ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଅନୁରୋଧ

Above Post Content

ଭୁବନେଶ୍ୱର: ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ନେଇ ଅରୁଚିକର ଖବର ପ୍ରସାରଣ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛି ବିଜେଡ଼ି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ହେଲେ କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଓ ବିଭ୍ରାନ୍ତିକର ଖବର ବାରମ୍ବାର ପ୍ରସାରଣ କରୁଛନ୍ତି । ଏପରି ଅରୁଚିକର ଓ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ସମ୍ପୃକ୍ତ ଗଣମାଧ୍ୟମକୁ ଅନୁରୋଧ କରିଛି ବିଜେଡି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ସେ ଆହୁରି କହିଛନ୍ତି, କୌଣସି ଦଳର ନେତା ବା ନେତୃବୃନ୍ଦ କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ ସୂଚନା ଦେଇ ଯିବାର କୌଣସି ପ୍ରାବଧାନ ବା ନିୟମ ନାହିଁ । ତେଣୁ ଦୟାକରି ସମ୍ପୃକ୍ତ ଗଣମାଧ୍ୟମ ଏପରି ଖବର ପ୍ରସାରଣରୁ ବିରତ ରହିବାକୁ ଅନୁରୋଧ କରୁଛୁ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami