ନିର୍ବାଚନକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଫ୍ରି ପଲିଟିକ୍ସ

Above Post Content

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହେଲେଣି ବିଭିନ୍ନ ରାଜନୈତିକ ଦଳ । କେଉଁଠି ପ୍ରତିଶୃତି ରାଜନୀତି ତ ଆଉ କେଉଁଠି ଫ୍ରି ପଲିଟିକ୍ସ ଦେଖିବାକୁ ମିଳୁଛି । ବିଶେଷ କରି ସଭିଙ୍କ ଫୋକସ ରହିଛି କଂଗ୍ରେସ ବିଜେପି ଉପରେ । ଆଗାମୀ ନିର୍ବାଚନ ରେ କିଏ ସରକାର ଗଢ଼ିବ ଏବେ ତାକୁ ନେଇ ଚାଲିଛି ଅଙ୍କକସା । ଏହାରି ମଧ୍ୟରେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ବିଶେଷ କରି ଲୋକସଭା ନିର୍ବାଚନରେ ବେଶ ଗୁରୁତ୍ୱ ବହନ କରେ ଉତ୍ତର ପ୍ରଦେଶ । ସର୍ବାଧିକ ଲୋକସଭା ଆସନ ଏହି ରାଜ୍ୟରୁ ରହିଥିବାରୁ ସବୁ ଦଳ ଏବେ ୟୁପି ଉପରେ ନଜର ରଖିଛନ୍ତି । ଏଭଳି ପରିସ୍ଥିତିରେ ୟୁପିରେ କ୍ଷମତା ରେ ଥିବା ଯୋଗୀ ସରକାର ଏବେ ଠାରୁ ଫ୍ରି ରାଜନୀତି ଆରମ୍ଭ କରିଛନ୍ତି । କାରଣ ଏଥର ଉତ୍ତରପ୍ରଦେଶ ବାସୀଙ୍କୁ ଦୀପାବଳି ଉପଲକ୍ଷେ ଉପହାର ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Middle post content

୨ ଟି ଫ୍ରି ସିଲିଣ୍ଡର ଦେବେ ଯୋଗୀ ସରକାର

After 2nd paragraph post ads

ସିଲିଣ୍ଡରର ମୂଲ୍ୟ ଟଙ୍କାକୁ ଗ୍ରାହକଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ଲକ୍ଷ୍ନୌରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଏବେ ଠାରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କଲେଣି ବିଭିନ୍ନ ଦଳ । ଏହି କ୍ରମରେ ବିଜେପି କରିଛି ବଡ ଘୋଷଣା । ବର୍ଷକୁ ଏଲପିଜି ଗ୍ରାହକଙ୍କୁ ଦୁଇଟି ସିଲିଣ୍ଡର ଫ୍ରିିରେ ମିଳିବ ବୋଲି ଘୋଷଣା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ମୋଟ ୭୫ ଲକ୍ଷ ଉଜ୍ୱଳା ଯୋଜନା କନେକ୍ସନ୍ ରହିଛି । ଏଥର ଦୀପାବଳିକୁ ପ୍ରଥମ ଥର ପାଇଁ ମାଗଣା ସିଲିଣ୍ଡରର ଅର୍ଥ ହିତାଧିକାରୀଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ପଠାଯିବ । ସୂଚନା ଅନୁଯାୟୀ, ୟୁପିରେ ମିଶନ୍ ୮୦ ଲକ୍ଷ୍ୟ ରେ ରହିଛନ୍ତି ଉଭୟ ବିଜେପି ଓ ସମାଜବାଦୀ ପାର୍ଟି । ଉଭୟ ଦଳ ନିଜ ନିଜ ସ୍ତରରେ ରୋଡ଼ମ୍ୟାପ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ହିଁ ବିଜେପି ଗ୍ରାଉଣ୍ଡ ଜିରୋ ରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ଇଣ୍ଡିଆ ମେଣ୍ଟସହଯୋଗ ରେ ୮୦ ଆସନ ଲକ୍ଷ୍ୟ ରେ ରହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami