![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର: ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଲା ପିଜିଆଇଏମ୍ଇଆର ଆଣ୍ଡ୍ କ୍ୟାପିଟାଲ ହସ୍ପିଟାଲ । ଓଡ଼ିଶାର ୧ ନମ୍ୱର ଡାକ୍ତରଖାନା ଭାବେ ସାରା ଭାରତବର୍ଷରେ ସମ୍ମାନ ସାଉଁଟିଲା କ୍ୟାପିଟାଲ ହସ୍ପିଟାଲ । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଜାତୀୟ ଗୁଣାତ୍ମକ ଆସ୍ୟୁରାନ୍ସ୍ ଷ୍ଟାଣ୍ଡାର୍ଡ (ଏନ୍କ୍ୱାସ୍) ତରଫରୁ କ୍ୱାଲିଟି ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ତେବେ ଓଡ଼ିଶାର ସମସ୍ତ ଡାକ୍ତରଖାନା ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲକୁ ନମ୍ୱର ୱାନ ହସ୍ପିଟାଲ ଭାବେ ବିବେଚନା କରାଯାଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ୭୦ ଲକ୍ଷ ଟଙ୍କାର ପୁରସ୍କାର
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଏନ୍କ୍ୱାସ୍ ଟିମ୍ ୩ ଦିନ ଧରି କ୍ୟାପିଟାଲ ହସ୍ପିଟାଲରେ ଥିବା ୧୮ଟି ବିଭାଗକୁ ବିସ୍ତୃତ ଭାବେ ଯାଞ୍ଚକରିଥିଲେ । ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଅସ୍ତ୍ରୋପଚାର, ରୋଗୀଙ୍କ ସୁରକ୍ଷା, ଜୀବାଣୁ ମୁକ୍ତ ପରିବେଶ, ମାନବସମ୍ୱଳ ଏବଂ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ବିଷୟ ଉପରେ ତଦାରଖ କରିଥିଲେ । ଏହି କ୍ଷେତ୍ରରେ ଉତ୍ତମ ବ୍ୟବସ୍ଥା ମିଳୁଥିବାରୁ ଏନ୍କ୍ୱାସ ଟିମ୍ ସନ୍ତୁଷ୍ଟ ହୋଇ ମାର୍କ ପ୍ରଦାନ କରିଥିଲା । ତେବେ ସମସ୍ତ ବ୍ୟବସ୍ଥାକୁ ତଦାରଖ କରି ‘ଏନ୍କ୍ୱାସ୍’ ତରଫରୁ କ୍ୟାପିଟାଲ ହସ୍ପିଟାଲକୁ ସାମଗ୍ରିକ ଭାବେ ୮୮ ପ୍ରତିଶତ ମାର୍କ ଦେଇଥିଲା ।ଏନ୍କ୍ୱାସ ସାର୍ଟିଫିକେଟ୍ ଲାଗି କ୍ୟାପିଟାଲ ହସ୍ପିଟାଲକୁ ୭୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ପ୍ରତି ବେଡ୍ ପିଛା ୧୦ହଜାର ଲେଖାଏଁ ଅର୍ଥ ରାଶି ମିଳିବ । ଏହାର ୮୦ ପ୍ରତିଶତ ଅର୍ଥ ଆରକେଏସ୍ ଯୋଜନାରେ ଖର୍ଚ୍ଚ କରାଯିବ । ଆଉ ୨୦ ପ୍ରତିଶତ ଅନ୍ୟ କ୍ଷେତ୍ରରେ ଖର୍ଚ୍ଚ କରାଯିବ । ଏହି ଅର୍ଥରେ ଭିତ୍ତିଭୂମି ଉନ୍ନତି କରାଯିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ଲାଗି ପୁରସ୍କାର ଦିଆଯିବ । ହସ୍ପିଟାଲ ଏନ୍କ୍ୱାସ ସାର୍ଟିଫିକେଟ୍ ବ୍ୟତୀତ ‘ଲକ୍ଷ୍ୟ’ ଓ ‘କାୟାକଳ୍ପ’ ପୁରସ୍କାର ମଧ୍ୟ ହାସଲ କରିଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)