କେଉଁଠୁ ତାଲିବାନ ଆଣୁଛି ଟଙ୍କା ? କେମିତି ୨୦ ବର୍ଷ ଧରି ସୁପରପାୱାର ବିରୋଧରେ ଲଢିଲା ନିର୍ଣ୍ଣାୟକ ଯୁଦ୍ଧ ?

Above Post Content

ଆମେରିକା ସୈନିକ ରାତିର ଅନ୍ଧାରରେ ଲୁଚିକରି ଆଫଗାନିସ୍ତାନ ଛାଡି ଚାଲିଗଲେ । ସେପ୍ଟେମ୍ବର ପୂର୍ବରୁ ଯେଉଁଭଳି ଆମେରିକା ତା’ର ସେୈନିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେଲା ସେଥିରୁ ଜଣା ପଡୁଛି ଯେ, ଆମେରିକା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢି ହାଲିଆ ହୋଇଯାଇଥିଲା ଓ ତୁରନ୍ତ ଆଫଗାନିସ୍ତାନ ଛାଡି ଯିବାକୁ ଚାହୁଁଥିଲା । ତେବେ ଏଇଠି ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଆମେରିକା ଭଳି ସୁପରପାୱାରକୁ ପରାସ୍ତ କରିଥିବା ତାଲିବାନ ୨୦ ବର୍ଷ ଧରି ଯୁଦ୍ଧ ଲଢିବାକୁ କେଉଁଠାରୁ ଅର୍ଥ ପାଉଥିଲା ? କିଏ ତାକୁ ଯୁଦ୍ଧ ଲଢିବାକୁ ଅର୍ଥ ଯୋଗାଇ ଦେଉଥିଲା । ଏହି ପ୍ରଶ୍ନ ଭାରତ ପାଇଁ ଅଧିକ ଗୁରୁତ୍ୱ ରଖେ କାରଣ ହେଉଛି ତାଲିବାନର ଆଫାଗନିସ୍ତାନରେ ଶକ୍ତିଶାଳି ହୋଇ କ୍ଷମତାକୁ ଫେରିବା ଅର୍ଥ ଭାରତରେ ସକ୍ରିୟ ଥିବା ଇସଲାମିକ୍ ଆତଙ୍କବାଦୀଙ୍କ ମନୋବଳ ବୃ୍ଦ୍ଧି ପାଇବ ।

ତାଲିବାନ ପାଖରେ କେତେ ସମ୍ପତ୍ତି ?

After 2nd paragraph post ads

ମାର୍ଚ୍ଚ ୨୦୨୦ରେ ତାଲିବାନ ପାଖରେ ପ୍ରାୟ ୧.୬ ଟ୍ରିଲିୟନ ସମ୍ପତ୍ତି ଥିଲା ବୋଲି କୁହାଯାଏ । ଏହା କୌଣସି ଛୋଟ ଦେଶର ମୋଟ ଆୟଠାରୁ ମଧ୍ୟ ଅଧିକ । ତାଲିବାନୀ ଧର୍ମଗୁରୁ ମୁଲ୍ଲା ମହମ୍ମଦ ଉମରର ପୁଅ ମୁଲ୍ଲା ୟାକୁବ ଏହି ଦାବି କରିଥିଲା । ନାଟୋ ରିପୋର୍ଟରେ ଏହାର ଉଲ୍ଲେଖ ରହିଛି ଓ ରେଡିଓ ଫ୍ରିୟୁରୋପରେ ଏନେଇ ରିପୋର୍ଟ ମଧ୍ୟ ପ୍ରସାରିତ ହୋଇଛି ।

ଏତେ ଟଙ୍କା ତାଲିବାନ କେଉଁଠୁ ପାଇଲା ?

ତାଲିବାନ ୧୯୯୬ରୁ ୨୦୦୦ ପର୍ଯ୍ୟନ୍ତ ଆଫଗାନିସ୍ତାନରେ କ୍ଷମତାରେ ଥିଲା । ଏହି ସମୟରେ ତାଲିବାନ ଅନେକ ସ୍ରୋତରୁ ଆୟ କରୁଥିଲା । ତେବେ ଏହା ଡ୍ରଗ୍ସ ବ୍ୟବସାୟରୁ ଅଧିକ ଆୟ କରୁଥିଲା । ମଦ ବିକ୍ରିକୁ ନିଶିଦ୍ଧ କରିଥିବା ତାଲିବାନ ଅର୍ଥ ପାଇଁ ଅନ୍ୟଦେଶକୁ ନିଶା ସାମଗ୍ରୀ ଚୋରାରେ ପଠାଉଥିଲା । ଆଫଗାନିସ୍ତାନରେ ଉତ୍ପାଦିତ ହେଉଥିବା ଅଫିମ ବିଶ୍ୱର ବିଭିନ୍ନ ଦେଶକୁ ଯାଇଥାଏ । ବିଶ୍ୱରେ ଯେତିକି ଅଫିମ ଚୋରା ଚାଲଣ ହୁଏ ତାହାର ୮୫ ପ୍ରତିଶତ ଆଫଗାନିସ୍ତାନରୁ ଯାଇଥାଏ । ଆଫଗାନିସ୍ତାନରେ ଯିଏ ଅଫିମ ଚାଷ କରେ ସେ ତାଲିବାନକୁ ଟିକସ ଦିଏ ।

Middle post content

ଖଣିଜ ସମ୍ପଦରୁ ଆୟ

ଆଫଗାନିସ୍ତାନରେ ପ୍ରଚୁର ପରିମାଣରେ ସୁନା, ତମ୍ବା ଓ ଜିଙ୍କ୍ ମିଳିଥାଏ । ତାଲିବାନ ଏହାକୁ ମଧ୍ୟ ବିକ୍ରି କରି ଅର୍ଥ ରୋଜଗାର କରେ । ଖଣିଜ ଦ୍ରବ୍ୟ ବିକ୍ରି କରି ତାଲିବାନ ବାର୍ଷିକ ୪୬୪ ମିଲିୟନ ଡଲାର ଆୟ କରିଥାଏ । ଖଣି ମାଲିକ ଓ କମ୍ପାନୀ ମଧ୍ୟ ତାଲିବାନକୁ ସୁରକ୍ଷା ପାଇଁ ଟ୍ୟାକ୍ସ ଦେଇଥାନ୍ତି । ତେଣିକି ଖଣି ସରକାର ନିୟନ୍ତ୍ରିତ ଅଂଚଳରେ ଥାଉ ନା କାହିଁକି ।

ଦାଦାବଟି ଓ ଟ୍ୟାକ୍ସ

ତାଲିବାନ ଟ୍ୟାକ୍ସ ନାଁରେ ପ୍ରୋଟେକ୍ସନ ମନି ଆଦାୟ କରିଥାଏ । କେବଳ ଖଣି ଉଦ୍ୟୋଗ ନୁହେଁ ମିଡିଆ, ଦୁରସଂଚାର, ବିକାଶମୁଳକ ପ୍ରକଳ୍ପ ସହ ଜଡିତ ସଂସ୍ଥାଙ୍କଠାରୁ ମଧ୍ୟ ତାଲିବାନ ପ୍ରୋଟେକ୍ସନ୍ ମନି ଆଦାୟ କରିଥାଏ । ଏପରିକି ବିଦେଶୀ ସଂସ୍ଥା ମଧ୍ୟ ତାଲିବାନକୁ ଅର୍ଥ ଦେଇଥାନ୍ତି । ଏକ ହିସାବ ଅନୁସାରେ ତାଲିବାନ ଚାଷୀଙ୍କଠାରୁ ୧୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରେ । ଏଥିରୁ ତାଲିବାନ ବାର୍ଷିକ ୧୬ କୋଟି ଡଲାର ଆୟ କରେ ।

ତାଲିବାନକୁ ମିଳୁଛି ଗୁପ୍ତ ଫଣ୍ଡିଂ

ଦ କନଭର୍ସେସନର ଏକ ରିପୋର୍ଟ ଅନୁସାରେ ତାଲିବାନକୁ ଉପସାଗରୀୟ ମୁସଲିମ୍ ରାଷ୍ଟ୍ର ଗୁପ୍ତ ଭାବେ ଚାନ୍ଦା ଦିଅନ୍ତି । ବାର୍ଷିକ ତାଲିବାନକୁ ୨୦କୋଟି ଡଲାର ଚାନ୍ଦା ଭାବେ ମିଳିଥାଏ । ଏହାଛଡା ଇରାନ୍, ଆରବ, ପାକିସ୍ତାନ ଭଳି ଦେଶରୁ ଅନେକ ବ୍ୟକ୍ତିଗତ ଭାବେ ମଧ୍ୟ ତାଲିବାନକୁ ଚାନ୍ଦା ଦିଅନ୍ତି । ତାଲିବାନ ଏଭଳି ଚାନ୍ଦା ଭାବେ ବାର୍ଷିକ ୪ରୁ ୬ କୋଟି ଡଲାର ପାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami