ଧାମନଗର ଗଡରେ ହେବ ରାଜନୀତିର କମ୍ପନ୍

Above Post Content

ଗଡ ହାତେଇବାକୁ ତୟାର୍ ବିଭିନ୍ନ ରାଜନୈତିକ ଦଳ

Middle post content
After 2nd paragraph post ads

ଦଳ ପ୍ରସ୍ତୁତ, ପ୍ରାର୍ଥୀ ବି ପ୍ରସ୍ତୁତ । ଏଥର ଧାମନଗର ଗଡରେ ହେବ ରାଜନୀତିର କମ୍ପନ୍ ଦିନ ଗଡୁଛି, ଉପନିର୍ବାଚନର ତାତି ମଧ୍ୟ ବଢୁଛି ଭୋଟରଙ୍କୁ ହାତେଇବା ପାଇଁ ଚାଲିଛି ୩ ପ୍ରମୁଖ ଦଳର ସମରସଜ୍ଜା ପୂର୍ବରୁ ବିରୋଧୀ ବିଜେପି କଂଗ୍ରେସ ର ପ୍ରାର୍ଥୀ ନାମାନଙ୍କ ଭରି ମୈଦାନ୍ କୁ ଓହ୍ଲାଇ ସାରିଥିବା ବେଳେ ଶୁକ୍ରବାର ବିରାଟ ପଟୁଆରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛି ଶାସକ ଦଳବିଜେଡିର ପ୍ରାର୍ଥୀନୀ ଅବନ୍ତୀ ଦାସ ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ଭରି ଥିଲେ । ତେବେ ଶାସକ ଦଳ ଶୋଭାଯାତ୍ରାର ଦ୍‌ୃଶ୍ୟ ହିଁ ତାର ବିଜୟ ପଥକୁ ସୁଗମ କରିଥିବା କୁହାଯାଉଛି । ମହିଳାଙ୍କୁ ମୈଦାନ୍ ରେ ସୁଯୋଗ ଦେବା ସହ ବିଧାନସଭା ଓ ଲୋକସଭାରେ ସିଟ୍ ସରକ୍ଷଂଣ ପାଇଁ ଲଢେଇ କରି ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ୍ ପଟ୍ଟନାୟକ । ଏଥର ଧାମନଗର ଉପନିର୍ବାଚନରେ ମଧ୍ୟ ଶାସକ ଦଳ ଖେଳିଛି ମାଷ୍ଟର ଷ୍ଟ୍ରୋକ୍ । ଚର୍ଚ୍ଚା ମଧ୍ୟ ହେଉଛି ଯେ ବିଜେଡି ଜଣେ ସଫଳ ଉଦ୍ୟୋଗୀ ମହିଳାଙ୍କୁ ପ୍ରାର୍ଥୀ କରି ଉଭୟ ଦଳଙ୍କୁ ଚେକ୍ ଦେଇଛିମହିଳାଙ୍କୁ ସମ୍ମାନ ଦେବା ସହ ନାରୀ ଶାସକ୍ତୀକରଣ ପାଇଁ ଅଂଟା ଭିଡି ଆସିଛନ୍ତି ନବୀନ୍ । ତେଣୂ ଅବନ୍ତୀଙ୍କୁ ଟିକେଟ୍ ଦେଇ ବିଜେଡି ବିଜୟର ମୁକୁଟ ନିଶ୍ଚୟ ପିନ୍ଧିବ ବୋଲି ଧାମନଗରରେ ଆଲୋଚନା ହେଉଛି । ଏବଂ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ଯୁକ୍ତି ବାଢିଛନ୍ତି ଦଳୀୟ ହେବିୱାଟେ୍

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami