![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ବିବାହର ୨୦ ବର୍ଷ ପରେ ଅଲଗା ହେବେ ଅଭିନେତା-ନିର୍ଦ୍ଦେଶକ ଧନୁଷ- ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ । ନିକଟରେ ସେମାନେ ଚେନ୍ନାଇ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ପାରସ୍ପରିକ ସମ୍ମତି ଅନୁଯାୟୀ ସେକ୍ସନ୍ ୧୩ ବି – ଛାଡପତ୍ର ଅନୁଯାୟୀ ସେମାନେ ଆବେଦନ କରିଛନ୍ତି । ପୂର୍ବରୁ ୨୦୨୨ ମସିହା ଜାନୁଆରୀରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇ ଘୋଷଣା କରିଥିଲେ । ସେହି ସମୟରେ ସେମାନଙ୍କର ଏପରି ଘୋଷଣା ସେମାନଙ୍କ ଅନୁଗାମୀମାନଙ୍କ ପାଇଁ ଏକ ବଡ଼ ଧକ୍କା ଦେଇଥିଲା । ଏହା ଶୁଣିବା ପରେ ପ୍ରଶଂସକମାନଙ୍କୁ ଶକ୍ତ ଧକ୍କା ଲାଗିଛି ।
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ପରସ୍ପର ସହମତିରେ ଛାଡପତ୍ର ପାଇଁ କରିଛନ୍ତି ଆବେଦନ
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
ପ୍ରାୟ ଦେଢ଼ ବର୍ଷ ପରେ ଏବେ ଉଭୟ ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଖୁବ୍ ଶୀଘ୍ର ସେମାନଙ୍କ ମାମଲାର ଶୁଣାଣି ହେବ । ଦୁହେଁ ଗତ ଦୁଇ ବର୍ଷ ଧରି ଅଲଗା ରହୁଛନ୍ତି । ଏହି ଘୋଷଣା ପରେ, ସେମାନେ ସେମାନଙ୍କର ପୁତ୍ର ଯତ୍ର ଏବଂ ଲିଙ୍ଗଙ୍କ ସ୍କୁଲ ଇଭେଣ୍ଟରେ ନଜର ଆସିଥିଲେ । ୨୦୨୨ ମସିହା ଜାନୁଆରି ୧୭ ତାରିଖରେ ଧନୁଷ ତାଙ୍କର ଏକ୍ସ ଆକାଉଣ୍ଟରେ ପୃଥକ ହେବା ନେଇ ଘୋଷଣା କରିଥିଲେ । ବିବାହର ୧୮ ବର୍ଷ ପରେ ଦୁହେଁ ଅଲଗା ହେବା ନିଷ୍ପତ୍ତି ପ୍ରଶଂସକଙ୍କୁ ଶକ୍ତ ଧକ୍କା ଦେଇଥିଲା । ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ସୋସିଆଲ ମିଡିଆ ପୃଷ୍ଠାରେ ଏକ ସମାନ ପୋଷ୍ଟ ସେୟାର କରିଥିଲେ । ଦୁହେଁ ସେମାନଙ୍କ ଅଲଗା ହେବା ସହିତ ଗୋପନୀୟତା ପାଇଁ ଅନୁରୋଧ କରିଥିଲେ ।୨୦୦୪ ମସିହାରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବହୁ ଆଡ଼ମ୍ବରରେ ବିବାହ କରିଥିଲେ ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)