![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ବାପା ହେବା ଖୁସିରେ ବର୍ଷକ ପାଇଁ ଛୁଟି ନେବେ ବଲିଉଡ଼ ଅଭିନେତା ରଣବୀର ସିଂ । ଏହି ମୁହୂର୍ତ୍ତକୁ ରଣବୀର ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ପରିବାର ସହିତ ସମୟ କାଟିବା ପାଇଁ ରଣବୀର ଏକବର୍ଷ ପାଇଁ ବିରତି ନେବାର ଯୋଜନା କରୁଛନ୍ତି । ବଲିଉଡ଼ର କ୍ୟୁଟ୍କପଲ ଭିତରେ ରହିଛନ୍ତି ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ । ଖୁବଅଳ୍ପ ଦିନ ମଧ୍ୟରେ ତାଙ୍କ ଘରକୁ ନୂଆ ଅତିଥିଙ୍କ ଆଗମନ ହେବ । ବର୍ତ୍ତମାନ ଏହି ଷ୍ଟାର ଦମ୍ପତି ମାତାପିତା ହେବାକୁ ଯାଉଛନ୍ତି । ଦୀପିକା କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ । ଉଭୟ ଏହାକୁ ନେଇ ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି । ତେବେ ରଣବୀର ଓ ଦୀପିକା ବାପା ଓ ମା’ ହେବା ଖବର ପାଇବା ପରେ ଷ୍ଟାର ଦମ୍ପତିଙ୍କ ଫ୍ୟାନ୍ସମାନେ ବି ଖୁବ ଖୁସି ହେବା ସହିତ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ଶୀଘ୍ର କାମ ସାରିବାକୁ ଚେଷ୍ଟା କରୁଛନ୍ତି ଦୀପିକା-ରଣବୀର
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
ଅନେକ ବର୍ଷ ଧରି ଡେଟିଂ କରିବା ପରେ ରଣବୀର ଓ ଦୀପିକା ପରସ୍ପରକୁ ୨୦୧୮ ନଭେମ୍ବର ୧୪ ତାରିଖରେ ଇଟାଲୀର କୋମୋ ହ୍ରଦର ଭିଲ୍ଲା ଡେଲ ବାଲବିୟାନେଲୋରେ ବିବାହ କରିଥିଲେ । ଏହି ଷ୍ଟାର ଦମ୍ପତି ଖୁବଶୀଘ୍ର ବାପା ଓ ମା’ ହେବାକୁ ଯାଉଛନ୍ତି । ଏଥିସହିତ ନୂଆ ଅତିଥିର ସ୍ୱାଗତ ପାଇଁ ଦୀପିକା ଓ ରଣବୀର ଦୁହେଁ ସେମାନଙ୍କ କାମକୁ ଧୀରେଧୀରେ ସାରିଦେବାକୁ ଚେଷ୍ଟା କରୁଛନ୍ତି । କାହିଁକି ନା ନୂଆ ଅତିଥିକୁ ସେମାନେ ଅଧିକରୁ ଅଧିକ ସମୟ ଦେଇ ପାରିବେ । ଯାହାଫଳରେ ସେ ଦୀପିକା ଏବଂ ଶିଶୁଙ୍କ ସହ ସମୟ ବିତାଇ ପାରିବେ । ଏହାପୂର୍ବରୁ ରଣବୀର ସିଂଙ୍କ ସିଡ୍ୟୁଲ ପୁରା ପ୍ୟାକ ହୋଇଥିଲା । କିନ୍ତୁ ବାଇଜୁ ବାଜୱାଙ୍କ ସହ ତାଙ୍କର ଏକ ବର୍ଷର ଡେଟସ୍ ଫ୍ରି ହୋଇଥିବାରୁ ସେ ଡନ ୩ ଏବଂ ଶକ୍ତିମାନଙ୍କ ପୂର୍ବରୁ କୌଣସି ପ୍ରୋଜେକ୍ଟ ଆରମ୍ଭ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ ଅବଶିଷ୍ଟ ବର୍ଷଗୁଡ଼ିକୁ ପତ୍ନୀ ଦୀପିକା ଏବଂ ଶିଶୁଙ୍କ ସହ ବିତାଇବେ ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)