ରାଜସ୍ଥାନ ନେତୃତ୍ୱ ଲାଗି ଦିୟା ସମସ୍ତଙ୍କ ପସନ୍ଦ

Above Post Content

ଜୟପୁର: ଏବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଦଳ ଏଯାବତ୍ ମୁଖ୍ୟମନ୍ତ୍ରୀ ରୂପେ କାହାକୁ ଚୟନ କରିନାହିଁ କିମ୍ବା ଏନେଇ କୌଣସି ଘୋଷଣା ମଧ୍ୟ କରିନାହିଁ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଅନେକଙ୍କ ନାମ ଚର୍ଚ୍ଚାରେ ରହିଛି । ଯେଉଁ ପ୍ରାର୍ଥୀମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୀର୍ଷରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୟପୁର ରାଜପରିବାରର ରାଜକୁମାରୀ ଦିୟା କୁମାରୀ ।

ସାଦାସିଧା ବ୍ୟକ୍ତିତ୍ୱ ଲୋକଙ୍କୁ କରୁଛି ଆକୃଷ୍ଟ

After 2nd paragraph post ads
Middle post content

ଦିୟା ହେଉଛନ୍ତି ଜୟପୁର ରାଜ୍ୟର ଶେଷ ଶାସକ ମହାରାଜା ମାନ ସିଂହ ଦ୍ୱିତୀୟଙ୍କ ନାତୁଣୀଜୟପୁରର ଝିଅ ଏବଂ ରାଜକୁମାରୀ ଭାବେ ସେ ଦଳ ପାଇଁ ଭୋଟ ମାଗୁଥିଲେ । ଐତିହ୍ୟ ସଂପନ୍ନ ପରିବାର ହୋଇ ମଧ୍ୟ ତାଙ୍କର ସାଦାସିଧା ବ୍ୟକ୍ତିତ୍ୱ ତାଙ୍କୁ ରାଜସ୍ଥାନବାସୀଙ୍କ ମଧ୍ୟରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱରେ ପରିଣତ କରିଛି । ୨୦୧୩ରେ ବିଜେପିରେ ଯୋଗ ଦେଇଥିଲେ ଦିୟା । ଦିୟା ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦୁଇଟି ଯାକ ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ୨୦୧୩ ମସିହାରେ ସୱାଇ ମାଧୋପୁର ନିର୍ବାଚନ ମଣ୍ଡଳୀରୁ ରାଜସ୍ଥାନ ବିଧାନସଭାର ନିର୍ବାଚିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ରାଜସମନ୍ଦ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ୫୨ ବର୍ଷୀୟା ଏହି ରାଜକୁମାରୀ ଜଣେ ରାଜନେତା ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୨୦୧୯ରେ ସେ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣର ସଦସ୍ୟ ଭାବରେ କାର୍ଯ୍ୟ କରିବାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ।

ସରକାର ଚାହାଁନ୍ତି ମହିଳାଙ୍କ ସୁରକ୍ଷା

ଚଳିତ ବିଧାନସଭା ନିର୍ବାଚନରେ ଜୟପୁରର ବିଦ୍ୟାନଗରରୁ ବିଜୟୀ ହୋଇଥିବା ଦିୟାଙ୍କୁ ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେଙ୍କ ସହ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ବିକଳ୍ପ ଭାବରେ ଦେଖିବାକୁ ମିଳୁଛି । ଦିୟା କହିଛନ୍ତି ଯେ, ବିଜେପି ଲୋକଙ୍କ ପାଇଁ କାମ କରୁଛି ବୋଲି ଜନସାଧାରଣ ଜାଣନ୍ତି । ସେମାନେ ଏପରି ସରକାର ଚାହୁଁଛନ୍ତି ଯିଏ ମହିଳାଙ୍କ ସୁରକ୍ଷା କରିବ, ଯୁବକମାନଙ୍କୁ ଚାକିରି ଦେବ ଏବଂ କୃଷକମାନଙ୍କ ସହିତ ଭଲ ବ୍ୟବହାର କରିବ । ସେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ବୋଲି ପଚରାଯିବାରୁ ଦିୟା କହିଛନ୍ତି, ଏ ପ୍ରଶ୍ନର ମୋ ପାଖରେ ନାହିଁ । କାରଣ, ଏପ୍ରସଙ୍ଗରେ ବିଜେପି ହାଇକମାଣ୍ଡ ଯେଉଁ ନିଷ୍ପତ୍ତି ନେବେ ତାହା ମୋ ପାଇଁ ଚୂଡ଼ାନ୍ତ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami