ଜନ୍ମଦିନରେ କଲେ ଘୋଷଣା: ଲୋକସଭା ନିର୍ବାଚନରେ ଏକା ଚାଲିବ ହାତୀ

Above Post Content

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ମଇଦାନରେ ଏକା ଚାଲିବ ହାତୀ । ଉଭୟ ଇଣ୍ଡିଆ ଏବଂ ଏନଡିଏ ସହ ମେଣ୍ଟ କରିବନି ବୋଲି ରୋକଠୋକ୍ ମନା କରିଦେଇଛନ୍ତି । ଆଜି ନିଜ ଜନ୍ମଦିନ ଅବସରରେ ଏଭଳି ବଡ଼ ଘୋଷଣା କରିଛନ୍ତି ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ମାୟାବାତୀ । ଏଥିସହ ସମାଜବାଦୀ ପାର୍ଟି ଓ ବିଜେପିକୁ ମଧ୍ୟ ସେ ଟାର୍ଗେଟ୍ କରିଛନ୍ତି ।

ମେଣ୍ଟ କଲେ ଅଧିକ କ୍ଷତି ସହିବାକୁ ପଡ଼ିବ

After 2nd paragraph post ads
Middle post content

ଆଗାମୀ ଲୋକସଭା ନିର୍ବାଚନରେ ଏକା ଲଢ଼ିବାକୁ ଘୋଷଣା କରିଛନ୍ତି ମାୟାବାତୀ । କୌଣସି ଦଳ ସହ ମେଣ୍ଟ କଲେ ତାଙ୍କୁ ଅଧିକ କ୍ଷତି କମ୍ ଲାଭ ହୁଏ । ଭୋଟ୍ ପ୍ରତିଶତ ମଧ୍ୟ କମିଯାଏଁ । ଅନ୍ୟ ଦଳ ଲାଭବାନ ହୁଅନ୍ତି । ତେଣୁ ଅଧିକାଂଶ ଦଳ ବିଏସ୍‌ପି ସହ ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି । ଆମ ଦଳ ଏକା ନିର୍ବାଚନ ଲଢ଼ିବ । ଆଉ ଭଲ ଫଳାଫଳ ମଧ୍ୟ ଆଣିବ । ଆମେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ । କାରଣ ଏହାର ସର୍ବୋଚ୍ଚ ନେତୃତ୍ୱ ଜଣେ ଦଳିତଙ୍କ ହାତରେ ରହିଛି । ବିଏସ୍‌ପି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଏକା ଲଢ଼ି ସାରିଛି । ଏକା ସରକାର ମଧ୍ୟ ଗଠନ କରିସାରିଛି । ବିଏସ୍‌ପି କାହାକୁ ମାଗଣାରେ ସମର୍ଥନ ଦେବ ନାହିଁ । ନିର୍ବାଚନ ପରେ ମେଣ୍ଟ ବିଷୟରେ ଚିନ୍ତା କରାଯିବ ।

ବିଜେପିକୁ କଲେ ଟାର୍ଗେଟ

ମାୟାବତୀ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଆଜିର ସରକାର ନାଁ ବଦଳାଇ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି ଯାହାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ । ବିଜେପି ଏବଂ କଂଗ୍ରେସର ଚିନ୍ତାଧାରା ନୀତିଗତ ଏବଂ ଜାତିଗତ ଚିନ୍ତାଧାରା ଅଟେ । ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ଧର୍ମ ଓ ସଂସ୍କୃତିର ନିଆଁରେ କେନ୍ଦ୍ର ଓ ରାଜ୍ୟ ସରକାର ରାଜନୀତି କରୁଛନ୍ତି ବୋଲି ବିଜେପିର ନାଁ ନନେଇ କହିଛନ୍ତି । ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରି ମାୟାବତୀ କହିଛନ୍ତି, ‘ବିରୋଧୀଦଳର ଇଣ୍ଡିଆ ମେଣ୍ଟକୁ ନେଇ ଏକ ସୁଚିନ୍ତିତ ରଣନୀତି ଅନୁଯାୟୀ ସମାଜବାଦୀ ପାର୍ଟି ମୁଖ୍ୟ ବହୁରୂପି ଏଣ୍ଡୁଅ ଭଳି ରଙ୍ଗ ବଦଳାଇଛନ୍ତି । ଗତ ମାସରେ ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ଘୋଷଣା କରିବା ପରେ ବିଏସପି ମୁଖ୍ୟ ସନ୍ୟାସ ନେବେ ବୋଲି ପ୍ରଚାର କରାଯାଉଛି । ଏହା ଏକ ମିଥ୍ୟା ଏବଂ ଗୁଜବ ଖବର ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami