![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ଆଜିକାଲି ଯୁବପିଢି ରିଲ୍ସ ପାଇଁ ପାଗଳ । ରିଲ୍ସ କରିବା ପାଇଁ ସେମାନେ ସ୍ଥାନ,କାଳ, ପାତ୍ର ଭୁଲି ଯାଉଛନ୍ତି । ଏମିତିକି ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ହୋଲି ଦିନ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ପ୍ରେମୀ ଯୁଗଳ ସ୍କୁଟିରେ ହୋଲି ଖେଳିବା ମହଙ୍ଗା ପଡ଼ିଛି । ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସତର୍କ ହୋଇ ଗାଡ଼ି ଚଲାଇବାକୁ ବାରମ୍ବାର ସଚେତନ କରାଯାଉଛି । କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସଡ଼କ ସୁରକ୍ଷା ନିୟମକୁ ଅଣଦେଖା କରି ରାସ୍ତାରେ ଗାଡ଼ି ଚଲାଉଛନ୍ତି । ଯେଉଁଥିପାଇଁ ସେମାନେ ବିପଦରେ ପଡ଼ିବା ସହିତ ଅନ୍ୟର ଜୀବନକୁ ବିପଦରେ ପକାଉଛନ୍ତି ।
ସ୍କୁଟିରେ ଠିଆ ହୋଇ ଖେଳୁଥିଲେ ହୋଲି
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
Satisfying results
Now @noidatraffic should seize the vehicle pic.twitter.com/2a0Ngst8pq— Madhur Singh (@ThePlacardGuy) March 25, 2024
ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳର । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ସ୍କୁଟି ଚଲାଉଥିବା ବେଳେ ତାଙ୍କ ପଛରେ ଜଣେ ଯୁବତୀ ଛିଡ଼ା ହୋଇଛନ୍ତି । ଏହି ସମୟରେ ସେ ଯୁବକଙ୍କ ଚେହେରାରେ ହୋଲି ଲଗାଉଛନ୍ତି । ପରେ ନିଜର ଦୁଇହାତ ଟେକି ସ୍କୁଟିରେ ଠିଆ ହେଉଛନ୍ତି । ଠିକ ଏହି ସମୟରେ ଅସାବଧାନତାବଶତଃ ଯୁବତୀ ଜଣକ ସ୍କୁଟିରୁ ଖସି ରାସ୍ତାକୁ ଝିଟିକି ପଡ଼ୁଛନ୍ତି । ସୌଭାଗ୍ୟବଶତଃ ତାଙ୍କର ବିଶେଷ କିଛି ଆଘାତ ଲାଗି ନାହିଁ । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଥିବା ବେଳେ ପ୍ରେମୀ ଯୁଗଳଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି । ଯୁବକଯୁବତୀ ଗାଡ଼ି ଚଲାଉଥିବା ବେଳେ ହେଲମେଟ୍ ପିନ୍ଧି ନାହାନ୍ତି । ତେଣୁ ଉଭୟଙ୍କୁ ପୋଲିସ ଜିମା ଦେବା ଉଚିତ୍ ବୋଲି ଅନେକ ମତ ଦେଇଥିବା ବେଳେ ଆଉ କିଛି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)