କଂଗ୍ରେସକୁ ନୂଆ ଜୀବନ ଦେଲେ ରାହୁଲ-ପ୍ରିୟଙ୍କା

Above Post Content

ନୂଆଦିଲ୍ଲୀ: କଂଗ୍ରେସକୁ ନୂଆ ଜୀବନ ଦେଲେ ଭାଇ-ଭଉଣୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କଂଗ୍ରେସକୁ ଦେଇଛନ୍ତି ନୂଆ ଜୀବନ । ଉଭୟଙ୍କ ସୁଚିନ୍ତିତ ରଣନୀତି ଏବଂ ମାରାଥନ ପ୍ରଚାର ପାଇଁ କଂଗ୍ରେସ ଚଳିତ ନିର୍ବାଚନରେ କମାଲ କରିଛି । କଂଗ୍ରେସ ଚଳିତ ନିର୍ବାଚନରେ ୯୯ ଆସନରେ ଜିତିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା , ନ୍ୟାୟ ଯାତ୍ରା ଓ ପ୍ରିୟଙ୍କା ନିର୍ବାଚନ ନ ଲଢ଼ି ଦଳ ପାଇଁ ପ୍ରଚାର ମଙ୍ଗ ଧରିବା ଦ୍ୱାରା ଏହା ଦଳ ପାଇଁ ବେଶ୍ ଲାଭଦାୟକ ହୋଇଛି । ନିର୍ବାଚନ ପ୍ରଚାର ସମୟରେ ଥରେ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଥିଲେ ଯେ ଯଦି କଂଗ୍ରେସ ନିର୍ବାଚିତ ହୁଏ ତେବେ ଏହା ମୁସଲମାନଙ୍କ ମଧ୍ୟରେ ଦେଶର ସମ୍ପତ୍ତିକୁ ପୁର୍ନବଣ୍ଟନ କରିଦେବ । ଦଳ ତୁମ ମଙ୍ଗଳସୁତ୍ରକୁ ବି ଛାଡ଼ିବନି ବୋଲି ମୋଦୀ କହିଥିଲେ । ଏହାର କଡ଼ା ଜବାବ ଦେଇ ପ୍ରିୟଙ୍କା ଗାନ୍ଧୀ କହିଥିଲେ ମା’ ସୋନିଆ ଗାନ୍ଧୀ ଦେଶ ପାଇଁ ତାଙ୍କ ମଙ୍ଗଳସୂତ୍ରକୁ ତ୍ୟାଗ କରିଦେଲେ । ପ୍ରିୟଙ୍କା କହିଥିଲେ, ଯୁଦ୍ଧ ସମୟରେ ମୋ ଜେଜେ ମା’ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶକୁ ତାଙ୍କ ସୁନା ଦେଇଥିଲେ ଏବଂ ମୋ ମା’ ଦେଶ ପାଇଁ ତାଙ୍କ ମଙ୍ଗଳସୁତ୍ର ତ୍ୟାଗ କରିଦେଇଛନ୍ତି । ପ୍ରିୟଙ୍କା ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ଇଙ୍ଗିତ କରି ଏହି ଟିପ୍ପଣୀ ଦେଇଥିଲେ ।

Middle post content

ଦୃଷ୍ଟି ଆଢ଼ୁଆଳରେ ରହି କାମ କରୁଥିଲେ ପ୍ରିୟଙ୍କା

After 2nd paragraph post ads

ରାହୁଲ ଗାନ୍ଧୀ ତାଙ୍କ ପ୍ରଚାର ଉପରେ ଫୋକସ୍ କରିଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଦୃଷ୍ଟି ଆଢ଼ୁଆଳରେ ରହି ନିରବରେ କାମ କରୁଥିଲେ । ପ୍ରିୟଙ୍କା ଦରବୃଦ୍ଧି ଏବଂ ବେକାରୀ ସମସ୍ୟା ନେଇ ବିଜେପିକୁ ଘେରିଥିଲେ । ରାହୁଲ କନ୍ୟାକୁମାରୀରୁ କାଶ୍ମୀର ଏବଂ ମଣିପୁରରୁ ମୁମ୍ବାଇ ୨ଟି ପଦଯାତ୍ରା କରିଥିଲେ । ସେ ତୃଣମୂଳ ସ୍ତରରେ ଚାଷୀ, ଟ୍ରକ୍ ଡ୍ରାଇଭର, ଛାତ୍ରଛାତ୍ରୀ, କୁଲି ଏବଂ ମେକାନିଙ୍କ ସହ କଥା ହୋଇଥିଲେ । ପ୍ରିୟଙ୍କା ଚଳିତ ଥର ଆମେଥି ଏବଂ ରାଏବରେଲିରେ ଜୋରଦାର ପ୍ରଚାର କରିଥିଲେ । ପ୍ରିୟଙ୍କା ୧୦୮ ସାଧାରଣ ସଭା ଏବଂ ବୈଠକ କରିଥିଲେ । ପ୍ରିୟଙ୍କା ହିମାଚଳପ୍ରଦେଶର ସୋଲନରେ ଏକ ବିଶାଳ ରୋଡସୋ କରି ନିର୍ବାଚନ ପ୍ରଚାର ଶେଷ କରିଥିଲେ । ୫୫ ଦିନର ନିର୍ବାଚନ ପ୍ରଚାର ମଧ୍ୟରେ ପ୍ରିୟଙ୍କା ମଧ୍ୟ ଆମେଥି ଏବଂ ରାଏବରେଲିରେ ୨ ଥର କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami