି । ଯବାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କଙ୍ଗନା । ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ କୁଲବିନ୍ଦର କୌର ବୋଲି କୁହାଯାଉଛି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

କୃଷକ ଆନ୍ଦୋଳନ ବିରୋଧରେ କହିବାକୁ ନେଇ ଅସନ୍ତୋଷ ଥିଲେ ଯବାନ

After 2nd paragraph post ads

କଙ୍ଗନାଙ୍କ ରାଜନୈତିକ ପରାମର୍ଶଦାତାଙ୍କ ଅନୁଯାୟୀ, ଜଣେ ସିଏସ୍‌ଏଫ ମହିଳା ଗାର୍ଡ ଚଣ୍ଡିଗଡ଼ ବିମାନବନ୍ଦରରେ କଙ୍ଗନାଙ୍କୁ ଚାପୁଡ଼ା ମାରିଛନ୍ତି । ସିଏସ୍‌ଏଫ ଗାର୍ଡଙ୍କୁ ହଟାଇ ଦିଆଯାଉ ଏବଂ ଯଥାଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମିଳିଥିବା ସୂଚନାନୁଯାୟୀ, କୃଷକ ଆନ୍ଦୋଳନ ବିରୋଧରେ କହିବାକୁ ନେଇ ସିଏସ୍‌ଏଫ ଗାର୍ଡ କଙ୍ଗନାଙ୍କ ଉପରେ ରାଗିଥିଲେ । ମଣ୍ଡିରୁ ଲୋକ ସଭା ନିର୍ବାଚନ ଜିତିବା ପରେ କଙ୍ଗନା ଆଜି ଦିଲ୍ଲୀ ଯିବା ପାଇଁ ଚଣ୍ଡିଗଡ଼ ବିମାନବନ୍ଦରକୁ ଯାଇଥିଲେ । ସେଠାରେ ତାଙ୍କ ପ୍ରତି ଏପରି ଘଟଣା ଘଟିଥିଲା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami