![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭୁବନେଶ୍ୱର:ରାଜ୍ୟ ବିଜେପିକୁ ମିଳୁନି ପ୍ରାର୍ଥୀ । ଏପରି କହି ରାଜ୍ୟ ବିଜେପିକୁ କଟାକ୍ଷ କରିଛି ବିଜେଡ଼ି । ସୋମବାର ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର କହିଛନ୍ତି କି, ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି । ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି । ବାସ୍ତବ ହେଲା, ୮୦ ଆସନ ପାଇଁ ବି ପ୍ରାର୍ଥୀ ମିଳୁନି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଗାଁରେ ପ୍ରାର୍ଥୀ ଖୋଜୁଛି ବିଜେପି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ବିଜେଡି ମୁଖପାତ୍ର ଆହୁରି କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ୮୦ ଆସନ ଜିତି ସରକାର ଗଢିବ ବୋଲି ବିଜେପି କହିଥିଲା । ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ନୁହନ୍ତି । ଏହା ଓଡିଶା ବିଜେପିର ଅସଲ ସ୍ଥିତି । ଓଡ଼ିଶା ବିଜେପି ନେତା କହିଥିଲେ, ଜିଲ୍ଲାକୁ ଜିଲ୍ଲା ନେତା ଯାଇଛନ୍ତି । ପ୍ରାର୍ଥୀ ଖୋଜା ହୋଇଛି, ହେଲେ ଏଯାଏଁ ଘୋଷଣା କରି ପାରିଲେ ନାହିଁ । ଓଡ଼ିଶା ବିଜେପି ପାଖରେ ପ୍ରାର୍ଥୀ ନ ଥିବାରୁ, ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରୁ ଟିକେଟ ପାଉଥିବା ନେତା, ଅପରାଧୀ ରେକର୍ଡ ନେତାଙ୍କୁ ନିଜ ଦଳକୁ ଆପଣାଇ ନେଉଛନ୍ତି । ଯେବେ ଏହି ତାଲିକା ଭରିବ, ସେତେବେଳେ ଘୋଷଣା କରିବେ । ଗାଁ ଗଣ୍ଡାରେ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ବିଜେପି । ବସଷ୍ଟାଣ୍ଡ, ରେଳ ଷ୍ଟେଶନରୁ ପ୍ରାର୍ଥୀ ଖୋଜୁଛନ୍ତି । ଲୋକେ ଜାଣି ସାରିଲେଣି ଯେ ତାଙ୍କ ପାଖରେ ପ୍ରାର୍ଥୀ ନାହିଁ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)