ରାତି ସାଢେ ତିନିଟାରେ ଉଠନ୍ତି ଦ୍ରୌପଦୀ, ୪ ବର୍ଷ ଭିତରେ ଦେଖିଛନ୍ତି ତିନି ଟ୍ରାଜେଡି

Above Post Content

ଦ୍ରୌପଦୀ ମୁର୍ମୁ । ଭାରତର ପଂଚଦଶତମ ରାଷ୍ଟ୍ରପତି । ଏକ ଆଦିବାସୀ ପରିବାରରୁ ଆସିଥିବା ଦ୍ରୌପଦୀ ଦେଶର ସର୍ବୋଚ୍ଚ ପଦରେ ଅଧିଷ୍ଟିତ ହୋଇଛନ୍ତି । ଜୁଲାଇ ୨୫ ପରଠାରୁ ସେ ଦେଶର ପ୍ରଥମ ନାଗରିକ ଭାବେ ପରିଚିତ ହେବେ । ଭାରତର ରାଷ୍ଟ୍ରପତି ହେବା ରାସ୍ତାରେ ଦ୍ରୌପଦୀ କରିଛନ୍ତି ଅନେକ ସଂଘର୍ଷ ଓ ଦେଖିଛନ୍ତି ଟ୍ରାଜେଡି । କିନ୍ତୁ ପାହାଡପୁରର ଦ୍ରୌପଦୀ ଦୁଃଖର ମୁକାବିଲା ପାହାଡ ଭଳି କରିଛନ୍ତି । ଜୀବନରେ ସେ ଯେତିକି ଦୁଃଖର ସମ୍ମୁଖୀନ ହୋଇଛନ୍ତି ହୁଏତ ସେତିକି ଆଉ କେହି କରିଥିଲେ ଭାଙ୍ଗି ପଡିଥାନ୍ତେ । କିନ୍ତୁ ଦ୍ରୌପଦୀ ଭାଙ୍ଗି ପଡିନଥିଲେ । ଦ୍ରୌପଦୀ ନିଜକୁ ଦୃଢ କରିଥିଲେ । ଅଧିକ ଶସକ୍ତ କରିଥିଲେ । ଆଉ ଏବେ ସେ ହେବାକୁ ଯାଉଛନ୍ତି ଦେଶର ପରବର୍ତ୍ତି ରାଷ୍ଟ୍ରପତି ।

ପାହାଡ଼ପୁରର ଦ୍ରୌପଦୀ

After 2nd paragraph post ads
Middle post content

ପାହାଡପୁର ମଧ୍ୟକୁ ପ୍ରବେଶ କରିବା ସମୟରେ ଦେଖିବାକୁ ମିଳେ ଏକ ପ୍ରତିମା । ଏହି ପ୍ରତିମା ହେଉଛି ଦ୍ରୌପଦୀଙ୍କ ପତି ସ୍ୱର୍ଗତ ଶ୍ୟାମଚରଣଙ୍କରପ୍ରତିମାଠାରୁ ଅଢେଇ କିଲୋମିଟର ଦୂରରେ ରହିଛି ଏକ ଆବସିକ ସ୍କୁଲ । ଯାହାର ନାମ ହେଉଛି ଶ୍ୟାମ, ଲକ୍ଷ୍ମଣ, ସିପୁନ୍ ଉଚ୍ଚ ପ୍ରାଥମକି ଆବସିକ ବିଦ୍ୟାଳୟ । ସ୍କୁଲ ପଛରେ ରହିଛି ଏକ ଦୁଃଖଦ କାହାଣୀ । ଯେଉଁଠି ଏବେ ସ୍କୁଲ ଅଛି ସେଇଠି ଆଗରୁ ଥିଲା ଦ୍ରୌପଦୀଙ୍କ ଶାଶୁଘର୪୨ ବର୍ଷ ତଳେ ଏହି ସ୍ଥାନକୁ ଦ୍ରୌପଦୀ ବୋହୂ ଭାବେ ଆସିଥିଲେକିନ୍ତୁ ୨୦୧୦ରୁ ୨୦୧୪ ଭିତରେ ଏହି ଘର ଦେଖିଥିଲା ୩ଟି ମୃତ୍ୟୁ । ଦୁଃଖର ପାହାଡ଼ ଦ୍ରୌପଦୀଙ୍କ ଉପରେ ଅଜାଡି ହୋଇ ପଡ଼ିଥିଲା । ମାତ୍ର ୪ ବର୍ଷର ଅନ୍ତରାଳରେ ଦ୍ରୌପଦୀ ଦେଖିଥିଲେ ତିନୋଟି ମୃତ୍ୟୁପ୍ରଥମ ସ୍ୱାମୀ, ତା’ପରେ ବଡ଼ପୁଅ ଓ ସଭା ଶେଷରେ ସାନ ପୁଅ ଦ୍ରୌପଦୀଙ୍କୁ ଛାଡ଼ି ଚାଲିଯାଇଥଇଲେବଡ଼ ପୁଅର ମୃତ୍ୟୁ ରହସ୍ୟଜନକ ପରିସ୍ଥିତିରେ ହୋଇଥିଲାସାଙ୍ଗମାନଙ୍କ ସହିତ ଭୋଜି କରିବା ପରେ ଘରକୁ ଫେରିଥିଲେ ଦ୍ରୌପଦୀଙ୍କ ବଡ଼ପୁଅକିନ୍ତୁ ସକାଳୁ ଉଠିନଥିଲେକବାଟ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାର ଦୁଇ ବର୍ଷ ପରେ ସାନପୁଅ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେତେବେ ଦ୍ରୌପଦୀଙ୍କ ଜୀବନରେ ଟ୍ରାଜେଡି କିଛି ନୁଆ ନଥିଲା । ତାଙ୍କ ପ୍ରଥମ ସନ୍ତାନର ମୃତ୍ୟୁ ମାତ୍ର ତିନି ବର୍ଷରେ ହୋଇଥିଲା । ଅର୍ଥାତ ଗତ ୪୨ ବର୍ଷ ମଧ୍ୟରେ ଦ୍ରୌପଦୀ ଦେଖିଛନ୍ତି ନିଜ ପରିବାରର ୪ ଜଣଙ୍କ ମୃତ୍ୟୁ । ନିଜ ସ୍ୱାମୀ ଓ ପିଲାଙ୍କ ମୃତ୍ୟୁ ପରେ ଘର ଯେମିତି ସୁନସାନ ନହୁଏ ସେଥିପାଇଁ ସେ ତିଆରି କରିଥିଲେ ଆବାସିକ ସ୍କୁଲ । ୨୦୧୬ ମସିହାରେ ପ୍ରତିଷ୍ଠା ହୋଇଥିଲା ସ୍କୁଲ ।

ଏତେ ଦୁଃଖ କେମିତି ସହିଲେ ଦ୍ରୌପଦୀ ?

ବଡ଼ପୁଅର ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ଦ୍ରୌପଦୀ । ଭାଉଜ ଶାକ୍ୟମୁନିଙ୍କ ଅନୁସାରେ ୬ ମାସ ପର୍ଯ୍ୟନ୍ତ ସେ ଅବସାଦ ଭିତରେ ଥିଲେ । ଏହାପରେ ସେ ରାଇରଙ୍ଗପୁର ସ୍ଥିତ ବ୍ରାହ୍ମକୁମାରୀ ସଂଗଠନ ସଂସ୍ପର୍ଷରେ ଆସିଥିଲେସେଠାରେ ଦିକ୍ଷା ନେବା ପରେ ଧିରେ ଧିରେ ଦ୍ରୌପଦୀ ନିଜକୁ ଶକ୍ତ କରିଥିଲେ । ୨୦୧୪ରୁ ସେ ସେଣ୍ଟରକୁ ଯିବା ଆରମ୍ଭ କରିଥିଲେଯେଉଁ ଦ୍ରୌପଦୀ ବଡ଼ ପୁଅର ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସେହି ଦ୍ରୌପଦୀ ସାନପୁଅର ଦୁର୍ଘଟଣା ଖବର ପାଇ ବିଚଳିତ ହୋଇଥିଲେ ସତ କିନ୍ତୁ ଧୈର୍ଯ୍ୟହରା ହୋଇନଥିଲେ । ସେ ଫୋନ୍ ଯୋଗେ ଭାଉଜ ଶାକ୍ୟମୁନୀଙ୍କୁ ଖବର ଦେଇ କହିଥିଲେ କାନ୍ଦିକରି ଘରକୁ ଆସିବ ନାହିଁ । ଯେମିତି କୁଣିଆ ଆସନ୍ତି ସେମିତି ଆସିବ । ବ୍ରହ୍ମକୁମାରୀ ସଂଗଠନର ସ୍ଥାନୀୟ ମୁଖ୍ୟଙ୍କ ଅନୁସାରେ ଦ୍ରୌପଦୀ ନିଜ ପାଖରେ ସବୁବେଳେ ଭଗବାନ ଶିବଙ୍କ ପୁସ୍ତିକା ରଖନ୍ତି । ରାତି ସାଢେ ତିନିଟାରେ ଉଠି ଧ୍ୟାନ କରନ୍ତି । ଏହି ଧ୍ୟାନ ହିଁ ତାଙ୍କୁ ଶକ୍ତି ଦିଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami