![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଗେରୁଆ ରଙ୍ଗକୁ ବଦଳିଲା ‘ଦୂରଦର୍ଶନ’ର ଲୋଗୋ । ସ୍ୱୟଂଶାସିତ ଜନ ପ୍ରସାରଣକାରୀ ‘ଦୂରଦର୍ଶନ’ ଏହାର ଲୋଗୋର ରଙ୍ଗକୁ ଗେରୁଆ ପରିବର୍ତ୍ତନ କରି ବିରୋଧୀମାନଙ୍କର ସମାଲୋଚନାର ଶିକାର ହୋଇଛି । ନିକଟରେ ଏକ୍ସରେ ଏକ ନୂତନ ପ୍ରମୋସନାଲ୍ ଭିଡିଓ ସେୟାର କରି ଦୁରଦର୍ଶନ ଏହି ନୂଆ ଲୋଗୋ ବିଷୟରେ ସୂଚନା ଦେଇଛି । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦର୍ଶକ ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ବିରୋଧୀଙ୍କ ସମାଲୋଚନାର ଶୀକାର ହେଲା ଡିଡି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଡିଡି ପୋଷ୍ଟ୍ର କ୍ୟାପସନରେ ଲେଖାଯାଇଛି, ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ । ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନୂଆ ଡିଡି ନିଉଜ୍କୁ ଅନୁଭବ କରନ୍ତୁ । ନୂତନ ଲୋଗୋ ଅନଲାଇନରେ ସମାଲୋଚନାର ସମ୍ମୁଖୀନ ହୋଇଛି ଓ ଅନେକ ଉପଭୋକ୍ତା ଦର୍ଶାଇଛନ୍ତି ଏହି ଗେରୁଆ ରଂଗର ଲୋଗୋ ନର୍ବାଚନ ପୂର୍ବରୁ ହିଁ କାହିଁକି ଉନ୍ମୋଚନ କରାଯାଇଛି? ଦୂରଦର୍ଶନର ପୂର୍ବତନ ବସ୍ ତଥା ତୃଣ ମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ଜୱାହାର ସିରକାର ମଧ୍ୟ ଦୂରଦର୍ଶନର ଏହି ‘ସାର୍ଫନାଇଜେସନ୍’ ଦେଖି ଦୁଃଖି ହୋଇଛନ୍ତି । ପ୍ରସାର ଭାରତୀର ପୂର୍ବତନ ସିଇଓ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ଲେଖିଛନ୍ତି, ଜାତୀୟ ବ୍ରୋଡକାଷ୍ଟର୍ ଦୂରଦର୍ଶନର ଐତିହାସିକ ଲୋଗର ରଂଗ ଗେରୁଆ! ଏହା ପ୍ରସାର ଭାରତୀ ନୁହେଁ, ଏବେ ପ୍ରଚାର ଭାରତୀ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)