![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ସମସ୍ତ ଇ-କମର୍ସ କମ୍ପାନୀମାନଙ୍କୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ହେଲ୍ଦି ଡ଼୍ରିଙ୍କ୍ସରୁ ହଟାଇଛି ବୋର୍ନଭିଟା । ବୋର୍ନଭିଟା ପରି ସମସ୍ତ ପାନୀୟକୁ “ସ୍ୱାସ୍ଥ୍ୟ ପାନୀୟ” ଶ୍ରେଣୀରୁ ହଟାଇବା ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ କହିଛି ଯେ, ସମସ୍ତ ଇ-କମର୍ସ କମ୍ପାନୀଗୁଡିକ ସେମାନଙ୍କ ପ୍ଲାଟଫର୍ମରେ ବୋର୍ନଭିଟା ସମେତ ଏହି ପରି ଅନ୍ୟାନ୍ୟ ପାନୀୟକୁ ୱେବସାଇଟର ସୁସ୍ଥ ପାନୀୟ ବର୍ଗରୁ ହଟାଇବା ଉଚିତ୍ ।
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶାବଳୀ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)ର ଯାଞ୍ଚ ପରେ ଜାରି କରିଛି । ବାସ୍ତବରେ ଏନସିପିସିଆର ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ଅନୁଯାୟୀ ଏପରି କୌଣସି ସ୍ୱାସ୍ଥ୍ୟ ପାନୀୟ ନାହିଁ । ଏପରି ପରିସ୍ଥିତିରେ, ସମସ୍ତ ଇ-କମର୍ସ କମ୍ପାନୀ ଓ ପୋର୍ଟାଲଗୁଡିକୁ ବୋର୍ନଭିଟା ସମେତ ଏହିପରି ଅନ୍ୟାନ୍ୟ ପାନୀୟକୁ ସେମାନଙ୍କ ପ୍ଲାଟଫର୍ମର ସୁସ୍ଥ ପାନୀୟ ବର୍ଗରୁ ହଟାଇବାକୁ ପରାମର୍ଶ ଦିଆଯାଇଛି । ଏହାପୂର୍ବରୁ ଏନସିପିସିଆର ସ୍ୱାସ୍ଥ୍ୟପେୟ ବୋର୍ନଭିଟା ନିର୍ମାତା ମୋଣ୍ଡଲେଜ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସହିତ ଯୋଗାଯୋଗ କରିଥିଲା । ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବାକୁ ଏବଂ ଯେକୌଣସି ‘ବିଭ୍ରାନ୍ତକାରୀ’ ବିଜ୍ଞାପନ ଏବଂ ପ୍ୟାକେଜିଂ ଲେବଲ୍ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲା । ଦୁଗ୍ଧ ସପ୍ଲିମେଣ୍ଟରେ ଅଧିକ ଚିନି ଥିବା ଅଭିଯୋଗକୁ ନେଇ ବିବାଦ ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)