ପୁରୀ ପରିକ୍ରମା ଓ ସମଲେଇ ପ୍ରକଳ୍ପ ନେଇ ଧର୍ମେନ୍ଦ୍ରଙ୍କ ମନରେ କ୍ରୋଧ

Above Post Content

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ମନ୍ଦିର ବିକାଶ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନରେ ଇର୍ଷା, ରାଗ, କ୍ରୋଧ, ହିଂସା ଭରି ରହିଛି । ଭକ୍ତଙ୍କ ପାଇଁ ରାଜ୍ୟ ସରକାରଙ୍କ ବିକାଶ କାମକୁ ସେ ସହି ପାରୁ ନାହାନ୍ତି ବିରୋଧୀ । ଯାହାକୁ ନେଇ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ଟ୍ୱିଟ୍ କରି ପ୍ରଣବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି । ପ୍ରତିଦିନ ଏହା ବିରୁଦ୍ଧରେ ବିଷୋଦଗାର କରୁଛନ୍ତି ।

Middle post content

ଦୁଇ ପ୍ରକଳ୍ପ ବନ୍ଦ କରିବାକୁ ଇସ୍ତାହାରରେ ଉଲ୍ଲେଖ କରନ୍ତୁ ଧର୍ମେନ୍ଦ୍ର

After 2nd paragraph post ads

ଧର୍ମେନ୍ଦ୍ର ଭାବୁଛନ୍ତି କି ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ । ତାହେଲେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ କୁହନ୍ତୁ, ପୁରୀ ପରିକ୍ରମା ପ୍ରକଳ୍ପକୁ ବନ୍ଦ କରିଦେବେ । ସେହି ଜାଗାରେ ପୁଣିଥରେ ପୁରୁଣା ଜୋତା ଦୋକାନ, ହୋଟେଲ୍‌, ଲଜକୁ ଠିଆ କରିବେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ହେଉଥିବା କାର‌୍ୟ୍ୟକୁ ମଧ୍ୟ ଭାଙ୍ଗି ଦେବେ ବୋଲି ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରନ୍ତୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ରାଜ୍ୟ ସରକାର କରିଥିବା ସମଲେଇ ପ୍ରକଳ୍ପ ମଧ୍ୟ ଧର୍ମେନ୍ଦ୍ରଙ୍କ ଦେହରେ ଯାଉନି । ସମାନ ଭାବରେ ମା’ ସମଲେଇ ମନ୍ଦିରର ସୌନ୍ଦର‌୍ୟ୍ୟକରଣକୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରୁଛନ୍ତି । ତାହେଲେ ମା’ ସମଲେଇଙ୍କ ମନ୍ଦିର ସୌନ୍ଦର‌୍ୟ୍ୟକରଣକୁ ବନ୍ଦ କରିଦେବେ ବୋଲି ଦଳୀୟ ଇସ୍ତାହାରରେ ଉଲ୍ଲେଖ କରି ମା’ ସମଲେଇଙ୍କର ଲକ୍ଷ ଲକ୍ଷ ଭକ୍ତଙ୍କୁ କହିବାର ସାହାସ ଦେଖାଇବେ କି? ଏହି ଦୁଇଟି ଆଧ୍ୟାତ୍ମିକ ସ୍ଥାନର ସୌନ୍ଦର‌୍ୟ୍ୟକରଣ ଓ ପରିକ୍ରମା ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମନରେ ବହୁତ ଇର୍ଷା ଓ କ୍ରୋଧ ଥିବା କଥା ଆଉ କାହାକୁ ଅଛପା ନାହିଁ । ଯଦି ସତସାହାସ ଅଛି ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇ କାର‌୍ୟ୍ୟକୁ ବନ୍ଦ କରିଦେବା ନେଇ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରନ୍ତୁ । ଏହାପରେ, ଓଡ଼ିଶାବାସୀ ତାଙ୍କୁ ଯେଉଁ ଜବାବ ଦେବେ ତାହା ସେ କେବେ ଭୁଲି ପାରିବେ ନାହିଁ ବୋଲି ପ୍ରଣବ ପ୍ରକାଶ ଦାସ ଟ୍ୱିଟରେ ଲେଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami