୭୬ ବର୍ଷରେ ଜଣେ ବି ପ୍ରଧାନମନ୍ତ୍ରୀ ପୁରା କରି ପାରିନାହାନ୍ତି କାର୍ଯ୍ୟକାଳ

Above Post Content

ପାକିସ୍ତାନର ୭୬ ବର୍ଷର ଇତିହାସରେ ଜଣେ ବି ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ପୂରଣ କରିନାହାନ୍ତି । ୨୧ ଜଣ ପ୍ରଧାନମନ୍ତ୍ରୀ ୨୪ ଥର ଶପଥ ନେଇଛନ୍ତି । ତେବେ ସମସ୍ତଙ୍କ କାର୍ଯ୍ୟକାଳ ଅସମ୍ପୂର୍ଣ୍ଣ ରହିଥିଲା । କିଏ ୧୩ ଦିନ, କିଏ ୫୪ ଦିନ ତ ଆଉ କିଏ ୫୫ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଚେୟାରରେ ବସିଥିବା ପ୍ରଧାନମନ୍ତ୍ରୀଙ୍କ ଦୀର୍ଘତମ କାର୍ଯ୍ୟକାଳ ଥିଲା ମାତ୍ର ୪ ବର୍ଷ ୮୬ ଦିନ । ନୱାଜ ସରିଫ ପାକିସ୍ତାନରେ ସର୍ବାଧିକ ତିନି ଥର ପ୍ରଧାନମନ୍ତ୍ରୀ ଙ୍କ ଚେୟାରରେ ବସିଥିଲେ । ତାଙ୍କର କାର୍ଯ୍ୟକାଳ ଥିଲା ୯ ବର୍ଷ ୧୭୯ ଦିନ । ବେନାଜିର ଭୁଟ୍ଟୋ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ୬ ଜଣ ପ୍ରଧାନମନ୍ତ୍ରୀ ଗୋଟିଏ ବର୍ଷର କାର୍ଯ୍ୟକାଳ ମଧ୍ୟ ପୂରଣ କରିପାରି ନ ଥିଲେ । ଗୋଟିଏ କି ଦୁଇଟି ନୁହେଁ ବରଂ ୧୮ଥର ପ୍ରଧାନମନ୍ତ୍ରୀଙ୍କୁ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ନିଜ ଚେୟାର ଛାଡିବାକୁ ପଡିଥିଲା ।
ସେହିପରି ୧୯୯୩ରେ ଗୋଟିଏ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ ବଦଳିଥିଲେ । ଏଭଳି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ ଚେୟାର କେଉଁ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଥିଲା, ତାହା ଏହି ପରିସଂଖ୍ୟାନରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ଜଣେ ପିଏମ୍ ବେନଜିର ଭୁଟ୍ଟୋଙ୍କୁ ହତ୍ୟା କରାଯାଇଥିଲା ଏବଂ ଜୁଲ୍ଫିକାର ଅଲ୍ଲୀ ଭୁଟ୍ଟୋଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଖାଲି ସେତିକି ନୁହେଁ ସେଠାରେ ୪ଥର ବିଦ୍ରୋହ ହୋଇଛି ।

ପାକିସ୍ତାନ ଇତିହାସର ୭୬ ବର୍ଷ

After 2nd paragraph post ads

୨୧ ପ୍ରଧାନମନ୍ତ୍ରୀ, ୨୪ ଥର ଶପଥ ନେଇଛନ୍ତି
କାହାର କାର୍ଯ୍ୟକାଳ ଶେଷ ହୋଇନାହିଁ
୩ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନୱାଜ ସରିଫ
ବେନଜିର ଭୁଟ୍ଟୋ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ
ନୱାଜ ସରିଫଙ୍କ କାର୍ଯ୍ୟକାଳ ୯ ବର୍ଷ ୧୭୯ ଦିନ
୧୮ ଥର ବିଭିନ୍ନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ ହଟାଇ ଦିଆଯାଇଛି
ଜଣେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଜଣେ ଫାଶୀ ଦିଆଯାଇଥିଲା
୧୯୯୩ରେ ସର୍ବାଧିକ ୫ ଥର ପ୍ରଧାନମନ୍ତ୍ରୀ ବଦଳିଥିଲେ
ସେଠାରେ ୪ଥର ବିଦ୍ରୋହ ହୋଇଛି

Middle post content

୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ କୌଣସି ସରକାର ଗତ ୭୬ ବର୍ଷ ଭିତରେ ସଂପୂର୍ଣ୍ଣ କାର୍ଯ୍ୟକାଳ ପୁରା କରିପାରି ନାହାନ୍ତି । ଏହା ଭିତରେ କିଛି ପ୍ରଧାନମନ୍ତ୍ରୀ ହୋଇଛନ୍ତି ମାତ୍ର ସପ୍ତାହେ ଦୁଇ ସପ୍ତାହ ପାଇଁ ତ କିଏ ଦୁଇ ମାସରୁ କମ ସମୟ ପାଇଁ । ଉଦାହରଣ ଭାବେ ନୁରୁଲ ଅମିନଙ୍କ କାର୍ଯ୍ୟକାଳ ଥିଲା ମାତ୍ର ୧୩ ଦିନ । ଚୌଧୁରୀ ସୁଜାତ ହୁସେନଙ୍କ କାର୍ଯ୍ୟକାଳ ୫୪ ଦିନ ଏବଂ ଇବ୍ରାହିମ ଇସମାଇଲ ଚୁନ୍ଦ୍ରିଗରଙ୍କ କାର୍ଯ୍ୟକାଳ ୫୫ ଦିନ ଥିଲା ।

 ଭାଗ୍ୟବାନ ୩ ପ୍ରଧାନମନ୍ତ୍ରୀ

ପାକିସ୍ତାନର ୩ ଜଣ ପ୍ରଧାନମନ୍ତ୍ରୀଙ୍କୁ ଭାଗ୍ୟବାନ ବୋଲି କୁହାଯାଇପାରେ । କାରଣ ସେମାନେ ପାକିସ୍ତାନ ହିସାବରେ ଅଧିକ ଦିନ ଅଫିସରେ ଥିଲେ । ୟୁସୁଫ ରଜା ଗିଲାନୀଙ୍କ କାର୍ଯ୍ୟକାଳ ଥିଲା ୪ ବର୍ଷ ୮୬ ଦିନ । ଲିଆକତ ଅଲ୍ଲୀ ଖାନଙ୍କ କାର୍ଯ୍ୟକାଳ ଥିଲା ୪ ବର୍ଷ ୬୩ ଦିନ।। ସେହିପରି ନୱାଜ ସରିଫଙ୍କ କାର୍ଯ୍ୟକାଳ ଥିଲା ୪ ବର୍ଷ ୫୩ ଦିନ । ନିର୍ବାଚନରେ ନୱାଜ ସରିଫଙ୍କୁ ପୁଣି ଥରେ ବଡ ଭୂମିକାରେ ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ବିଲାୱଲ ଭୁଟ୍ଟୋ ମଧ୍ୟ ନିଜର ବିଜୟ ଦାବି କରୁଛନ୍ତି । ଇମ୍ରାନ୍ ଖାନ୍ ଜେଲରେ ଅଛନ୍ତି । ତାଙ୍କ ଦଳରୁ ନିର୍ବାଚନ ଚିହ୍ନ ଛଡ଼ାଇ ନିଆଯାଇଛି । ଏଭଳି ସ୍ଥିତିରେ ସେମାନଙ୍କ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ଇମରାନ ପ୍ରଥମ ଥର ପାଇଁ ଜେଲରୁ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସାହାରା ନେଇଥିଲେ । ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧୀନ ହୋଇଥିଲେ । ଉଭୟ ସ୍ଥାନର ଅର୍ଥନୈତିକ, ଭୌଗୋଳିକ, ସାମାଜିକ ସ୍ଥିତି ପ୍ରାୟ ସମାନ ଥିଲା । କିନ୍ତୁ ସେଠାକାର ରାଜନୀତି ଏପରି ଭାବେ ଆଗକୁ ବଢ଼ିଥିଲା ଯେ ଆଜି ସମଗ୍ର ପାକିସ୍ତାନ ବିଫଳ ରାଷ୍ଟ୍ର କହିଲେ ଭୁଲ ହେବନି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami