ଜଣେ ଭାରତୀୟ ହୋଇ ପାରନ୍ତି ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ, ଜାଣନ୍ତୁ ତାଙ୍କ ସହିତ ଆଉ କିଏ କିଏ ଅଛନ୍ତି ଦୌଡ଼ରେ

Above Post Content

ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେଇ ସାରିଛନ୍ତି । ବ୍ରିଟେନରେ ରାଜନୈତିକ ସଂକଟ ମଧ୍ୟରେ କିଏ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚା ଭିତରକୁ ଆସିଛି ୬ ଜଣଙ୍କ ନାମ । ସେହି ୬ ନାମ ମଧ୍ୟରେ ଅଛି ଜଣେ ଭାରତୀୟଙ୍କ ନାମ । ଏହି ଭାରତୀୟ ହେଉଛନ୍ତି ଋଷି ସୁନକ । ଋଷି ସୁନକ ହେଉଛନ୍ତି ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜ୍ୱାଇଁ । ଆସନ୍ତୁ ଜାଣିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ କେଉଁ ୬ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି ।

ଋଷି ସୁନକ

After 2nd paragraph post ads

ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଜନସନଙ୍କ ନିର୍ବାଚନ ପ୍ରଚାର କାଳରେ ପ୍ରମ୍ମୁଖ ଭୂମିକା ନିର୍ବାହ କରିଥିଲେ । ମିଡିଆରେ ସେ ସରକାରର ଚେହେରା ଭାବରେ ପରିଚିତ । ଏଭଳି ଅନେକ ମୌକା ଆସିଛି ଯେତେବେଳେ ବୋରିସ ଜନସନଙ୍କ ବଦଳରେ ଋଷି ଟିଭି ଡିବେଟରେ ଭାଗ ନେଇଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ଲେବର ପାର୍ଟି ମଧ୍ୟ ପ୍ରଶ୍ନ ଉଠାଇଥିଲା । ଲେବର ପାର୍ଟିର ପ୍ରଶ୍ନ ଥିଲା ଯେ, ବ୍ରିଟେନର ଅସଲ ପ୍ରଧାନମନ୍ତ୍ରୀ କିଏ ? ବୋରିସ ନା ଋଷି ?

ଋଷି ହେଉଛନ୍ତି ଭାରତର ପ୍ରଖ୍ୟାତ ଆଇଟି ଉଦ୍ୟୋଗୀ ତଥା ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜ୍ୱାଇଁ । ନାରାୟଣଙ୍କ ଝିଅ ଅକ୍ଷତାଙ୍କୁ ସେ ବିବାହ କରିଛନ୍ତି । ୟୁରୋପୀୟ ସଂଘର ବାହାରିବା ପାଇଁ ବୋରିସ ଜନସନଙ୍କ ନୀତିକୁ ସମର୍ଥନ କରି ସେ ଦଳ ଭିତରେ ଶକ୍ତିଶାଳୀ ହୋଇଥିଲେ । ଦଳ ଭିତରେ ତାଙ୍କ ଲୋକପ୍ରିୟତା ସତ୍ୱେ ପତ୍ନୀ ଅକ୍ଷତାଙ୍କ ବିରୋଧରେ ଆସିଥିବା ଟ୍ୟାକ୍ସ ଚୋରି ତାଙ୍କୁ ଦାଗଦାର କରିଛି ।

ଲିଜ୍ ଟ୍ରେସ୍

4୬ ବର୍ଷୀୟା ଲିଜଙ୍କ ପୁରା ନାମ ହେଉଛି ଏଲିଜାବେଥ୍ ମେରି ଟ୍ରେସ୍ । ସେ ଦକ୍ଷୀଣପୂର୍ବ ନର୍ଥଫୋର୍କରୁ ସାଂସଦ ଅଛନ୍ତି । ଲିଜ୍ ଫରେନ୍ କମନୱେଲଥ ଆଣ୍ଡ୍ ଡେଭଲପମେଣ୍ଟ୍ ଆଫେୟାର୍ସର ସଚିବ ଅଛନ୍ତି । ବର୍ତ୍ତମାନ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି । ଲିଜ୍ ମଧ୍ୟ ଗତ ଦୁଇବର୍ଷ ଧରି ଅନ୍ତର୍ଜାତୀୟ ବାଣିଜ୍ୟ ସଚିବ ଅଛନ୍ତି । ଗତବର୍ଷ ତାଙ୍କୁ ୟୁରୋପୀୟ ସଂଘ ସହିତ ଆଲୋଚନାର ଦାୟିତ୍ୱ ଦିଆଯାଇଥିଲା ।

ଜେରମୀ ହଣ୍ଟ୍

Middle post content

୫୫ ବର୍ଷୀୟ ବୈଦେଶିକ ସଚିବ ୨୦୧୯ ନିର୍ବାଚନ କାଳରେ ଦେଶର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ନେତା ଭାବେ ଉଭା ହୋଇଥିଲେ । ତାଙ୍କ ଭାବମୁର୍ତ୍ତି ବେସ ନିର୍ମଳ । ପାର୍ଟିର ନେତାଙ୍କ ବିଶ୍ୱାସ ଯେ, ଜେରମୀ ବିନା କୌଣସି ବିବାଦରେ ସରକାର ଚଳାଇ ପାରିବେ । ହଣ୍ଟ ଜନସନଙ୍କ ନୀତିର କଠୋର ବିରୋଧୀ ଭାବେ ପରିଚିତ । ଆମେରିକା ନେଇ ତାଙ୍କ ନୀତି ସ୍ପଷ୍ଟ । ସେ କୁହନ୍ତି ଯେ, ଆମେରିକା ସହିତ ବ୍ରିଟେନର ସମ୍ପର୍କ ସମାନ ହେବା ଆବଶ୍ୟକ ।

ନଦିମ ଜାହବୀ

ସୁନକଙ୍କ ଇସ୍ତଫା ପରେ ଜନସନ୍ ନଦିମ ଜାହବୀଙ୍କୁ ନୂଆ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ । ପିଏମ୍ ଦାବିଦାରଙ୍କ ମଧ୍ୟରେ ନଦୀମଙ୍କ ନାମ ଥିବା ବେଳେ ସେ କିଛି ମାତ୍ରାରେ ଅଲଗା । ନଦିମ ପିଲାବେଳ ଶରଣାର୍ଥୀ ଭାବେ ଇରାକରୁ ବ୍ରିଟେନ ଆସିଥିଲେ । ୨୦୧୦ରେ ସେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ । ନିକଟରେ ସେ କହିଥିଲେ ଯେ, ଯଦି ମୋତେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ବଛା ଯାଏ ତେବେ ଏହା ମୋର ସୌଭାଗ୍ୟ ହେବ ।

ପେନି ମାଣ୍ଡେଣ୍ଟ୍

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପେନି ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ଅଛନ୍ତି । ଗତ ନିର୍ବାଚନ କାଳରେ ହଣ୍ଟଙ୍କୁ ସମର୍ଥନ କରୁଥିବା କାରଣରୁ ଜନସନ୍ ତାଙ୍କୁ ସରକାରରୁ ହଟାଇ ଦେଇଥିଲେ । ପେନି ୟୁରୋପିୟ ସଂଘର ସମର୍ଥକ । ବ୍ରିଟେନ୍ ସଂଘରେ ରହିବା ଉଚିତ ବୋଲି ସେ କୁହନ୍ତି । ଯେତେବେଳେ ୟୁରୋପୀୟ ସଂଘରୁ ବ୍ରିଟେନ୍ ବାହାରିବା ପ୍ରସଙ୍ଗ ଗରମ ଥିଲା ସେତେବେଳେ ସେ ଏକ ଟିଭି ବିତର୍କରେ ଭାଗ ନେଇ ୟୁରୋପୀୟ ସଂଘରେ ସାମିଲ ହେବା ସପକ୍ଷରେ ଯୁକ୍ତି ବାଢିଥିଲେ ।

ବେନ୍ ୱାଲେସ୍

ଜନସନ୍ ସରକାରର ପ୍ରତିରକ୍ଷା ମନ୍ତ୍ରୀ ବେନ୍ ୱାଲେସ ରାଜନୀତିକୁ ଆସିବା ପୂର୍ବରୁ ସେନାରେ ସେବା ଦେଇଛନ୍ତି । ବ୍ରିଟିଶ ରୟାଲ ଆର୍ମିରୁ ଅବସର ନେବା ପରେ ୧୯୯୯ ମସିହାରେ ସେ ରାଜନୀତିରେ ଯୋଗ ଦେଇଥିଲେ । ଋଷ-ୟୁକ୍ରେନ୍ ଯୁଦ୍ଧରେ ବ୍ରିଟେନର ଭୂମିକାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ୟୁକ୍ରେନକୁ ସାମରିକା ସାହାଯ୍ୟ ଯୋଗାଇ ଦେବାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ୨୦୦୫ରେ ସେ ପ୍ରଥମ ଥର ପାଇଁ ହାଉସ୍ ଅଫ୍ କମନସକୁ ନିର୍ବାଚିତ ହୋଇଥିଲେ । ୨୦୧୬ରେ ସେ ଆନ୍ତରିକ ସୁରକ୍ଷା ସୁରକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଆଫଗାନିସ୍ତାନରୁ ବ୍ରିଟିସ ନାଗରିକଙ୍କୁ ବାହାର କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami