୧୬୮ କେନ୍ଦ୍ରରେ ହେବ ଭୋଟ ଗଣତି

Above Post Content

ଭୁବନେଶ୍ୱର: ରାତି ପାହିଲେ ଭୋଟ ଗଣତି । ଜଣାପଡ଼ିବ ନେତାଙ୍କ ଭାଗ୍ୟଫଳ । ରାଜ୍ୟର ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ଗଚ୍ଛିତ ଇଭିଏମରେ ନେତାଙ୍କ ଭାଗ୍ୟ ତାଲା ପଡିଛି । ମୋଟ ୧୬୮ କେନ୍ଦ୍ରରେ ଭୋଟ ଗଣତି କରାଯିବ । ୧୪୭ ବିଧାନସଭା ଓ ୨୧ ଲୋକସଭା କ୍ଷେତ୍ର ପାଇଁ ପୃଥକ୍ ଭାବେ ଭୋଟ ଗଣନା କରାଯିବ । ପ୍ରତି ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ।

Middle post content

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

After 2nd paragraph post ads

ଭୋଟ ଗଣତି କେନ୍ଦ୍ର ଭିତରେ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ତଥା ଅର୍ଦ୍ଧ ସାମରିକ ବାହିନୀ (ସିଏପିଏଫ୍‌) ଯବାନ ଜଗିବେ । ତା’ ପରବର୍ତ୍ତୀ ସ୍ତରର ସୁରକ୍ଷା ଦାୟିତ୍ୱ ରାଜ୍ୟ ସଶସ୍ତ୍ର ପୋଲିସ (ଏସ୍‌ଏପି) ଯବାନଙ୍କର । ବ୍ୟାରିକେଡ୍ ବାହାରେ ରାଜ୍ୟ ପୋଲିସ ମୁତୟନ ହେବେ । ଭୋଟ ଗଣତି ବେଳେ ଷ୍ଟ୍ରଙ୍ଗରୁମ୍‌ରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ଚଳିତ ସାଧାରଣ ନିର୍ବାଚନରେ ରେକର୍ଡ ସଂଖ୍ୟକ ୧୮୫ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଥିଲେ । ବର୍ତ୍ତମାନ କେବଳ ୨୫ କମ୍ପାନୀ ସିଏପିଏଫ୍ ଯବାନମାନେ ଇଭିଏମ୍ ଷ୍ଟ୍ରଙ୍ଗରୁମ ଜଗିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିଂସା ଓ ଗଣତି କେନ୍ଦ୍ରର ସୁରକ୍ଷାକୁ ଅତିରିକ୍ତ ୭୦ କମ୍ପାନୀ ସିଏପିଏଫ୍ ଫୋର୍ସ ଜଗିବେ । ଏହି ଫୋର୍ସ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ସେ କହିଛନ୍ତି । ନିର୍ବାଚନ ଜିତିବା ପରେ ପ୍ରାର୍ଥୀମାନଙ୍କ ସେଲିବ୍ରେସନ ଚାଲିବ । ରାଜଧାନୀ ସମେତ କିଛି ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀକୁ ଚିହ୍ନଟ କରାଯାଇଛି । ସେସବୁ ସ୍ଥାନରେ କୌଣସି ହିଂସା ଘଟିଲେ, ୧୭ କମ୍ପାନୀ ସିଏପିଏଫ୍ ଯବାନ ଆଇନ୍‌ଶୃଙ୍ଖଳା ସ୍ଥିତି ସମ୍ଭାଳିବେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami