କ’ଣ ସେହି ୫ କାରଣ ଯେଉଁଥିପାଇଁ ଭାରତ ଉପସାଗରୀୟ ମୁସଲିମ ରାଷ୍ଟ୍ରଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହେଁ ନାହିଁ ?

Above Post Content

ନୂପୁର ଶର୍ମାଙ୍କୁ ନେଇ ଭାରତର ରାଜନୀତି ଗରମ ଅଛି । ତାଙ୍କ ବିବାଦୀୟ ବୟାନ ପାଇଁ ଭାରତୀୟ ଜନତା ପାର୍ଟି ତାଙ୍କୁ ଦଳର ପ୍ରାଥମିକତା ସଦସ୍ୟତାରୁ ନିଲମ୍ବିତ କରିଛି । ହିନ୍ଦୁତ୍ୱ କଥା କହୁଥିବା ବିଜେପି କ’ଣ ପାଇଁ ନିଜ ଦଳର ଜଣେ ମୁଖପାତ୍ରଙ୍କୁ ନିଲମ୍ବିତ କରିଲା ? ଏହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । ଆସନ୍ତୁ ଜାଣିବା କଣ ସେହି କାରଣ…

୧. ପେଟ୍ରୋଲ ଓ ଗ୍ୟାସ ପାଇଁ ନିର୍ଭରତା

After 2nd paragraph post ads

ଭାରତର ଦୈନିକ ତୈଳ ଆବଶ୍ୟକତା ହେଉଛି ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ପେଟ୍ରୋଲ । ଏହାର ୬୦ ପ୍ରତିଶଥ ଆସିଥାଏ ଉପସାଗରୀୟ ଦେଶରୁ । ଗତ କିଛି ବର୍ଷ ମଧ୍ୟରେ ପେଟ୍ରୋଲ ପାଇଁ ଗଲ୍ଫ ଦେଶଙ୍କ ଉପରେ ଭାରତର ନିର୍ଭରତା କିଛି ମାତ୍ରାରେ କମିଛି ସତ କିନ୍ତୁ ଏହା ବାଦ ଅଧିକା ମାତ୍ରାରେ ତୈଳ ଏହି ସବୁ ମୁସଲିମ ରାଷ୍ଟ୍ରରୁ ଆସିଥାଏ

ଭାରତ ସରକାର ୨୦୨୦-୨୧ରେ ପେଟ୍ରୋଲିୟମ ସବସିଡିରେ ୩୭ ହଜାର ୮୭୮ କୋଟି ଖର୍ଚ୍ଚ କରିଥିଲେ । କେବଳ ପରିବହନ କାରଣରୁ ନୁହେଁ ସୁରକ୍ଷାଗତ କାରଣରୁ ମଧ୍ୟ ଭାରତ ପାଇଁ ତୈଳ ଅତ୍ୟନ୍ତ ଜରୁରୀଏହି କାରଣରୁ ଭାରତ ଗଲ୍ଫ ଦେଶଙ୍କୁ ନେଇ ଅଧିକ ସଂବେଦନଶୀଳ ଥାଏ ।

୨. ଗଲ୍ଫ ଦେଶରେ ଅଧିକ ଭାରତୀୟ ଶ୍ରମିକ

ଚାକିରି ସନ୍ଧାନରେ ଲକ୍ଷାଧିକ ଭାରତୀୟ ଗଲ୍ଫ ଦେଶକୁ ଯାଇଥାନ୍ତି । ୯ ଉପସାଗରୀୟ ରାଷ୍ଟ୍ରରେ ୯୦ ଲକ୍ଷ ଭାରତୀୟ କାମ କରିଥାନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୩୫ ଲକ୍ଷ ମିଳିତ ଆରବ ଏମିରଟ୍ ବା UAEରେ ଅଛନ୍ତି । ଏହାପରେ ୩୦ ଲକ୍ଷ ସାଉଦି ଆରବରେ କାମ କରିଥାନ୍ତି । ୟୁଏଇ ଓ ସାଉଦି ଆରବରେ ଅନେକ ରିଟେଲ ଷ୍ଟୋର ଓ ରେସ୍ତୋରାଁକୁ ଭାରତୀୟ ଚଳାଇଥାନ୍ତିଏମିତିରେ ନୂପୁର ଏପିସୋଡ୍ ପରେ ଗଲଫ ଦେଶରେ ବୟକଟ୍ ଇଣ୍ଡିଆ ଟ୍ରେଣ୍ଡ୍ କରିବାରେ ଲାଗିଛି । ସେଠାରେ ରହୁଥିବା ଭାରତୀୟଙ୍କ ରୋଜଗାର ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବିଜେପିକୁ ନୂପୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିଥିଲା ।

Middle post content

୩. ସର୍ବାଧିକ ବୈଦେଶିକ ମୁଦ୍ରା ଗଲ୍ଫ ଦେଶରୁ ଆସିଥାଏ

ଗଲ୍ଫ ଦେଶଙ୍କ ଆପତି ପରେ ଭାରତ ସରକାର ତୁରନ୍ତ ସକ୍ରିୟ ହେବା ପଛରେ ଆଉ ଗୋଟିଏ କାରଣ ହେଉଛି ବୈଦେଶିକ ମୁଦ୍ରା । ଭାରତକୁ ଆମେରିକା କିମ୍ବା ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରରୁ ଅଧିକ ବୈଦେଶିକ ମୁଦ୍ରା ଆସିନଥାଏ । ଅଧିକ ବୈଦେଶିକ ମୁଦ୍ରା ଗଲ୍ଫ ଦେଶଗୁଡିକରୁ ଭାରତକୁ ଆସିଥାଏ । ଗଲ୍ଫ ଦେଶରେ କାମ କରୁଥିବା ୯୦ ଲକ୍ଷ ଭାରତୀୟ ନିଜ ପରିବାର ପାଖକୁ ବୈଦେଶିକ ମୁଦ୍ରା ପଠାଇଥାନ୍ତି । ୨୦୧୯-୨୦ରେ ଗଲ୍ଫ ଦେଶକୁ ୬.୩୮ ଲକ୍ଷ କୋଟି ଟଙ୍କା ଆସିଥିଲା । ଏହାମଧ୍ୟରୁ ୫୩ ପ୍ରତିଶତ କେବଳ ୫ ଗଲ୍ଫ ରାଷ୍ଟ୍ର ୟୁଏଇ,ସାଉଦି ଆରବ,କତର,କୁଏଟ,ଓମାନରୁ ଆସିଥିଲା । ଗଲ୍ଫରୁ ଆସୁଥିବା ଟଙ୍କା ମଧ୍ୟରୁ ୫୯ ପ୍ରତିଶତ ମହାରାଷ୍ଟ୍ର,ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଯାଇଥାଏ । ତେଣୁ ଭାରତ ସରକାର ଗଲ୍ଫ ଦେଶଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି ।

୪. ଗଲ୍ଫ ଦେଶଙ୍କ ସହିତ ଭାରତର ବ୍ୟବସା

କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୟୁଏଇ,ସାଉଦି ଆରବ ଓ କତର ଭାରତର ଟପ୍ ଟ୍ରେଡିଂ ପାର୍ଟନରଙ୍କ ମଧ୍ୟରୁ ଅନ୍ୟତମ । ଆମେରିକା ପରେ ୟୁଏଇ ହେଉଛି ଭାରତର ସବୁଠାରୁ ବଡ୍ ବାଣିଜ୍ୟକ ଅଂଶିଦାର । ୨୦୨୦-୨୧ରେ ଭାରତ ଓ ୟୁଏଇ ମଧ୍ୟରେ ୫.୬୬ ଲକ୍ଷ କୋଟିର ବ୍ୟବସାୟ ହୋଇତିଲା । ଏହା ମଧ୍ୟରୁ ଭାରତ ୟୁଏଇକୁ ୨ ଲକ୍ଷ ୨୦ କୋଟି ଟଙ୍କାର ସାମାନ ରପ୍ତାନି କରିଥିଲା । ତେଣୁ ଭାରତ ୟୁଏଇ ଭଳି ଦେଶକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ।

୫. ଉପସାଗରୀୟ ଦେଶଙ୍କ ସହିତ ଐତିହାସିକ ସମ୍ପର୍କ

ସ୍ୱାଧିନତା ପାଇବା ପରେ ଭାରତ ଓ ସାଉଦି ଆରବ ମଧ୍ୟରେ ୧୯୪୭ରେ ହିଁ କୂଟନୈତିକ ସମ୍ପର୍କ ସ୍ଥାପିତ ହୋଇଥିଲା । ଜିଓ ପଲିଟିକାଲ ସହିତ ସାଂସ୍କୃତିକ କାରଣରୁ ମଧ୍ୟ ଭାରତ ଓ ଗଲ୍ଫ ଦେଶଙ୍କ ମଧ୍ୟରେ ସମ୍ପର୍କ ମଜବୁତ । ଏହାର କାରଣ ହେଉଛି ଇସଲାମ । ଇସଲାମର ପବିତ୍ର ସ୍ଥାନ ମକ୍କା ଓ ମଦିନା ସାଉଦି ଆରବରେ ରହିଛିପ୍ରତିବର୍ଷ ଲକ୍ଷାଧିକ ଭାରତୀୟ ମୁସଲମାନ ହଜ୍ କରିବାକୁ ମକ୍କା ଓ ମଦିନା ଯାଇଥାନ୍ତି । ଏମିତିରେ ଭାରତର ଏହି ଦେଶର ସହିତ ନିବିଡ ସମ୍ପର୍କ ରହିଛି । ଏହା ସହିତ ଗତ କେଇ ବର୍ଷ ମଧ୍ୟରେ ଗଲ୍ଫ ଦେଶଙ୍କ ସହିତ ଭାରତର ସମ୍ପର୍କ ତୁଳନାତ୍ମକ ଭାବେ ମଜବୁତ ହୋଇଛି । ଭାରତ ସେହି ସମ୍ପର୍କକୁ ପ୍ରଭାବିତ କରିବାକୁ ଚାହୁଁନି । ଭାରତ ଚାହୁଁନି ଯେ, ଗୋଳିଆ ପାଣିରୁ ପାକିସ୍ତାନ କୌଣସି ପ୍ରକାରର ଫାଇଦା ଉଠାଉ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami