ଅଜବ ପ୍ରକାରର ମାସ୍କ ‘ମାଇକ୍ ଓ ସ୍ପିକର’

Above Post Content

ଅନେକ ସମୟରେ ନିଜର ନିଆରା ଆବିଷ୍କାର ଯୋଗୁ ଲୋକେ ପ୍ରସିଦ୍ଧ ହୋଇଯାଆନ୍ତି। କେରଳର ଥ୍ରୀସୁର ଜିଲ୍ଲାରେ ବିଟେକ ପ୍ରଥମ ବର୍ଷର ଜଣେ ଛାତ୍ର ଏକ ଅଜବ ପ୍ରକାରର ମାସ୍କ ପ୍ରସ୍ତୁତ କରିଛନ୍ତି । କେଭିନ ଜ୍ୟାକବ ନାମକ ଏହି ଛାତ୍ର ନିଆରା ତରିକା ଆପଣାଇ ଏହି ମାସ୍କ ତିଆରି କରିଛନ୍ତି, ଯେଉଁଥିରେ ଲୋକଙ୍କୁ ନା ନିଶ୍ୱାସ ନେବାରେ କଷ୍ଟ ହେବ ନା କହିବାରେ କିଛି ସମସ୍ୟା ଉପୁଜିବ।

Middle post content

ଜ୍ୟାକବ ତିଆରି କରିଥିବା ଏହି ମାସ୍କରେ ରହିଛି ଏକ ମାଇକ୍ ଓ ସ୍ପିକର, ଯଦ୍ଦ୍ୱାରା କି, ଏହି ମହାମାରୀ ସମୟରେ ଲୋକେ ମାସ୍କ ପିନ୍ଧି ଅତି ସହଜରେ କଥା ହୋଇପାରିବେ ଏବଂ ଆପଣଙ୍କ କଥା ଅନ୍ୟ ପାଖରେ ସହଜରେ ପହଞ୍ଚି ପାରିବ।

After 2nd paragraph post ads

ଏ ନେଇ ଜ୍ୟାକବ ଗଣମାଧ୍ୟମକୁ କହିଛନ୍ତି, ‘ମୋ ବାପା, ମାଆ ଉଭୟ ଡାକ୍ତର । ସେମାନେ କୋଭିଡ ଆରମ୍ଭରୁ ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସେମାନଙ୍କ ସହ କଥା ହେଉଛନ୍ତି। ଏହି ଘଟଣା ଦେଖି ମୋ ମନକୁ ଏକ ଆଇଡିଆ ଆସିଥିଲା ଏବଂ ମୁଁ ଏହି ମାସ୍କ ବନାଇବାରେ ଲାଗି ପଡ଼ିଥିଲି’। ସେ ଆହୁରି କହିଥିଲେ ଯେ ‘ମୁଁ ୫୦ରୁ ଅଧିକ ଏମିତି ଉପକରଣ ପ୍ରସ୍ତୁତ କରିଛି, ଯାହାର ଉପଯୋଗ ପୂରା ଦକ୍ଷିଣ ଭାରତରେ ଡାକ୍ତରମାନେ କରୁଛନ୍ତି’

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami