![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ଉପାସରେ ମହାପ୍ରଭୁ ଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ଅସନ୍ତୋଷ ଯୋଗୁ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ନା ହୋଇପାରିଛି ମଙ୍ଗଳଆଳତି ନା ମହାଦେବଙ୍କ ନୀତି । ଜମିଜମା ବିବାଦକୁ ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ନୀତିକାନ୍ତି ବନ୍ଦ ରଖିଛନ୍ତି । ଫଳରେ ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ଠିକ୍ ଭାବେ କରି ପାରୁ ନାହାନ୍ତି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ବେବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ବେବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଖାତାକୁ ଫେରିଥିବାବେଳେ ବଡୁ ନିଯୋଗ ଦ୍ୱାରା ଏକ ଦୋକାନ ଗୃହ ନିର୍ମାଣ ଚାଲିଥିଲା । ଏହି ନିର୍ମାଣଧୀନ ଗୃହକୁ ବିରୋଧ କରିଛି ଅନ୍ୟ ଏକ ସେବାୟତ ଗୋଷ୍ଠୀ । ଏହି ବିରୋଧ ଯୋଗୁ ବନ୍ଦ ରହିଛି ନିର୍ମାଣ କାମ । ଅନ୍ୟପକ୍ଷେ ନିର୍ମାଣ କାର୍ଯ୍ୟ ବନ୍ଦକୁ ନେଇ ତାତିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ । ଫଳରେ ଦେଖା ଦେଇଛି ବିଭ୍ରାଟ । ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ ରଖାଯାଇଛି । ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରସ୍ତ ଦାବି କରିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)