ଓଡିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

Above Post Content

ଭୁବନେଶ୍ୱର : ଆସିଲା ମୌସୁମୀ, ହେଲେ ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ । ଫଳରେ ରାଜ୍ୟରେ ଆହୁରି ତିନିରୁ ଚାରି ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବାନେଇ ପୂର୍ବାନୁମାନ କରାଯାଇଛି । ବିଶେଷକରି ଉତ୍ତର ଏବଂ ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ସେପଟେ ରାଜ୍ୟରେ ଅଂଶୁଘାତର ମାମଲା ବଢୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ପାଇଁ ଆଜି ଓଡିଶାର ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Middle post content

ସେହିପରି ଆସନ୍ତାକାଲି ପଶ୍ଚିମ ଓଡିଶାର ୮ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ ଉପକୂଳ ଓଡିଶାର ୧୧ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami