ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

Above Post Content

ମୁମ୍ବାଇ: ମଥୁରାରୁ ପୁଣି ନିର୍ବାଚନ ଲଢ଼ିବେ ଡ୍ରିମ୍‌ଗର୍ଲ । ଶନିବାର ଭାଜପା ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଛି । ଲୋକ ସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି । ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଦିଲ୍ଲୀ ମୁଖ୍ୟାଳୟରେ ୧ ଘଣ୍ଟା ଧରି ବୈଠକ ପରେ ପ୍ରଥମ ତାଲିକା ପ୍ରକାଶ ପାଇଛି । ଏଥିରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Middle post content

୩ୟ ଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ହେମା

After 2nd paragraph post ads

ବଲିଉଡ୍ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀ ମଥୁରାରୁ ପୁଣି ନିର୍ବାଚନ ଲଢ଼ିବେ ବୋଲି ଭାଜପା ପକ୍ଷରୁ ନାମ ଘୋଷଣା କରାଯାଇଛି । ଏହି କିଛିଦିନ ତଳେ ହେମାମାଳିନୀ କହିଥିଲେ, ଯଦି ସେ ନିର୍ବାଚନ ଲଢ଼ିବେ ତେବେ ମଥୁରାରୁ ହିଁ ଲଢ଼ିବେ । ଆଜି ତାଙ୍କ କଥା ସତ ହୋଇଛି । ଦଳ ଉତ୍ତରପ୍ରଦେଶର ମଥୁରାରୁ ତାଙ୍କୁ ପୁଣି ପ୍ରାର୍ଥୀ ଭାବେ ଚୟନ କରିଛି । ତେବେ ତୃତୀୟ ଥର ପାଇଁ ହେମା ନିର୍ବାଚନ ମୈଦାନକୁ ଓହ୍ଲାଇବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami