ଆଇପିଏଲର ପ୍ରାଇଜ୍ ମନି ଓ ଫିପା ବିଶ୍ୱକପର ପ୍ରାଇଜ୍ ମନି ମଧ୍ୟରେ ତୁଳନା କେବେ କରିଛନ୍ତି କି ? ଯଦି କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ଦୁଇଟି ବିଶ୍ୱ ପ୍ରସିଦ୍ଧ କ୍ରିଡ଼ା ଇଭେଣ୍ଟରେ ପୁରସ୍କାର ରାଶିର ମୂଲ୍ୟ କେତେ । ତେବେ ତା’ ଆଗରୁ ଜାଣିନିଅନ୍ତୁ ଯେ, ଆଇପିଏଲର ଚମ୍ପିଆନ୍ ଟିମ୍ ଫିଫା ବିଶ୍ୱକପରେ ସବୁଠାରୁ ତଳ ନମ୍ବରରେ ଥିବା ଟିମଠାରୁ ମଧ୍ୟ ପୁରସ୍କାର ରାଶି ହିସାବରେ ଗରିବ । ଅର୍ଥାତ ଆଇପିଏଲର ଚମ୍ପିଆନ୍ ଟିମ୍ ଯଦି ୨୦ କୋଟି ଟଙ୍କା ପୁରସ୍କାର ଭାବେ ପାଆନ୍ତି ତେବେ ଫିଫାର ଚମ୍ପିଆନ୍ ପାଇବେ ୩୫୯ କୋଟି ଟଙ୍କା !
ପଏଣ୍ଟ୍ ତାଲିକାର ନିମ୍ନରେ ଥିବା ଦଳ ପାଇବେ ୭୨ କୋଟି ଟଙ୍କା !
ରବିବାର ଠାରୁ ଆରମ୍ଭ ହେଉଛି ଫୁଟବଲର ମହାକୁମ୍ଭ ଫିପା ୱାର୍ଲ୍ଡ କପ୍ । ଏହି ବିଶ୍ୱକପରେ ଭାଗ ନେଉଥିବା ସବୁ ଦଳଙ୍କ ପାଇଁ ଗ୍ୟାରେଣ୍ଟି ପ୍ରାଇଜ୍ ମନି ହେଉଛି ୭୨ କୋଟି ଟଙ୍କା । ଅର୍ଥାତ କେବଳ ବିଶ୍ୱକପ୍ ପାଇଁ କ୍ୱାଲିଫାଏ ହୋଇଥିବା ଦଳ ୭୨ କୋଟି ଟଙ୍କା ପାଇବେ । ତେଣିକି ସେହି ଟିମ୍ କୌଣସି ମ୍ୟାଚ୍ ଜିତୁ କି ହାରୁ ।
FIFA ପ୍ରାଇଜ୍ ମନି କ’ଣ ଜାଣନ୍ତୁ
ଫିପା ବିଶ୍ୱକପର ମୋଟ ପ୍ରାଇଜ୍ ମନି ପ୍ରାୟ ୩ ହଜାର ୬ ଶହ କୋଟି ଟଙ୍କା । ଚମ୍ପିଆନ୍ ଟିମ୍ ଏଥିରୁ ୩୫୯ କୋଟି ଟଙ୍କା ନେବ । ରନର ଅପ୍ ଟିମ୍ ପାଇବ ୨୪୫ କୋଟି ଟଙ୍କା । ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିବା ଟିମ୍ ପାଇବେ ୨୨୦ ଓ ୨୦୪ କୋଟି ଟଙ୍କା । ପଂଚମରୁ ଅଷ୍ଟମ ସ୍ଥାନରେ ରହୁଥିବା ଦଳ ପାଇବେ ୧୩୯ କୋଟି ଟଙ୍କା । ନବମରୁ ୧୬ତମ ସ୍ଥାନରେ ଯେଉଁ ସବୁ ଦଳ ରହିବେ ସେହି ଦଳ ପାଇବେ ୧୦୬ କୋଟି ଟଙ୍କା । ପଏଣ୍ଟ୍ ଟେବୁଲରେ ୧୭ରୁ ୩୨ ନମ୍ବରରେ ରହୁଥିବା ଦଳ ପାଇବେ ୭୩ କୋଟି ଟଙ୍କା । ବିଶେଷ କଥା ହେଉଛି ଯେ, ଟୁର୍ଣ୍ଣାମେଣ୍ଟରେ ଶେଷ ସ୍ଥାନ ଅର୍ଥାତ ୩୨ ତମ ସ୍ଥାନରେ ଯେଉଁ ଦଳ ରହିବ ତାକୁ ମଧ୍ୟ ମିଳିବ ୭୩ କୋଟି ଟଙ୍କା । ମାନେ ଆଇପିଏଲ ଚମ୍ପିଆନ୍ ଟିମ୍ ପାଉଥିବା ଟଙ୍କାର ପାଖାପଖି ୬ ଗୁଣ ଅଧିକ ଟଙ୍କା ।
ଫିଫାଠାରୁ ଅଧିକ ପ୍ରାଇଜ୍ ମନି ଦେଉଥିବା ଟୁର୍ଣ୍ଣାମେଣ୍ଟ୍
ତେବେ ଆପଣ ଯଦି ଭାବୁଛନ୍ତି ଫିପା ହିଁ ଅଧିକ ଟଙ୍କା ପ୍ରାଇଜ୍ ହିସାବରେ ବାଣ୍ଟେ ,ତେବେ ଆପଣ ଭୁଲ । ଫିଫାଠାରୁ ଅଧିକ ଟଙ୍କା ପ୍ରାଇଜ୍ ହିସାବରେ ଦେଉଛି UEFA ଚମ୍ପିଆନ୍ସ ଲିଗ୍ ଟୁର୍ଣ୍ଣାମେଣ୍ଟ୍ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ ହଜାର ୬ ଶହ କୋଟି ଟଙ୍କା ପୁରସ୍କାର ରାଶି ଭାବେ ବଣ୍ଟା ଯାଇଥାଏ । ଏହା ପରେ ଆସୁଛି ଫର୍ମୁଲା-ୱାନ୍ ମୋଟର ସ୍ପୋର୍ଟସ । ଏଥିରେ ପ୍ରାଇଜ୍ ମନି ଭାବେ ମୋଟ ୬ ହଜାର ୫ଶହ କୋଟି ପ୍ରତିଯୋଗୀଙ୍କୁ ମିଳିଥାଏ ।