ସ୍ୱାମୀମାନେ ଜେଲରେ, ମଇଦାନକୁ ଓହ୍ଲାଇବେ ପତ୍ନୀମାନେ

Above Post Content

ନୂଆଦିଲ୍ଲୀ : ଦେଶର ବଡ଼ ବଡ଼ ନେତାମାନେ ଜେଲ ଯିବା ପରେ ସେମାନଙ୍କ ପତ୍ନୀମାନେ ରାଜନୈତିକ ମଇଦାନକୁ ଓହ୍ଲାଇବା କିଛି ନୂଆ କଥା ନୁହେଁ । ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ଏଥର ଅନେକ ରାଜନେତାଙ୍କ ପତ୍ନୀ ଅଛନ୍ତି ଯେଉଁମାନେ ନିଜ ସ୍ୱାମୀ ଜେଲରେ ଥିବାରୁ ସେମାନଙ୍କ ରାଜନୈତିକ ଉତ୍ତରାଧିକାରୀ ବଞ୍ଚାଇବାକୁ ମଇଦାନକୁ ଓହ୍ଲାଉଛନ୍ତି ।
ସେମାନେ ହେଲେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା, ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଏବଂ ଧନଞ୍ଜୟ ସିଂଙ୍କ ପତ୍ନୀ ଶ୍ରୀକଳା । ଏହି ତିନିଜଣଙ୍କ ସ୍ୱାମୀଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇଛି । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେମାନଙ୍କ ବାହାରକୁ ଆସିବାର ସମ୍ଭାବନା ବହୁତ କମ୍ । ଏଭଳି ପରିସ୍ଥିତିରେ ସ୍ୱାମୀଙ୍କ ପାଇଁ ଏହି ତିନି ଜଣ ରାଜନୈତିକ ମଇଦାନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି, ଯାହା ଏବେ ଖୁବ୍ ଚର୍ଚ୍ଚାରେ । କଳ୍ପନା-ଶ୍ରୀକଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ବେଳେ ସୁନୀତା ପ୍ରଚାର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି ।

ରାଜନୀତିରେ ସକ୍ରୀୟ ହୋଇଉଠିଛନ୍ତି କଳ୍ପନା

After 2nd paragraph post ads
Middle post content

ଜମି ସ୍କାମ ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ସିଏମ ହେମନ୍ତ ସୋରେନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ହେପାଜତରେ ଅଛନ୍ତି । ତାଙ୍କୁ ରାଞ୍ଚି ଜେଲରେ ରଖାଯାଇଛି । ହେମନ୍ତ ଜେଲ ଯିବା ପରେ ତାଙ୍କ ପତ୍ନୀ କଳ୍ପନା ରାଜନୀତିରେ ସକ୍ରିୟ ହୋଇଥିଲେ । ନିକଟରେ ମୁମ୍ବାଇରେ ଇଣ୍ଡିଆ ଆଲାଇନ୍ସର ଏକ ରାଲି ଅନୁଷ୍ଠିତ ହୋଇଥିଲା ଯାହାକୁ ଜେଏମଏମ ପକ୍ଷରୁ କଳ୍ପନା ସମ୍ବୋଧିତ କରିଥିଲେ । ସେ ସନ୍ଥାଲ ପରଗଣାରେ ବୁଲାବୁଲି କରି ଲୋକଙ୍କ ସମର୍ଥନ ସଂଗ୍ରହ କରୁଛନ୍ତି । ଜେଏମଏମ ସୂତ୍ର ଅନୁଯାୟୀ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ କଳ୍ପନାଙ୍କ ପାଇଁ ଦଳ ଭିତରେ ମଧ୍ୟ ପ୍ରସ୍ତୁତି ଚାଲିଛି । ସେ ଗାଣ୍ଡେୟ ଆସନରୁ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କୁହାଯାଉଛି ।ଜେଲ ଯିବା ପୂର୍ବରୁ ହେମନ୍ତ ଏହି ସିଟ୍ ଖାଲି କରିଥିଲେ । କଳ୍ପନାକୁ ଆଣିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସନ୍ଥାଲ ପରଗଣାର ଜେଏମଏମ ଭୋଟରଙ୍କୁ ଭାବପ୍ରବଣ ଭାବରେ ଆକର୍ଷିତ କରିବା । କଳ୍ପନାଙ୍କ ଭାଷଣର ସ୍କ୍ରିପ୍ଟ ହେମନ୍ତଙ୍କ ଜେଲକୁ ଯିବା ବିଷୟରେ ରହିଛି । କଳ୍ପନା ଏବଂ ହେମନ୍ତ ୨୦୦୬ ମସିହାରେ ବିବାହ କରିଥିଲେ । ସେ ମୂଳତଃ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର । ସକ୍ରିୟ ରାଜନୀତିରେ ଯୋଗଦେବା ପୂର୍ବରୁ କଳ୍ପନା ଏକ ପ୍ଲେ ସ୍କୁଲ ଚଳାଉଥିଲେ ।

ନିର୍ବାଚନ ଲଢିବେ ଶ୍ରୀକଳା

ଉତ୍ତରପ୍ରଦେଶର ଜୈନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂ ବର୍ତ୍ତମାନ ଜେଲରେ ଅଛନ୍ତି । ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ସେ ଏକ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ୭ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି ।ଏଥର ଧନଞ୍ଜୟ ମଧ୍ୟ ଜୈନପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଥିଲେ । ତେବେ ଜେଲ ଯିବା ଏବଂ ଦଣ୍ଡିତ ହେବା କାରଣରୁ ତାଙ୍କର ଇଚ୍ଛା ପୂରଣ ହୋଇ ପାରି ନାହିଁ । ଏବେ ତାଙ୍କ ପତ୍ନୀ ଶ୍ରୀକଳା ରେଡ୍ଡୀ ଜୈନପୁରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ଶ୍ରୀକଳା ମଧ୍ୟ ଜୈନପୁର ଜିଲ୍ଲା ପଞ୍ଚାୟତର ସଭାପତି । ଧନଞ୍ଜୟ ଏବଂ ଶ୍ରୀକଳା ୨୦୧୭ ମସିହାରେ ବିବାହ କରିଥିଲେ । ଜୈନପୁରରୁ ଲକ୍ଷେ୍ନା÷ ପର୍ଯ୍ୟନ୍ତ ଶ୍ରୀକଳାଙ୍କ ବିଷୟରେ ଦୁଇ ପ୍ରକାର ଆଲୋଚନା ହେଉଛି । ଧନଞ୍ଜୟ ସିଂଙ୍କ ଭାବପ୍ରବଣ ଭୋଟ୍ ପାଇବା ପାଇଁ ସମାଜବାଦୀ ପାର୍ଟି ଶ୍ରୀକଳାଙ୍କୁ ଟିକେଟ ଦେଇପାରେ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami