ଚୀନରେ ଲକଡାଉନ୍ ପାଇଁ ସରକାର ବିରୋଧରେ ଅସନ୍ତୋଷ, ବାଲକୋନିରୁ ଆରମ୍ଭ ହେଲା ବିଦ୍ରୋହ

Above Post Content

ଚାଇନାର ସବୁଠୁ ବଡ଼ ସହର ସାଙ୍ଘାଇ ଗତ ୫ ତାରିଖରୁ ଲକଡାଉନରେ ଅଛି। ସହରର ୨ କୋଟି ୫୦ ଲକ୍ଷ ଲୋକ ନିଜ ଘର ଭିତରେ ବନ୍ଦି ହେବା ଭଳି ରହିଛନ୍ତି। କାହାରିକୁ ବି ବାହାରକୁ ଯିବାକୁ ଅନୁମତିନାହିଁ। କେବଳ କୋଭିଡ ଟେଷ୍ଟ ପାଇଁ ବାହାରକୁ ଯିବାକୁ ଅନୁମତି ରହିଛି। ଏପରିକି ଖାଦ୍ୟପେୟ ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବି ବାହାରକୁ ଯିବାକୁ ଅନୁମତି ଦିଆାଇନାହିଁ। ସମସ୍ତଙ୍କ ଘରକୁ ସରକାରଙ୍କ ତରଫରୁ ଖାଦ୍ୟସାମଗ୍ରୀ ଓ ଔଷଧ ଯୋଗାଇ ଦିଆଯାଉଛି। ଯାହା କି ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ ହୋଇଛି। ଚାଇନା ସରକାରଙ୍କର ଏହି କଡ଼ା ନିୟମକୁ ଲୋକମାନେ ବିରୋଧ କରିବା ବି ଆରମ୍ଭ କରିଦେଲେଣି।

ଝରକା ଓ ବାଲକୋନିରୁ ଚିଲାଇ ବିରୋଧ:

After 2nd paragraph post ads

ବନ୍ଦି ହୋଇ ଘରେ ରହିଥିବା ଲୋକ ଏବେ ଅଥୟ ହୋଇପଡ଼ିଲେଣିଖାଦ୍ୟ ସାମଗ୍ରୀ ଓ ଔଷଧ ଆବଶ୍ୟକ ଅନୁଯାୟୀ ନ ମିଳିବାରୁ ସେମାନେ ଘରର ଝରକା ଓ ବାଲକୋନିରୁ ଚିତ୍କାର କରୁଛନ୍ତି। ଯାହାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖନ୍ତୁ ଏହି ଭିଡିଓକୁ କିଭଳି ଚିତ୍କାର କରୁଛନ୍ତି ଏମାନେ। ସତେ ଯେମିତି ତ୍ରାହି ତ୍ରାହିର ରଡ଼ି ଛାଡ଼ୁଛନ୍ତି। ବାସ୍ତବରେ ଏମାନେ ଚିଲାଇ ଚିଲାଇ ସରକାରଙ୍କର ବିରୋଧ କରୁଛନ୍ତି। ଯାହାପରେ ଚାଇନା ସରକାର ଲୋକମାନଙ୍କୁ ଝରକା ନ ଖୋଲିବାକୁ ଓ ବାଲକୋନିକୁ ନ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଉପରେ ନଜର ରଖିବା ପାଇଁ ପ୍ରଶାସନ ଡ୍ରୋନ୍ ନିୟୋଜିତ କରିଛି।

Middle post content

କିନ୍ତୁ କିଛି ସ୍ଥାନରେ ସାହାସ ଦେଖାଇ ଶହ ଶହ ଲୋକ ପ୍ରଶାସନ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏବଂ ପ୍ରଶାସନର ‘ଡାଇନାମିକ-ଜିରୋ’ ଭଳି କଡ଼ା ନିୟମର ବିରୋଧ କରିଛନ୍ତି। ଆବଶ୍ୟକତା ଅନୁଯାୟୀ ଖାଦ୍ୟ ସାମଗ୍ରୀ ନ ମିଳିବାରୁ ମଧ୍ଯ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଡାକ୍ତରଙ୍କ ଉପରେ ବଢ଼ୁଛି କାର୍ଯ୍ୟ ଚାପ:

ସାଙ୍ଘାଇରେ ବର୍ତ୍ତମାନ ଦିନକୁ ୨୫ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତିକୋରୋନାର ବଡ଼ୁଥିବା ମାମଲା ଡାକ୍ତରଙ୍କ ଉପରେ ଅଧିକ ପ୍ରଭାବ ପକାଉଛି। ଗୋଟିଏ ପଟେ, ସମଗ୍ର ସାଂଘାଇ ଏପ୍ରିଲ୍ ୧ ରୁ ସମ୍ପୂର୍ଣ୍ଣ ବନ୍ଦ ଅବସ୍ଥାରେ ଥିବାବେଳେ ଚାଇନାର ବିଭିନ୍ନ ସ୍ଥାନରୁ ଡାକ୍ତରମାନଙ୍କୁ ସାଂଘାଇକୁ ପଠାଯାଉଛି। ଯାହାଦ୍ୱାରା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ। ଏଭଳି ପରିସ୍ଥିତିରେ ଅନେକ ଡାକ୍ତରଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ଯ ସାମ୍ନାକୁ ଆସୁଛି। ଏହାରି ଭିତରେ ଆଉଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଡାକ୍ତର ତାଙ୍କ ଡ୍ୟୁଟି ସମୟରେ ବେହୋଶ ହେଇପଡ଼ୁଛନ୍ତି । ଆଉ ତାଙ୍କୁ ରୋଗୀମାନେ ଉଠାଇ ନେଇ ଆଇଶୋଲେଶନ ସେଣ୍ଟରକୁ ନେଇ ଯାଉଛନ୍ତି।

ଚାଇନାର ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସାରା ଦୁନିଆର ଚିନ୍ତା ବଢ଼ିଯାଇଛି । କାରଣ ଲଗାତାର ୨ ବର୍ଷ କରୋନା ତାଣ୍ଡବ ରଚିଲା ପରେ ବର୍ତ୍ତମାନ ପ୍ରାୟ ସବୁ ଦେଶରେ କୋଭିଡ ମାମଲା କମିବାରେ ଲାଗିଛି। ତେବେ ଏଭଳି ପରିସ୍ଥିତିରେ ପୁଣିଥରେ ଚାଇନାରେ କୋଭିଡ ମାମଲା ବଢ଼ିବା ସାରା ବିଶ୍ୱ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ନିଶ୍ଚୟ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami