ୟୁକ୍ରେନକୁ ଟେକ୍ କମ୍ପାନୀଙ୍କ ସାହାଯ୍ୟ, ଗୁଗଲ ଭଳି କମ୍ପାନି ଲଢୁଛନ୍ତି ଋଷ ବିରୋଧରେ ଯୁଦ୍ଧ

Above Post Content

ଋଷିଆ-ୟୁକ୍ରେନ୍ ଯୁଦ୍ଧ ସମୟରେ ଓ୍ୱେଷ୍ଟର୍ଣ୍ଣ ଓ୍ୱାର୍ଲଡ ଋଷିଆ ବିରୁଦ୍ଧରେ ଏକ ନିଷ୍ପତ୍ତିମୂଳକ ପନ୍ଥା ଆପଣାଇଛି । କେବଳ ସରକାର ନୁହଁନ୍ତି ବରଂ ବିଗ୍ ଟେକ୍ କମ୍ପାନି ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ଯାହା ଋଷ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ।

ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କିଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଋଷିଆକୁ ଜବାବ ଦେବାପାଇଁ ଅଣ୍ଟା ଭିଡ଼ିଛନ୍ତି । ଋଷ୍ ସେନା ବିରୋଧରେ ଯୁଦ୍ଧ ଲଢ଼ିବାକୁ ବିଦେଶରେ ଥିବା ନିଜ ଦେଶର ନାଗରିକଙ୍କୁ ଅନୁରୋଧ କରିଛନ୍ତି ଜେଲେଂସ୍କି ଏବଂ କିଛି ମାତ୍ରାରେ ସଫଳତା ମଧ୍ୟ ହାସଲ କରିଛନ୍ତି । ଅନେକ ୟୁକ୍ରେନୀୟ ବିଦେଶରୁ ଫେରି ବନ୍ଧୁକ ଧରିଛନ୍ତି

After 2nd paragraph post ads

ପାଶ୍ଚାତ୍ୟ ଦେଶ ଗୁଡ଼ିକ ବ୍ୟତୀତ ବିଗ୍ ଟେକ୍ କମ୍ପାନି ୟୁକ୍ରେନର ଏଭଳି ଦୁର୍ଦ୍ଦିନରେ ଛିଡ଼ା ହୋଇ ଋଷିଆ ପାଇଁ ସମସ୍ୟା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ଇଣ୍ଟରନେଟର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଆଗେଇ ଆସିଛି SpaceX:

ଟ୍ୱିଟରରେ କରାଯାଇଥିବା ଏକ ଅନୁରୋଧ ରଖିଛନ୍ତି ଏଲନ ମସ୍କଋଷର ସାଇବର ଆଟାକରେ ୟୁକ୍ରେନରେ ଇଣ୍ଟରନେଟ୍ ବନ୍ଦ ହୋଇଯାଇଥିଲା । ଏହି ସମୟରେ ୟୁକ୍ରେନ୍ ଉପ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ପଢି ଏଲନ୍ ମସ୍କ ୟୁକ୍ରେନ ପାଇଁ ତ୍ରାଣକର୍ତ୍ତା ଭାବେ ଉଭା ହୋଇଥିଲେ ସ୍ପେସଏକ୍ସ ମାଲିକ ଏଲନ ମସ୍କ । ୟୁକ୍ରେନରେ ବନ୍ଦ ପଡିଥିବା ଇଣ୍ଟରନେଟ୍ ସ୍ପେସଏକ୍ସ ପାଇଁ ପୁଣି ଚାଲୁ ହୋଇଛି

ଋଷିଆରେ ସମସ୍ତ ବିକ୍ରି ବନ୍ଦ କରିଦେଇଛି ଆପଲ:

ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ପ୍ରଥମ ପର୍ଯ୍ୟାୟରେ ଆପଲ ଋଷିଆରେ ସମସ୍ତ ବିକ୍ରି ବନ୍ଦ କରିଦେଇଛି ଆପଲ ମ୍ୟାପରେ ଟ୍ରାଫିକ୍ ଏବଂ ଲାଇଭ୍ ଦୁର୍ଘଟଣା ଅପଡେଟ୍ ମଧ୍ୟ ଦେଖିପାରିବେ ନାହିଁ ଋଷ୍ ବାସୀ । କେବଳ ସେତିକି ନୁହେଁ ଋଷିଆରେ ଆପ୍ ଷ୍ଟୋରକୁ ମଧ୍ୟ ବନ୍ଦ କରି ଦେଇଛି ଆପଲ । ଏହାକୁ ବାଦ୍ ଦେଲେ RT ଏବଂ Sputnik AAPକୁ ଆପ୍ ଷ୍ଟୋରରୁ ହଟାଇ ଦେଇଥିବା କହିଛି ଆପଲ ।

Middle post content

ଆଲର୍ଟ କରୁଛି ମାଇକ୍ରୋସଫ୍ଟ:

ମାଇକ୍ରୋସଫ୍ଟର କହିବା ହେଉଛି ୟୁକ୍ରେନ ବିରୁଦ୍ଧରେ ସାଇବର ଆଟାକ୍ ବାବଦରେ ଚିହ୍ନଟ ଏବଂ ସତର୍କ କରାଇବା ପାଇଁ ମାଇକ୍ରୋସଫ୍ଟ ଅନବରତ ଚେଷ୍ଟା କରୁଛି । ଆପଲ ଭଳି ମାଇକ୍ରୋସଫ୍ଟ ମଧ୍ୟ ଆପ୍ ଷ୍ଟୋରରୁ RT ଏବଂ Sputnikକୁ ହଟାଇ ଦେଇଛି

ଅପପ୍ରଚାରକୁ ହ୍ରାସ କରୁଛନ୍ତି ମେଟା, ଟ୍ୱିଟର ଏବଂ ୟୁଟ୍ୟୁବ୍:

ମେଟା, ଟ୍ୱିଟର ଏବଂ ୟୁଟ୍ୟୁବ୍ ଋଷିଆର ଅପପ୍ରଚାର ଅଭିଯାନକୁ ହ୍ରାସ କରିବା ପାଇଁ ସାହାଯ୍ୟ କରୁଛନ୍ତି । ଯେପରିକି ଋଷିଆର ବିଜ୍ଞାପନ ଉପରେ କଟକଣା ଲଗାଯାଇଛି । ଏଗୁଡ଼ିକୁ ବାଦ୍ ଦେଲେ ଆଉ ଗୋଟିଏ ପାଦ ଆଗକୁ ଯାଇଛି ୟୁଟ୍ୟୁବ୍ୟୁଟ୍ୟୁବ୍ ଋଷିଆର ବିଜ୍ଞାପନକୁଡ଼ିକୁ ଡିମନିଟାଇଜ୍ କରିଦେଇଛି ।

ଲାଇଭ୍ ଟ୍ରାଫିକକୁ ଅକାମି କରି ଦେଇଛି ଗୁଗଲ:

ଶରଣାର୍ଥୀଙ୍କୁ ସାହାଯ୍ୟ କରିବାକୁ ସର୍ଚ୍ଚ ଅପ୍ସନ ଏବଂ ମ୍ୟାପ୍ ସେବାକୁ ଅପଡେଟ୍ କରିଥିବା କହିଛି ସର୍ଚ୍ଚ ଇଞ୍ଜିନ୍ ଗୁଗଲ । ଏହା ସହିତ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ଲାଇଭ୍ ଟ୍ରାଫିକକୁ ମଧ୍ୟ ଗୁଗଲ ହଟାଇ ଦେଇଛିଅନ୍ୟଗୁଡ଼ିକ ଭଳି ଏହା ମଧ୍ୟ RT ଏବଂ Sputnikକୁ ବ୍ଲକ୍ କରି ଦେଇଛି ।

ପ୍ରସାରଣ ବନ୍ଦ କରି ଦେଇଛି ନେଟଫ୍ଲିକ୍ସ:

ଋଷର ୨୦ଟି ଚ୍ୟାନେଲକୁ ନିଜ ପ୍ଲାଟଫର୍ମରେ ଆଡ୍ କରିବାକୁ ମନା କରି ଦେଇଛି ନେଟଫ୍ଲିକ୍ସ । ସିଡି ପ୍ରୋଜେକ୍ଟ ରେଡ୍ ଋଷ୍ ଏବଂ ବେଲାଋଷରେ ସାଇବରପଙ୍କ୍ 2077 ଭିଡ଼ିଓ ଗେମ୍ ବିକ୍ରି ବନ୍ଦ କରି ଦେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami