ଗଡ ହାତେଇବାକୁ ତୟାର୍ ବିଭିନ୍ନ ରାଜନୈତିକ ଦଳ
ଦଳ ପ୍ରସ୍ତୁତ, ପ୍ରାର୍ଥୀ ବି ପ୍ରସ୍ତୁତ । ଏଥର ଧାମନଗର ଗଡରେ ହେବ ରାଜନୀତିର କମ୍ପନ୍ । ଦିନ ଗଡୁଛି, ଉପନିର୍ବାଚନର ତାତି ମଧ୍ୟ ବଢୁଛି । ଭୋଟରଙ୍କୁ ହାତେଇବା ପାଇଁ ଚାଲିଛି ୩ ପ୍ରମୁଖ ଦଳର ସମରସଜ୍ଜା । ପୂର୍ବରୁ ବିରୋଧୀ ବିଜେପି ଓ କଂଗ୍ରେସ ର ପ୍ରାର୍ଥୀ ନାମାନଙ୍କ ଭରି ମୈଦାନ୍ କୁ ଓହ୍ଲାଇ ସାରିଥିବା ବେଳେ ଶୁକ୍ରବାର ବିରାଟ ପଟୁଆରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛି ଶାସକ ଦଳ । ବିଜେଡିର ପ୍ରାର୍ଥୀନୀ ଅବନ୍ତୀ ଦାସ ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନାମାଙ୍କନ ଭରି ଥିଲେ । ତେବେ ଶାସକ ଦଳ ଶୋଭାଯାତ୍ରାର ଦ୍ୃଶ୍ୟ ହିଁ ତାର ବିଜୟ ପଥକୁ ସୁଗମ କରିଥିବା କୁହାଯାଉଛି । ମହିଳାଙ୍କୁ ମୈଦାନ୍ ରେ ସୁଯୋଗ ଦେବା ସହ ବିଧାନସଭା ଓ ଲୋକସଭାରେ ସିଟ୍ ସରକ୍ଷଂଣ ପାଇଁ ଲଢେଇ କରି ଆସୁଛନ୍ତି ବିଜେଡି ସୁପ୍ରିମୋ ନବୀନ୍ ପଟ୍ଟନାୟକ । ଏଥର ଧାମନଗର ଉପନିର୍ବାଚନରେ ମଧ୍ୟ ଶାସକ ଦଳ ଖେଳିଛି ମାଷ୍ଟର ଷ୍ଟ୍ରୋକ୍ । ଚର୍ଚ୍ଚା ମଧ୍ୟ ହେଉଛି ଯେ ବିଜେଡି ଜଣେ ସଫଳ ଉଦ୍ୟୋଗୀ ମହିଳାଙ୍କୁ ପ୍ରାର୍ଥୀ କରି ଉଭୟ ଦଳଙ୍କୁ ଚେକ୍ ଦେଇଛି । ମହିଳାଙ୍କୁ ସମ୍ମାନ ଦେବା ସହ ନାରୀ ଶାସକ୍ତୀକରଣ ପାଇଁ ଅଂଟା ଭିଡି ଆସିଛନ୍ତି ନବୀନ୍ । ତେଣୂ ଅବନ୍ତୀଙ୍କୁ ଟିକେଟ୍ ଦେଇ ବିଜେଡି ବିଜୟର ମୁକୁଟ ନିଶ୍ଚୟ ପିନ୍ଧିବ ବୋଲି ଧାମନଗରରେ ଆଲୋଚନା ହେଉଛି । ଏବଂ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ଯୁକ୍ତି ବାଢିଛନ୍ତି ଦଳୀୟ ହେବିୱାଟେ୍ ।