ଗିରଫ କରିବାକୁ ହେମନ୍ତ ସୋରେନଙ୍କୁ ଖୋଜୁଛି ଇଡି

Above Post Content

ରାଞ୍ଚି: ଜମି ଦୁର୍ନୀତି ମାମଲାରେ ଗିରଫ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଦିଲ୍ଲୀରେ ଇଡି ଟିମ୍ ସକ୍ରିୟ ଭାବେ ହେମନ୍ତ ସୋରେନଙ୍କୁ ଖୋଜୁଛି । ତାଙ୍କ ସ୍ଥାନ ଖୋଜିବାକୁ ଚେଷ୍ଟା କରୁଛି । କିନ୍ତୁ ସୋରେନ ଇଡିକୁ ଏକ ଇ-ମେଲ ପଠାଇ ଜାନୁଆରି ୩୧ରେ ହାଜର ହେବେ ବୋଲି ଜଣାଇଛନ୍ତି ।

Middle post content

ଇଡି ଜାଣିଶୁଣି ହେମନ୍ତଙ୍କୁ କରୁଛି ହଇରାଣ

After 2nd paragraph post ads

ସେପଟେ ହେମନ୍ତ ସୋରେନଙ୍କ ଉପରେ ଏହି କଟକଣାର ପ୍ରଭାବ ଝାଡ଼ଖଣ୍ଡରେ ମଧ୍ୟ ଦେଖିବାକୁ ମିଳୁଛି । ତାଙ୍କ ବିଷୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀମାନେ ଖବର ପାଇବା ମାତ୍ରେ ସମସ୍ତେ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ । ରାଞ୍ଚିରେ ଝାଡ଼ଖଣ୍ଡର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜେଏମ୍‌ଏମ୍ କର୍ମୀମାନେ ମୋରହାବାଡି ମଇଦାନରେ ଏକାଠି ହୋଇଛନ୍ତି । ସୂଚନା ଅନୁଯାୟୀ, ଯଦି ହେମନ୍ତ ସୋରେନ୍ ଙ୍କୁ ଗିରଫ କରାଯାଏ, ତେବେ ସେମାନଙ୍କୁ ଏହି ଗିରଫଦାରୀ ବିରୋଧରେ ଆକ୍ରୋଶ ଶୋଭାଯାତ୍ରାରେ ସାମିଲ ହେବାକୁ ପଡ଼ିବ । ଏହି କାରଣରୁ ରାଞ୍ଚିରେ ହଠାତ୍ ରାଜନୈତିକ ହଟଚମଟ ସହ ଆଇନ ଶୃଙ୍ଖଳାକୁ ନେଇ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ରାଞ୍ଚିର ମୋରହାବାଡି ମଇଦାନରୁ ରାଜଭବନରେ ପହଞ୍ଚିବେ ଜେଏମଏମ କର୍ମୀ । ସମସ୍ତେ ଅଭିଯୋଗ କରିଛନ୍ତି ଯେ ଇଡି ଜାଣିଶୁଣି ହେମନ୍ତ ସୋରେନଙ୍କୁ ହଇରାଣ କରୁଛି । ରାଞ୍ଚିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବ୍ୟତୀତ ଅନ୍ୟ ଭିଭିଆଇପି ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami