ରାସ୍ତା କଡ଼ରେ ଭିକାରୀ ଦେଖିଲେ ଉଠାଇ ନେବ ବିଏମ୍‌ସି ସ୍କ୍ୱାଡ୍‌

Above Post Content

ଭୁବନେଶ୍ୱର : ପାର୍ବଣରେ ରାସ୍ତା କଡରେ ବୁଲିବେନି ଭିକାରୀ । କୌଣସି ରାସ୍ତା ବା ଗଳିକନ୍ଦିରେ ଭିକାରୀ ଦେଖିବାକୁ ମିିଳିଲେ ସେମାନଙ୍କୁ ଉଠାଇ ନେବ ବିଏମ୍‌ସି ସ୍କ୍ୱାଡ୍ । ଭୁବନେଶ୍ୱରକୁ ଭିକାରୀ ମୁକ୍ତ କରିବାକୁ ବିଏମସି ଜୋରଦାର ଉଦ୍ୟମ କରାଯାଉଛି । ଭିକାରୀ ମୁକ୍ତ ଭୁବନେଶ୍ୱର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ନିର୍ମାଣ ହୋଇଛି ୫ଟି ଥଇଥାନ କେନ୍ଦ୍ର

After 2nd paragraph post ads
Middle post content

ଭୁବନେଶ୍ୱରକୁ ବଞ୍ଜାରାମାନେ ଆସିବା ଏକପ୍ରକାର ବନ୍ଦ ହୋଇଯାଇଥିଲା । ଏବେ ଆଉ ଥରେ ଆସିବା ଆରମ୍ଭ କରିଦେଇଛନ୍ତି । କେତେକ ମନ୍ଦିରରେ ଭିକାରୀ ବସିବା ଦେଖାଯାଉଛି । ସରକାରଙ୍କ ସହାୟତାରେ ଭୁବନେଶ୍ୱରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର କରାଯାଇଛି । ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ପାର୍ବଣରେ ଲୋକଙ୍କ ପ୍ରବଳ ଭିଡ଼ ହେବ । ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍‌ସିର ତିନୋଟି ଜୋନ୍‌ରେ ୩ଟି ସ୍କ୍ୱାଡ୍ ଗଠନ କରାଯିବ । ଏହି ସ୍କାଡ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ୱାବଧାନରେ ରହିବ ।

ମନ୍ଦିର,ପୂଜାସ୍ଥଳିରେ ଭିକାରୀଙ୍କ ଉପରେ ନଜର ରଖିବ ସ୍କ୍ୱାଡ଼୍‌

ମନ୍ଦିର ଓ ପୂଜା ସ୍ଥଳିରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କ୍ୱାଡ୍ ନିୟମିତ ବୁଲି ଭିକାରୀଙ୍କ ଉପରେ ନଜର ରଖିବାକୁ କୁହାଯାଇଛି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ, ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami