ସ୍ୱାଧିନ ବଲୁଚିସ୍ତାନ ପାଇଁ ପୁଣି ତେଜିଲା ଆନ୍ଦୋଳନ, କ’ଣ ପାଇଁ ପାକିସ୍ତାନକୁ ଏତେ ଘୃଣା କରନ୍ତି ବଲୁଚି ?

Above Post Content

ସ୍ୱାଧିନ ବଲୁଚିସ୍ତାନ ପାଇଁ ଆନ୍ଦୋଳନ ପୁଣି ଜୋରଦାର ହୋଇଛି । ପାକିସ୍ତାନରୁ ଅଲଗା ହୋଇ ସ୍ୱାଧିନ ହେବା ପାଇଁ ଏହି ଦାବି ପାଖାପାଖି ୭ ଦଶକ ପୁରୁଣା । ନିକଟରେ ରବିବାର ଦିନ ବ୍ରିଟିଶ ସଂସଦ ବାହାରେ ବଲୁଚି ସ୍ୱାଧିନ ବଲୁଚିସ୍ତାନ ଦାବିରେ ବିକ୍ଷୋଭ କରିଥିଲେ । ବଲୁଚିସ୍ତାନ ପାକିସ୍ତାନର ଏକ ପ୍ରଦେଶ ହୋଇଥିଲେ ମଧ୍ୟ ବଲୁଚି ନିଜକୁ ପାକିସ୍ତାନର ଅଙ୍ଗ ବୋଲି ମାନନ୍ତି ନାହିଁ । ସେମାନଙ୍କ ଅନୁସାରେ ବଲୁଚିସ୍ତାନକୁ ପାକିସ୍ତାନ ବଳପୂର୍ବକ ନିଜ ଅଧିକାରରେ ରଖିଛି ।

ସ୍ୱାଧିନ ବଲୁଚିସ୍ତାନ

After 2nd paragraph post ads

୧୯୪୭ ଅଗଷ୍ଟ ୧୪ ତାରିଖ ଦିନ ପାକିସ୍ତାନ ଅସ୍ଥିତ୍ୱକୁ ଆସିଥିଲା । ସେହି ସମୟରେ ବଲୁଚିସ୍ତାନ ସ୍ୱାଧିନ ରାଷ୍ଟ୍ର ଥିଲା । ବଲୁଚିସ୍ତାନ ଭାରତ କିମ୍ବା ପାକିସ୍ତାନରେ ସାମିଲ ନହୋଇ ଅଲଗା ରହିବାକୁ ନିଷ୍ପତି ନେଇଥିଲା । ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନା ମଧ୍ୟ ବଲୁଚିସ୍ତାନର ସ୍ୱାଧିନତାକୁ ସ୍ୱିକୃତୀ ଦେଇଥିଲେ । କିନ୍ତୁ ଅଚାନକ ୧୯୪୮ ମସିହାରେ ବଲୁଚିସ୍ତାନ ଉପରେ ଆକ୍ରମଣ କରି ପାକିସ୍ତାନ ତାକୁ ନିଜ ଅଧିକାରକୁ ନେଇଥିଲା । ବଲୁଚିସ୍ତାନ୍ ଭଳି ପାକିସ୍ତାନ ସେହି ବର୍ଷ କାଶ୍ମୀର ଉପରେ ମଧ୍ୟ ଆକ୍ରମଣ କରିଥିଲା ।

ବଲୁଚିସ୍ତାନର ଆକାର

ବଲୁଚିସ୍ତାନ ଆକାରରେ ପାକିସ୍ତାନର ଅର୍ଧେକ । ପାକିସ୍ତାନର ବାକି ସବୁ ପ୍ରଦେଶଙ୍କୁ ମିଶାଇଲେ ମୋଟ କ୍ଷେତ୍ରଫଳର ୫୫ ପ୍ରତିଶତ ହେଉଥିବା ବେଳେ ଏକାକୀ ବଲୁଚିସ୍ତାନ ପାକିସ୍ତାନ କ୍ଷେତ୍ରଫଳର ୪୫ ପ୍ରତିଶତ । ବଲୁଚିସ୍ତାନ ଆକାର ଦୃଷ୍ଟିରୁ ପାକିସ୍ତାନର ସବୁଠାରୁ ବଡ ରାଜ୍ୟ ହୋଇଥିଲେ ମଧ୍ୟ ଏହି ପ୍ରଦେଶରେ ପାକିସ୍ତାନ ଜନସଂଖ୍ୟାର ମାତ୍ର ୬ ପ୍ରତିଶତ ରୁହନ୍ତି । କିନ୍ତୁ ଖଣିଜ ଦ୍ରବ୍ୟ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସାମରିକ ଦୃଷ୍ଟିକୋଣରୁ ପାକିସ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ

Middle post content

ଆରବ ସାଗର କୂଳରେ ଅବସ୍ଥିତ ବଲୁଚିସ୍ତାନ ପାକିସ୍ତାନ ପାଇଁ ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ଏହା ଇରାନର ପୂର୍ବ ଦିଗରେ ଓ ଆଫଗାନିସ୍ତାନର ଦକ୍ଷିଣ ଦୀଗରେ ଅବସ୍ଥିତକତ୍ତର, ଇରାନ କିମ୍ବା ତୁର୍କମେନିସ୍ତାନରୁ କୌଣସି ଗ୍ୟାସ ପାଇପ୍ ଲାଇନ ଆସିଲେ ବଲୁଚିସ୍ତାନ ଦେଇ ହିଁ ଯିବ ।

ଚୀନର ଶୋଷଣ

ପାକିସ୍ତାନ ବଲୁଚିସ୍ତାନର ପ୍ରାକୃତିକ ସମ୍ପଦର ଶୋଷଣ ପଂଜାବୀଙ୍କ ଲାଭ ପାଇଁ କରୁଛି ବୋଲି ସାଧାରଣ ବଲୁଚିଙ୍କ ଅଭିଯୋଗ । ଚୀନ କମ୍ପାନୀଙ୍କୁ ପାକିସ୍ତାନ ଏଠାରେ କାର୍ଯ୍ୟ କରିବାକୁ ଅନୁମତି ଦେଇଛି । ଚୀନ ବିରୋଧରେ ବଲୁଚିଙ୍କ ଅଭିଯୋଗ ଯେ, ଚୀନ ସେମାନଙ୍କ ଶୋଷଣ କରୁଛି ।

ବଲୁଚ୍ ବିଦ୍ରୋହର ଇତିହାସ

ପାକିସ୍ତାନ ବିରୋଧରେ ବଲୁଚିସ୍ତାନର ବିଦ୍ରୋହର ଲମ୍ବା ଇତିହାସ ରହିଛି । ଏହାକୁ ତିନି ଭାଗର ବିଭକ୍ତ କରାଯାଏ । ପ୍ରଥମ ବିଦ୍ରୋହ ୧୯୪୮ରେ ପାକିସ୍ତାନର ଆକ୍ରମଣ ପରେ ତୁରନ୍ତ ଆରମ୍ଭ ହୋଇଥିଲା । ତେବେ ପାକିସ୍ତାନ ଏହାକୁ ଦବାଇବାରେ ସଫଳ ହୋଇଥିଲା । ଏହାପରେ ଦ୍ୱିତୀୟ ବିଦ୍ରୋହ ୧୯୭୦ ଦଶକରେ ଆରମ୍ଭ ହୋଇଥିଲା । ଏହି ସମୟରେ ପାକିସ୍ତାନ ଯେଉଁ ବଲୁଚିସ୍ତାନକୁ ନିଜର ବୋଲି ଦାବି କରୁଛି, ତା ଉପରେ ବିମାନରୁ ବୋମା ବର୍ଷଣ କରିଥିଲା । ନିଜ ଦେଶର ନାଗରିକଙ୍କ ଉପରେ ଆକାଶ ମାର୍ଗରୁ ବୋମା ବିସ୍ଫୋରଣର ଏହା ବିରଳ ଘଟଣା ଥିଲା ।ବାଂଲାଦେଶ ସ୍ୱାଧିନତା ଆନ୍ଦୋଳନ ଦ୍ୱାରା ପ୍ରେରିତ ହୋଇ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ବଲୁଚ୍ ବିଦ୍ରୋହ କିନ୍ତୁ ବିଫଳ ହୋଇଥିଲା । ଏହାର ୩୬ ବର୍ଷ ପରେ ୨୦୦୬ରେ ତୃତୀୟ ବିଦ୍ରୋହ ଆରମ୍ଭ ହୋଇଥିଲା ।

ଜନଜାତି ନେତାଙ୍କ ଦବଦବା

ବଲୁଚିସ୍ତାନରେ ଆଦିବାସୀ ନେତାଙ୍କ ଦବଦବା ରହିଛି । ଏହି ନେତା ମାନେ ହିଁ ପାକିସ୍ତାନ ବିରୋଧ ବିଦ୍ରୋହର ନେତୃତ୍ୱ ନିଅନ୍ତି । ପାକିସ୍ତାନର ଅଭିଯୋଗ ଯେ, ଭାରତ ଏହି ବିଦ୍ରୋହୀଙ୍କ ସାହାଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ଭାବେ ନିଜ ପ୍ରଥମ ଇନିଂସ କାଳରେ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ବଲୁଚିସ୍ତାନ ପ୍ରସଙ୍ଗ ଉଠାଇଥିଲେ । ମୋଦିଙ୍କ ଏଭଳି ସମ୍ମୁଖ ଆକ୍ରମଣ ପାକିସ୍ତାନକୁ ଚମକାଇ ଦେଇଥିବା ବେଳେ ବଲୁଚଙ୍କୁ ନୂଆ ଆଶା ଦେଇଥିଲା । ଏବେ ମଧ୍ୟ ବଲୁଚ ଭାରତ ସମର୍ଥନ ଆଶା ରଖନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami