ପରମାଣୁ ବୋମା ପକାଇବା ପାଇଁ ଆମେରିକା କ’ଣ ପାଇଁ ହିରୋସିମା ଓ ନାଗାସାକୀକୁ ବାଛିଥିଲା ?

Above Post Content

ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାନକ ଅନ୍ତର କାହାଣୀ କୁହେ ଜାପାନର ହିରୋସିମା ଓ ନାଗାସାକୀ ଉପରେ ଆମେରିକାର ପରମାଣୁ ବୋମାମାଡ । ଅଗଷ୍ଟ ୬ର ହିରୋସିମା ଉପରେ ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । ଏହାର ତିନି ଦିନ ପରେ ଅର୍ଥାତ ଅଗଷ୍ଟ ୯ ତାରିଖରେ ନାଗାସାକୀ ଉପରେ ଦ୍ୱିତୀୟ ପରମାଣୁ ବୋମା ପଡିଥିଲା । ଯେଉଁଥିରେ ଲକ୍ଷାଧିକ ପ୍ରାଣ ହରାଇଥିଲେ । ଏହାଭିତରେ ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ପରମାଣୁ ଆକ୍ରମଣର ଭୟାବହତାକୁ ବିଶ୍ୱ ଭୁଲି ପାରିନାହିଁ । ଆମେରିକା ଦ୍ୱାରା ପରମାଣୁ ଆକ୍ରମଣର ଗୋଟିଏ ସପ୍ତାହ ପରେ ଜାପାନ ଆତ୍ମସମର୍ପଣ କରିଥିଲା । ତେବେ

ଅଗଷ୍ଟ ୬ରେ କ’ଣ ହୋଇଥିଲା ?

After 2nd paragraph post ads

ଅଗଷ୍ଟ ୬ ୧୯୪୫ ମସିହାର ସକାଳ ୮.୧୫ ମିନିଟରେ ଆମେରିକାର ବି୨୯ ବୋମାବର୍ଷକ ବିମାନରୁ ଲିଟିଲ ବୟ ନାମକ ପରମାଣୁ ବୋମା ନିକ୍ଷେପ କରାଯାଇଥିଲା । ଏହି ବୋମାରେ ୨୦ ହଜାର ଟନ ଟିଏନଟିଠାରୁ ମଧ୍ୟ ଅଧିକ ଶକ୍ତିଥିଲା । ବୋମା ସହରର କେନ୍ଦ୍ର ସ୍ଥଳରେ ପଡିଥିଲା । ଏହା ସେହି ସମୟ ଥିଲା ଯେତେବେଳେ ଅଧିକାଂଶ ଲୋକ ଅଫିସ ଯାଉଥିଲେ ଓ ପିଲା ସ୍କୁଲରେ ପହଂଚି ସାରିଥିଲେ । ଏହି ଆକ୍ରମଣରେ ୮୦ହଜାର ଲୋକ ପ୍ରାଣ ହରାଇଥିଲେ ।

ଅଗଷ୍ଟ ୯ରେ ଦ୍ୱିତୀୟ ବୋମା

ଏହାର ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ନାଗାସାକୀ ଉପରେ ଦ୍ୱିତୀୟ ବୋମା ଆମେରିକା ପକାଇଥିଲା । ଏହି ବୋମାର ନାମ ଥିଲା ଫ୍ୟାଟ୍ ମ୍ୟାନ୍ । ଏହାକୁ ସକାଳ ୧୧ଟାରେ ପକା ଯାଇଥିଲା । ଏଥିରେ ୪୦ହଜାର ଲୋକ ପ୍ରାଣ ହରାଇଥିଲେ । ନାଗାସାକୀରେ କମ ସଂଖ୍ୟକ ପ୍ରାଣହାନୀର କାରଣ ହେଉଛି ଏହି ବୋମା ଏକ ଘାଟିରେ ପଡିଥିଲା । ତେଣୁ ବିସ୍ଫୋରଣର ପ୍ରଭାବ ମାତ୍ର ୧.୮ କିଲୋମିଟର ପରିଧି ଭିତରେ ହୋଇଥିଲା ।

Middle post content

ତେବେ କ’ଣ ପାଇଁ ଏହି ଦୁଇ ସହରକୁ ବାଛିଥିଲା ଆମେରିକା ?

ଏହି କ’ଣ ପାଇଁ ପ୍ରଶ୍ନ ଖୋଜିବାକୁ ଗଲେ ଅନେକ ଉତ୍ତର ମିଳେ । କିଏ କୁହେ ଆମେରିକା କେବଳ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ବୋମା ପକାଇଥିଲା ତ’ କିଏ କହେ ଆମେରିକା ଯଦି ବୋମା ପକାଇନଥାନ୍ତା ତେବେ ବିଶ୍ୱଯୁଦ୍ଧ ଆଉ କେଇ ବର୍ଷ ଚାଲିଥାନ୍ତା । ଫଳରେ ଅଧିକ କ୍ଷୟକ୍ଷତି ହୋଇଥାନ୍ତା । ୧୯୪୫ ବେଳକୁ ଆମେରିକା ଓ ଜାପାନ ମଧ୍ୟରେ ତିକ୍ତତା ଅଧିକ ବଢିଯାଇଥିଲା । ଇଟାଲୀ ଓ ଜର୍ମାନୀ ସେତେବଳେକୁ ଆତ୍ମସମର୍ପଣ କରିସାରିଥିଲେ କିନ୍ତୁ ଜାପାନ ଆତ୍ମସମର୍ପଣ ପରିବର୍ତ୍ତେ ଇଣ୍ଡୋଚାଇନା ଅଧିକାର ପାଇଁ ଉଦ୍ୟମ କରୁଥିଲା । ଫଳରେ ଆମେରିକା ରାଷ୍ଟ୍ରପତି ହୈରି ଟ୍ରୁମ୍ୟାନ୍ ପରମାଣୁ ଆକ୍ରମଣ ପାଇଁ ସବୁଜ ସଂକେତ ଦେଇଥିଲେ । ଟ୍ରୁମାନ ଜାପାନକୁ ଚେତାବନୀ ଦେଇଥିଲେ ଯେ, ଯଦି ଜାପାନ ଆତ୍ମସମର୍ପଣ କରେ ନାହିଁ ତେବେ ପରମାଣୁ ଆକ୍ରମଣ ହେବ । କିନ୍ତୁ ଜାପାନ ଏହି ଚେତାବନୀକୁ ଗୁରୁତ୍ୱ ଦେଇନଥିଲା । ଫଳରେ ଆମେରିକା ଦୁଇଟି ସହର ଉପରେ ପରମାଣୁ ଆକ୍ରମଣ କରିଥିଲା ।

ଆମେରିକା ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିଲା

ଆମେରିକାର ପରମାଣୁ ଆକ୍ରମଣ ପଛରେ ତାର ଶକ୍ତି ପ୍ରଦର୍ଶନ ଲକ୍ଷ୍ୟ ଥିଲା ବୋଲି ମଧ୍ୟ କୁହାଯାଏ । କିଛି ଐତିହାସିକଙ୍କ ମତ ଯେ, ଯେଉଁ ସମୟରେ ଆମେରିକା ପରମାଣୁ ବୋମା ପକାଇଥିଲା ସେହି ସମୟରେ ଜାପାନ ଦୁର୍ବଳ ହୋଇ ସାରିଥିଲା । ଜାପାନ ଯେମିତି ହେଲେ ଆତ୍ମସମର୍ପଣ କରିଥାନ୍ତା । କିନ୍ତୁ ଭବିଷ୍ୟତ କଥା ଚିନ୍ତା କରି ଆମେରିକା ପରମାଣୁ ବୋମା ପକାଇଥିଲା । ସୋଭିଏତ ଋଷକୁ ନିଜ ଶକ୍ତି ଦେଖାଇବା ପାଇଁ ହିଁ ଆମେରିକା ପରମାଣୁ ଆକ୍ରମଣ କରିଥିଲା ବୋଲି କୁହାଯାଏ ।

ତେବେ ଏହି ଦୁଇ ସହରକୁ କାହିଁକି ବାଛିଥିଲା ଆମେରିକା ?

ଆମେରିକା ସେହିଭଳି ସହର ଉପରେ ପକାଇବାକୁ ଚାହୁଁଥିଲା ଯାହାର ସାମରିକ ଓ ଆର୍ଥିକ ପ୍ରଭାବ ଜାପାନ ଉପରେ ପଡିବ । ହିରୋସୀମା ଥିଲା ଜାପାନର ସାମରିକ ସାମଗ୍ରୀ ଉତ୍ପାଦନର କେନ୍ଦ୍ର । ଏହା ଉପରେ ବୋମା ପକାଇ ଆମେରିକା ଜାପାନୀ ସେନାର ଅଣ୍ଟା ଭାଙ୍ଗି ଦେଇଥିଲା । ହିରୋସିମା ଜାପାନର ସପ୍ତମ ବୃହତମ ସହର ହୋଇଥିବା ବେଳେ ସେଠାରେ ମଧ୍ୟ ଚୁଗୋକୁ ସେନା ମୁଖ୍ୟାଳୟ ଥିଲା । ତେଣୁ ହିରୋସିମାକୁ ବାଛିଥିଲା ଆମେରିକା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami