ଶପଥ ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Above Post Content

ଭୁବନେଶ୍ୱର : ଦେଶରେ ପୁଣିଥରେ ଏନଡିଏ ସରକାର ଗଠନ କରିଛି। ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବା ପରେ ରବିବାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀଶପଥ ଗ୍ରହଣ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ଦେଶବାସୀଙ୍କ ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସଫଳ ହେବା ନେଇ ମୋଦୀ ଓ ତାଙ୍କ ପୂରା ଟିମକୁ ସେ ଶୁଭକାମନା ଜଣାଇଛନ୍ତି । ଏଥିସହ ଦେଶର ଉନ୍ନତି କାମନା କରିଛନ୍ତି ନବୀନ । ସେହିପରି ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଦେଶବାସୀ ଓ ଓଡ଼ିଶାବାସୀଙ୍କ ପାଇଁ କାମ କରିବାକୁ କହିଛନ୍ତି ନବୀନ । ଅନ୍ୟପଟେ ନବୀନଙ୍କ ଶୁଭେଚ୍ଛାର ପ୍ରତିଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଆପଣଙ୍କ ଭଳି ଷ୍ଟେଟସମ୍ୟାନ ଉତ୍ସାହିତ କରିବା ମୋ ପାଇଁ ବହୁତ ଗୁରୁତ୍ୱ ବହନକରେ । ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ କାମ କରିବୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami