ଚୀନର ୧୦ ଦିନିଆ କୁକୁର ମାଂସ ଭୋଜି,କରୋନା ଭଳି ଆଉ ଗୋଟିଏ ମହାମାରୀକୁ ନିମନ୍ତ୍ରଣ ?

Above Post Content

ଡଗ୍ ମିଟ୍ ଫେଷ୍ଟିଭାଲ

କରୋନା ଭୂତ ଏବେ ମଧ୍ୟ ଦୁନିଆ ପଛରେ ପଡିଛି । ପୁରା ଦୁନିଆ କରୋନା ଆତଙ୍କରେ ଆତଙ୍କିତ ଥିବା ବେଳେ କରୋନାର ପିତୃଦେଶ ଚୀନରେ ଆରମ୍ଭ ହୋଇଯାଇଛି ୧୦ ଦିନିଆ କୁକୁର ମାଂସ ଭୋଜି । ଏହି ୭ ଦିନ ଭିତରେ ଚୀନର ବଜାରରେ କୁକୁର ମାଂସକୁ ନେଇ କିସମ କିସମର ଖାଦ୍ୟ ଉପଲବ୍ଧ ହେବ । ଆଉ ହଜାର ହଜାର କୁକୁର ବଳି ପଡିବେ । ପଶୁ ଅଧିକାର ସଂଗଠନ ତରଫରୁ ଏନେଇ ଆୱାଜ ଉଠାଯାଉଥିଲେ ମଧ୍ୟ ଚୀନ କାନରେ ଏହି ସ୍ୱର ପଡୁନି । ବାଦୁଡି ମାଂସରୁ କରୋନା ବ୍ୟାପିଥିବା କୁହାଯାଉଥିବା ବେଳେ ଚୀନରେ କିନ୍ତୁ ଆଗକୁ ବେଧଡକ ବିକ୍ରି ହେବ କୁକୁର ମାଂସ । ନିକଟରେ ଚୀନରେ ଗୋଟିଏ ଟ୍ରକରୁ ୭୦ କୁକୁରଙ୍କ ଉଦ୍ଧାର କରାଯାଇଥିଲା । ଏହି କୁକୁର ଭାଗ୍ୟବାନ ଥିଲେ, ହାଣ ମୁହଁରୁ ବଂଚି ଯାଇଥିଲେ । କିନ୍ତୁ ସବୁ କୁକୁର ନୁହନ୍ତି । ହଜାର ହଜାର କୁକୁର ବଜାରରେ ବିକ୍ରି ହେବାକୁ ପହଂଚି ସାରିଛନ୍ତି ।

After 2nd paragraph post ads

କୁକୁର ମାଂସକୁ ଆଧ୍ୟତ୍ମିକତା ସହ ଯୋଡନ୍ତି ଚୀନ୍ ବାସୀ

୩୦ ଜୁନ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ଡଗ୍ ମିଟ୍ ଫେଷ୍ଟିଭାଲ ଚୀନର ଆଧିକାରିକ ଉତ୍ସବ ନୁହେଁ । କିନ୍ତୁ ଏହାର ଲୋକପ୍ରିୟତା ବେସ ଅଧିକ । ଚୀନର ୟୁଲିନ୍ ପ୍ରଦେଶରେ ହେଉଥିବା ଏହି ବାର୍ଷିକ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୁଅନ୍ତି । ଅନେକ ପ୍ରକାରର ମାଂସ ଖାଉଥିବା ଚୀନରେ କୁକୁର ମାଂସକୁ ‘ମଟନ୍ ଅଫ୍ ଆର୍ଥ’ ବୋଲି କୁହାଯାଇଥାଏ । ଚୀନବାସୀଙ୍କ ବିଶ୍ୱାସ ଯେ, କୁକୁର ମାଂସରେ ଆଧ୍ୟାତ୍ମିକ ଶକ୍ତି ରହିଛି । କୁକୁର ମାଂସ ଖାଇଲେ ଜଣେ ଇଶ୍ୱରଙ୍କ ନିକଟତର ହୋଇ ପାରିବ ବୋଲି ବିଶ୍ୱାସ ରହିଛି । କୁକୁର ମାଂସ କେବଳ ଆତ୍ମା ନୁହେଁ ଶରିରକୁ ମଧ୍ୟ ସୁସ୍ଥ ରଖେ ବୋଲି ଚୀନର ଧାରଣା ପ୍ରଚଳିତ । ଲୁଣିଆ କୁକୁର ମାଂସ ଠାରୁ ମିଠା କୁକୁର ମାଂସ ଏହିଭଳି କୁକୁର ମାଂସରେ ତିଆରି ଅନେକ ଖାଦ୍ୟ ଏହି ଉତ୍ସବରେ ମିଳିଥାଏ

ଲିଚୁ ଓ ଦେଶୀ ମଦର ଉତ୍ସବ

ୟୁଲିନରେ ହେଉଥିବା ଏହି ଉତ୍ସବକୁ ଲିଚୁ ଓ କୁକୁର ମାଂସ ଉତ୍ସବ ବୋଲି ମଧ୍ୟ କୁହାଯାଏ । ଏହି ଫୁଡ୍ ଫେଷ୍ଟିଭାଲରେ କୁକୁର ମାଂସ ସହିତ ଲିଚୁ ଓ ମଦ ପରିବେଷଣ ହୋଇଥାଏ । ଯଦି କୌଣସି ଗ୍ରାହକ ଚାହିଁବେ ତେବେ ଜୀବନ୍ତ କୁକୁରକୁ ଘରକୁ ନେଇ ମାରି ଖାଇ ପାରିବେ ।

Middle post content

କେତେ କ୍ରୁର ରୋଷେଇ ତରିକା

ଐତିହାସିକଙ୍କ ଅନୁସାରେ ଚୀନରେ ୭ ହଜାରରୁ ଅଧିକ ବର୍ଷ ଧରି କୁକୁର ମାଂସ ଖିଆ ହେଉଛି । କୁକୁର ମାଂସ ରୋଷେଇ କରିବାର ଅନେକ ଉପାୟ ରହିଥିବା ବେଳେ ଗୋଟିଏ ତରିକା ଅତ୍ୟନ୍ତ କ୍ରୁର ଓ ଅମାନବୀୟ । ଏହାକୁ ପ୍ରେସଡ୍ ଡଗ୍ ରେସିପି କୁହନ୍ତି । ଏଥିରେ କୁକୁରର ଚମଡା ଜୀବନ୍ତ ଉତୁରା ଯାଇଥାଏ । କୁକୁରକୁ ପିଟିକରି ରାତି ସାରା ତାକୁ ମ୍ୟାରିନେଟ୍ କରାଯିବା ପରେ ରୋଷେଇ ହୋଇଥାଏ । ଏଥିପାଇଁ ଚୀନ୍ ସହିତ ଅଲଗା ଦେଶରୁ ଚୋରାରେ କୁକୁର ଆମଦାନୀ ହୋଇଥାନ୍ତି

ବର୍ଷକୁ ଲକ୍ଷାଧିକ କୁକୁର ଖାଆନ୍ତି ଚୀନବାସୀ

କୁକୁରକୁ ଗୋଟିଏ ଜାଗାରେ ଜମା କରି ସେମାନଙ୍କୁ ଛୋଟଛୋଟ ପିଂଜରାରେ ବନ୍ଦ କରାଯାଏ । ଫେଷ୍ଟିଭାଲ କାଳରେ ସେମାନଙ୍କୁ ପିଂଜରାରୁ ବାହାର କରି ହତ୍ୟା କରାଯାଇଥାଏ । କେବଳ ଏହି ଫେଷ୍ଟିଭାଲ କାଳରେ ୧୦ ହଜାରରୁ ଅଧିକ କୁକୁରଙ୍କୁ ହତ୍ୟା କରାଯାଇଥାଏ । ଅନ୍ୟପକ୍ଷରେ ବର୍ଷକୁ ଚୀନରେ ଏକ ଲକ୍ଷରୁ ଅଧିକ କୁକୁରଙ୍କୁ ମାଂସ ପାଇଁ ହତ୍ୟା କରାଯାଇଥାଏ ।

କେବେ ଆରମ୍ଭ ହୋଇଥିଲା ଡଗ୍ ମିଟ୍ ଫେଷ୍ଟିଭାଲ୍ ?

୨୦୧୦ରୁ ଏହି ଫେଷ୍ଟିଭାଲ ଆରମ୍ଭ ହୋଇଥିଲା । ଏଥିରେ ଭାଗ ନେବାକୁ ଦୂରଦୂରାନ୍ତରୁ ଲୋକ ଆସିଥାନ୍ତି । ଏପରିକି ୟୁଲିନର ସବୁ ହୋଟେଲ ଏହି ସମୟରେ ବୁକ୍ ଥାଏ । କୁହାଯାଉଛି ଯେ, ଏହି ଉତ୍ସବର କୌଣସି ପ୍ରାଚୀନ ପରମ୍ପରା ନାହିଁ । ଗରମ ଦିନେ ମାଂସ ବିକ୍ରି କମିଯିବାରୁ ଦଶ ବର୍ଷ ତଳେ କିଛି ଚାଲାକ ବ୍ୟବସାୟୀ ଏହି ଉତ୍ସବ ଆରମ୍ଭ କରିଥିଲେ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami